ବରିଷ୍ଠ ସ୍ଵାସ୍ଥ୍ୟ କର୍ମୀ ଭୀମ ସାହୁଙ୍କ ବିୟୋଗ ।

Spread the love
କଟକ ୮/୨/୨୬ (ସନ୍ଧାନ ନ୍ୟୁଜ୍): କଟକ ସଦର କନ୍ଦରପୁର ଥାନା ବମ୍ବୁରୀ ନିବାସୀ ବରିଷ୍ଠ ନାଗରିକ ତଥା ସ୍ଵାସ୍ଥ୍ୟକର୍ମୀ ଭୀମ ସାହୁ(୮୬)ଙ୍କ ବିୟୋଗରେ ବିଭିନ୍ନ ମହଲରେ ଶୋକ ପ୍ରକାଶ କରାଯାଇଛି । ତାଙ୍କ ଜ୍ୟେଷ୍ଠ ପୁତ୍ର ସାମାଜିକ କର୍ମୀ ଅଭିରାମ ସାହୁ ମୁଖାଗ୍ନୀ ଦେଇଥିବା ବେଳେ ଗ୍ରାମ ଶ୍ମଶାନରେ ଶେଷ କୃତ୍ୟ ସଂପନ୍ନ ହୋଇଥିଲା । ମୃତ୍ୟୁ ଶଯ୍ୟା ନିକଟେ କନିଷ୍ଠ ପୁତ୍ର ନୃସିଂହ ଚରଣ ସାହୁ, ସାମାଜିକ ତଥା ସାଂସ୍କୃତିକ ସଂଗଠନ ସରସ୍ଵତୀ କଳା ପରିଷଦ କନ୍ଦରପୁର ସମ୍ପାଦକ ନାଟ୍ୟକାର ଅଶୋକ ପଟ୍ଟନାୟକ ଓ ସ୍ଥାନୀୟ ବାସିନ୍ଦା ଉପସ୍ଥିତ ଥିଲେ । ସୂଚନାଯୋଗ୍ୟ ସ୍ବର୍ଗତ ସାହୁ ସ୍ଵାସ୍ଥ୍ୟ ବିଭାଗରେ ଯାଜପୁର ଜିଲ୍ଳାର ଛତିଆ ଓ ବରୀ,ଜଗତସିଂହପୁର ଜିଲ୍ଲାର ବିରିଡ଼ି,କଟକ ଆଦି ବିଭିନ୍ନ ଜିଲ୍ଲା ସ୍ଵାସ୍ଥ୍ୟ କେନ୍ଦ୍ରରେ ବିଶେଷକରି କଟକ ସଦର ଅଂଚଳ କନ୍ଦରପୁର ଓ ବେଣ୍ଟକାର ଗୋଷ୍ଠୀ ସ୍ଵାସ୍ଥ୍ୟ କେନ୍ଦ୍ରରେ ଜଣେ କର୍ତ୍ତବ୍ୟନିଷ୍ଠ ସ୍ଵାସ୍ଥ୍ୟକର୍ମୀ ଭାବେ କାର୍ଯ୍ୟକରି ଅବସର ଗ୍ରହଣ କରିଥିଲେ । ତାଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ ପୁତ୍ର ଅଭିରାମ ମଧ୍ଯ ଅଧୁନା ସମାଜସେବାରେ ବ୍ରତୀ ଅଛନ୍ତି

Related Posts

About The Author

Add Comment