ବରିଷ୍ଠ କଂଗ୍ରେସ ନେତା ଦେବବ୍ରତ କଣ୍ଠଙ୍କ ବିୟୋଗରେ ଶୋକ

Spread the love

ଯାଜପୁର, ୯/୮(ସନ୍ଧାନ ନିଉଜ ): ଯାଜପୁର ଜିଲ୍ଲା କଂଗ୍ରେସ୍‌ର ବରିଷ୍ଠ ନେତା ଦେବବ୍ରତ କଣ୍ଠଙ୍କ ଆକସ୍ମିକ ବିୟୋଗରେ ଜିଲ୍ଲା କଂଗ୍ରେସ ପକ୍ଷରୁ ଶୋକବ୍ୟକ୍ତ କରାଯାଇଛି । ସ୍ୱର୍ଗତ କଣ୍ଠ ଆନ୍ଦ୍ରପ୍ରଦେଶ କ୍ୟାଡ଼ର୍ରର ଭାରତୀୟ ପ୍ରଶାସନିକ ସେବାରେ କାର୍ଯ୍ୟକରି ବେଶ୍ ସୁନାମ ଅର୍ଜନ କରିଥିଲେ । ଭାରତର ଜନସାଧାରଣଙ୍କ ନିର୍ଭିକ ସେବା ପାଇଁ ସେ ଚାକିରୀ ଛାଡ଼ି ଭାରତୀୟ ଜାତୀୟ କଂଗ୍ରେସରେ ଯୋଗଦେଇ ୨୦୦୨ମସିହାରେ ଯାଜପୁର ବିଧାନସଭା ମଣ୍ଡଳିରୁ ନିର୍ବାଚନରେ ପ୍ରତିଦ୍ୱନ୍ଦିତା କରିଥିଲେ । ତାଙ୍କର ଦଳପ୍ରତି ଥିବା ଭଲପାଇବା, ସମସ୍ତଙ୍କ ପ୍ରତି ସ୍ନେହ ଓ ସମ୍ମାନ ଓ ସାଧାରଣ ଜନତାଙ୍କର ଉପକାର କରିବାର ତାଙ୍କର ମୂଳଲକ୍ଷ୍ୟ ଥିଲା । ତାଙ୍କର ଅକାଳ ବିୟୋଗରେ ଜିଲ୍ଲା କଂଗ୍ରେସ୍ କମିଟି ପକ୍ଷରୁ ସ୍ଥାନୀୟ କଂଗ୍ରେସ କାର୍ଯ୍ୟାଳୟଠାରେ ଏକ ଶୋକସଭା ଅନୁଷ୍ଠିତ ହୋଇଯାଇଛି । ଏହି ସଭାରେ ବରିଷ୍ଠ ନେତା ସନ୍ତୋଷ ନନ୍ଦ, ଭଳଭଦ୍ର ଦାସ, ସୁଦୀପ କର, ସଂଗ୍ରାମ ସାହାଣି, ଭରତ ସାହୁ, ନବ କିଶୋର ନାୟକ, ସେକ ଆଲିମ୍‌, ଦିଗମ୍ବର କର, ରଘୁନାଥ ସାହୁ , ସେକ ଅଜିଜ, ଅଲେଖ ପୃଷ୍ଟି, ପରିମଳ ବିଶ୍ୱାଳ, ମକରଧ୍ୱଜ ବାରିକ, ସେକ ଜାହିରଅଲ୍ଲୀ, ଉତ୍କଳ ପାଣିଗ୍ରାହୀ, ନାରାୟଣ ଚନ୍ଦ୍ର ରାଉତ, ଦେବେନ୍ଦ୍ର ପଣ୍ଡା, ଶ୍ୟାମ ସୁନ୍ଦର କର, ପ୍ରଭୃତି ଶୋକବ୍ୟକ୍ତ କରିଛନ୍ତି । ପୂର୍ବତନ ରାଜ୍ୟସଭା ସାଂସଦ ରାମଚନ୍ଦ୍ର ଖୁଣ୍ଟିଆ, ଜିଲ୍ଲା କଂଗ୍ରେସ୍ ସଭାପତି ମନୋଜ କୁମାର ରାଉତ, ବିଷ୍ଣୁ ଚରଣ ରାଉତ, ଅଂଚଳ ଦାସ ପ୍ରଭୃତି ଶୋକବ୍ୟକ୍ତ କରିଥିଲେ ।

Related Posts

About The Author

Add Comment