ବମ୍ପୁ-ମଙ୍ଗରାଜପୁର ବିଦ୍ୟାଳୟ: ପ୍ରଧାନଶିକ୍ଷକ ଚୟନ ଏବଂ ଆର୍ଥିକ କାରବାର ନେଇ କମିଟି-ପ୍ରଧାନଶିକ୍ଷକ ଟଣାଟଣି

Spread the love

ଧର୍ମଶାଳା ୧୦/୭(ସନ୍ଧାନ ନିୟୁଜ/ଦିପକ ମଲିକ) ଧର୍ମଶାଳା ଶିକ୍ଷା ସର୍କଲ ଅନ୍ତର୍ଗତ ବମ୍ପୁ-ମଙ୍ଗରାଜପୁର ନୋଡାଲ ଉ.ପ୍ରା ବିଦ୍ୟାଳୟରେ ଏବେ ପ୍ରଧାନ ଶିକ୍ଷକ ଚୟନ ଏବଂ ବିଦ୍ୟାଳୟର ଆର୍ଥିକ କାରବାରକୁ ନେଇ ବିଦ୍ୟାଳୟ କମିଟି ଏବଂ ପ୍ରଧାନ ଶିକ୍ଷକଙ୍କ ମଧ୍ୟରେ ଟଣାଟଣି ଲାଗିଛି । ବିଦ୍ୟାଳୟ କମିଟି ଅଭିଯୋଗ ମୁତାବକ ବିଦ୍ୟାଳୟର ପୂର୍ବତନ ପ୍ରଧାନ ଶିକ୍ଷକ ବଟକୃଷ୍ଣ ସାହୁ ୩୦.୬ରେ ଅବସର ଗ୍ରହଣ କରିଥିଲେ । ସେହି ସମୟରେ ସେ ସିନିୟର ଭାବେ ଏହି ସ୍କୁଲର ଅନ୍ୟଜଣେ ଶିକ୍ଷୟତ୍ରୀ କିରଣ ମୟୀ ଦେବତାଙ୍କୁ ପ୍ରଧାନ ଶିକ୍ଷକ ଭାବେ ଦାୟିତ୍ୱ ଦେଇଥିଲେ । ମାତ୍ର ପୁଣି ତାହାର ୨ଦିନ ପରେ ଏହାକୁ ବଦଳାଇ ଅନ୍ୟ ଜଣେ ଶିକ୍ଷକ ରମେଶ ଚନ୍ଦ୍ର ଜେନାଙ୍କୁ ଦାୟିତ୍ୱ ଦେଇଥିଲେ । ଏଭଳି ମନମୁଖୀ ଭାବେ ୨ଦିନ ଅନ୍ତରରେ ପ୍ରଧାନ ଶିକ୍ଷକ ଆସନ କଣ ପାଇଁ ବଦଳାଗଲା ତାହା ଭିତରେ କିଛି ଅନୀୟମିତତା ହୋଇଥିବା ନେଇ ସେମାନେ ଆଶଙ୍କା କରିଛନ୍ତି । କିରଣମୟୀ ଦେବତା ଦାୟିତ୍ୱ ଗ୍ରହଣ କରିନଥିଲେ ବୋଲି ପ୍ରକାଶ କରିଥିଲେ ମଧ୍ୟ ସେ ୨ଦିନ ମଧ୍ୟରେ ୨ଟି ପିଲାଙ୍କୁ ନାମଲେଖା କାର୍ଯ୍ୟ ସମ୍ପାଦନା କରିଥିଲେ । ଅନ୍ୟପଟରେ ଶ୍ରୀ ସାହୁ ପ୍ରଧାନଶିକ୍ଷକ ଥିବା ବେଳେ ବିଦ୍ୟାଳୟର ଆର୍ଥିକ କାରବାର ସମ୍ପର୍କରେ କୌଣସି କାଗଜପତ୍ର ନକରି ଅର୍ଥ ତୋଷରପାତ ହୋଇଥିବାରୁ ତାହାର କାଗଜପତ୍ର ସଜାଡିବା ପାଇଁ ୨ଥର ଆଦେଶ ବଦଳାଇ ଶ୍ରୀ ଜେନାଙ୍କୁ ପ୍ରଧାନ ଶିକ୍ଷକ ଆସନ ଦେଇଛନ୍ତି ବୋଲି ସେମାନେ ଅଭିଯୋଗ କରିଛନ୍ତି । ଏପରକି ବିଦ୍ୟାଳୟ କିମଟି ସଭାପତିଙ୍କ ବିନା ଦସ୍ତଖତରେ ସେମାନେ କିଭଳି ଆର୍ଥିକ କାରବାର କଲେ ତାହାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି କରିଥିବା ବେଳେ ନୂତନ ଦାୟିତ୍ୱରେ ଥିବା ରମେଶ ଚନ୍ଦ୍ର ଜେନା ମଧ୍ୟ ଏଭଳି କାଗଜପତ୍ର ଏବଂ ଆର୍ଥିକ କାରବାର ସମ୍ପର୍କିତ କ୍ୟାସବହିଙ୍କୁ ବିଦ୍ୟାଳୟ କମିଟିକୁ ଦେଖାବାକୁ ସଫା ମନା କରିଦେଇଥିଲେ । ଏପରକି ଗଣମାଧ୍ୟମ ପ୍ରତିନିଧିଙ୍କୁ କୌଣସି କାଗଜପତ୍ର ଦେଖାଇବକାୁ ମନା କରିଥିଲେ । ଫଳରେ ଏସବୁରେ ଅନେକ ଗୃଢ ରହସ୍ୟ ଏବଂ ଆର୍ଥିକ କାରବାର ହେର୍ଫେର୍ ହୋଇଥିବା ନେଇ ସେମାନେ ବିଇଓଙ୍କୁ ଅବଗତ କରିଛନ୍ତି । ବିଇଓ ମଧ୍ୟ ଟେଲିଫୋନ ମଧ୍ୟରେ କିରଣମୟୀ ଦେବତାଙ୍କ ସହ କଥା ହେବା ସହିତ ତାଙ୍କ ଉପରେ ବିରକ୍ତି ପ୍ରକାଶ କରିଥିବା ଜଣାଯାଇଛି । ତେବେ ନିଜ ମନ ମୁତାବକ କଣ ବିଦ୍ୟାଳୟର ଜଣେ ପରେ ଜଣେ ଶିକ୍ଷକଙ୍କୁ ପ୍ରଧାନ ଶିକ୍ଷକ ଦାୟିତ୍ୱ ହସ୍ତାନ୍ତର କରାଯିବ ପୁଣି ତାହାଠାରୁ ଆଉ ଜଣକୁ ପୁଣି ଅବସର ଗ୍ରହଣ ପରେ ଏହାକୁ ନେଇ ଏକ ବିରାଟ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ଏହି ସମ୍ପର୍କରେ ନୂତନ ଭାବେ ଦାୟିତ୍ୱ ନେଇଥିବା ଶ୍ରୀ ଜେନାଙ୍କ ପଚାରିବାକୁ ମୁଁ ସମସ୍ତ କାଗଜପତ୍ର ପାଇଛି ଏବଂ କୌଣସି ଅନୀୟମିତତା ହୋଇନଥିବା ନେଇ ସେ ମତ ଦେଇଛନ୍ତି । ତେବେ ଏହାର ଏକ ନିରପେକ୍ଷ ତଦନ୍ତ କରିବାକୁ ବିଦ୍ୟାଳୟ କମିଟି ସଭାପତି ପ୍ରାଣକୃଷ୍ଣ ମଲ୍ଲିକ, ଉପସଭାପତି ଜିତେନ୍ଦ୍ର ପଣ୍ଡା, ସଭ୍ୟ ସୁବାଶ ଚନ୍ଦ୍ର ସାହୁ, ବିନୋଦ ବିହାରୀ ମଲ୍ଲିକଙ୍କ ସମେତ ଗ୍ରାମବାସୀ ମାନେ ଦାବି କରିଛନ୍ତି । ନଚେତ ଜିଲ୍ଲାପାଳଙ୍କୁ ଜଣାଇ ବିଦ୍ୟାଳୟ ସମ୍ମୁଖରେ ଗଣଧାରଣ ଦେବା ପାଇଁ ଚେତାବନୀ ଦେଇଛନ୍ତି ।

Related Posts

About The Author

Add Comment