ଯାଜପୁର ସଦର, ୧୩/୨/୨୬ (ସନ୍ଧାନ ନ୍ୟୁଜ) : ଯାଜପୁର ଜିଲ୍ଲା ରସୁଲପୁର ବ୍ଲକ ବନ୍ଧଡିହ ପଂଚାୟତ ବନ୍ଧଡିହ ସରକାରୀ ଉଚ୍ଚ ବିଦ୍ୟାଳୟର ୧୯୮୩ ମସିହା ବ୍ୟାଚ ଛାତ୍ର ଛାତ୍ରୀଙ୍କର ବନ୍ଧୁମିଳନ ଉତ୍ସବ ଅନୁଷ୍ଟିତ ହୋଇଯାଇଚି । ଏହି ଅବସରରେ ବନ୍ଧଡିହ ସରକାରୀ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷୟତ୍ରୀ ସୋନ୍ନାଞ୍ଜଳୀ ଆଚାର୍ଯ୍ୟଙ୍କ ସଭାପତିତ୍ୱରେ ଅନୁଷ୍ଟଟିତ ହୋଇଥିଲା । ୧୯୮୩ ମସିହା ବ୍ୟାଚର ଏହି ବିଦ୍ୟାଳୟର ପୂର୍ବତନ ଛାତ୍ର ଅଧ୍ୟାପକ ରମେଶ ଚନ୍ଦ୍ର ନାୟକଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ବନ୍ଧୁମିଳନ ଅନୁଷ୍ଟିତ କରାଯାଇଥିବା ବେଳେ, ଶ୍ରୀ ନାୟକଙ୍କ କଣ୍ଠରୁ ଭକ୍ତି ସଙ୍ଗିତ ଜଗନ୍ନାଥ ଭଜନ ବହୁ ଉଚ୍ଚ କୋଟିର ହୋଇଥିବା ବେଳେ, ଏହି ବିଦ୍ୟାଳୟର ଛାତ୍ର ଦେବେନ୍ଦ୍ର ମଲିକଙ୍କ ଭଜନ ପରିବେଶଣ କରିଥିଲେ । ସେହିପରି ଏହି ବିଦ୍ୟାଳୟର ଛାତ୍ରଙ ସାବତ୍ରୀ ସେନ ଗୁରୁବନ୍ଧନା ଗାନ କରିଥିଲେ । ଏହି ଅବସରରେ ପୂର୍ବତନ ଛାତ୍ର ଛାତ୍ରୀ ମାନେ ପୂର୍ବତନ ଗୁରୁମାନଙ୍କୁ ପାଛୋଟି ନେବା ସହିତ ଗୁରୁବନ୍ଧନା କରାଯାଇଥିଲା । ସେହିପରି ଏହି ବିଦ୍ୟାଳୟର ପୂର୍ବତନ ଶିକ୍ଷକ ମାନେ ପ୍ରଦିପ ପ୍ରଜ୍ଜ୍ୱଳନ କରି ଜଗନ୍ନାଥ ଫଟୋଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ । ପୂର୍ବତନ ଛାତ୍ର ବାବୁ ଜେନା ସଙ୍ଗୀତ ପରିବେଶଣ କରିଥିଲେ । ଗୁରୁ ଶିଷ୍ୟର ପରମ୍ପରାକୁ ବଜେଇ ରଖିବା ପାଇଁ ଏହିପରି ବନ୍ଧୁମିଳନ ପର୍ବକୁ ପୂର୍ବତନ ପ୍ରଧାନ ଶିକ୍ଷକ ଯସୋବନ୍ଦ ଲେଙ୍କା ଉଚ୍ଚ ପ୍ରଶଂସା କରିଥିଲେ । ପୂର୍ବତନ ଶିକ୍ଷକ ମାନଙ୍କୁ ଛାତ୍ରୀ ଛାତ୍ରୀ ମାନେ ଉତ୍ତରୀୟ ପୁଷ୍ପଗୁଚ୍ଛ ଦେଇ ସମ୍ବର୍ଦ୍ଧିତ କରିଥିଲେ । ଶ୍ରୀ ନାୟକ ମଞ୍ଚ ପରିଚାଳନା କରିଥରବା ବେଳେ, ଏହି ବିଦ୍ୟାଳୟର ଶିକ୍ଷକ ଶିକ୍ଷୟତ୍ରୀ ମାନେ ଯୋଗଦାନ କରିଥିଲେ । ପୂର୍ବତନ ପ୍ରଧାନ ଶିକ୍ଷକ ଯଶୋବନ୍ତ ଲେଙ୍କା ଏହି ବିଦ୍ୟାଳୟର ସୁବର୍ଣ୍ଣ ଜୟନ୍ତି କରାଯିବା ପାଇଁ ପରାମର୍ଶ ଦେଇଥିବା ବେଳେ, ପୂର୍ବତନ ଛାତ୍ର ଅଶୋକ ବରଳ ସୁବର୍ଣ୍ଣ ଜୟନ୍ତି ପାଳନ କରାଯିବା ପାଇଁ ପରାମର୍ଶ ଦେଇଥିବା ବେଳେ, ପୂର୍ବତନ ଛାତ୍ର ଶିକ୍ଷକ ଭାଷ୍କର ଚନ୍ଦ୍ରପଣ୍ଡା ବେଦପାଠ କରିବା ସହିତ ଏହି କାର୍ଯ୍ୟକୁ ଉଚ୍ଚ ପ୍ରଶଂସା କରିଥିଲେ । ମଞ୍ଚାସିନ ଅତିଥି ଯଶୋବନ୍ତ ଲେଙ୍କା ପ୍ରଧାନ ଶିକ୍ଷୟତ୍ରୀ ସୋନ୍ନାଞ୍ଜଳୀ ଆଚାର୍ଯ୍ୟ, ପୂର୍ବତନ ଶିକ୍ଷକ(ପଣ୍ଡତ ସାର), ଦୟାନିଧି ଶତପଥି, ପୂର୍ବତନ କ୍ରିଡ଼ା ଶିକ୍ଷକ ଶିତାନାଥ ସାମଲ, ଶରତ ଚନ୍ଦ୍ର ବେହେରା, ରାଜିବ ଲୋଚନ ବେହେରା, ବଟକୃଷ୍ଣ ଜେନା ଶିକ୍ଷକ ମାନେ ତାଙ୍କର ବକ୍ତବ୍ୟ ରଖିଥିବା ବେଳେ, ୮୩ ମସିହା ବ୍ୟାଚର ବନ୍ଧୁମିଳନ ଉତ୍ସବ ହୋଇଥିଲା । ଏହି ବିଦ୍ୟାଳୟର ପୂର୍ବତନ ଛାତ୍ର ଛାତ୍ରୀଙ୍କ ଦ୍ୱାରା ଦିର୍ଘ ୪୨ବର୍ଷ ପରେ ବନ୍ଧୁ ମିଳନ ଉତ୍ସବ ଅନୁଷ୍ଟିତ କରାଯାଇଥିବାରୁ ବୁଦ୍ଧିଜିବୀ ବରିଷ୍ଠ ନାଗରିକ ମାନେ ଏହି ଉତ୍ସବକୁ ଉଚ୍ଚ ପ୍ରଶଂସା କରିଥିଲେ । ଗଣମାଧ୍ୟମ ପ୍ରତିନିଧି ମାନେ ଏହି ଉତ୍ସବରେ ଯୋଗଦାନ କରିଥିଲେ ।
ବନ୍ଧଡିହ ହାଇସ୍କୁଲର ପୂର୍ବତନ ଛାତ୍ର ଛାତ୍ରୀଙ୍କର ବନ୍ଧୁମିଳନ
|
February 13, 2026 |



