ବଧୂହତ୍ୟା ଅଭିଯୋଗରେ ପୋଲିସ ୩ଜଣଙ୍କୁ କୋର୍ଟ ଚାଲାଣ

Spread the love

ଯାଜପୁର ସଦର,ସନ୍ଧାନ ନ୍ୟୁଜ: ଯାଜପୁର ଜିଲ୍ଲା ଧର୍ମଶାଳା ବ୍ଲକ ଅନ୍ତର୍ଗତ ମଙ୍ଗଳପୁର ପଂଚାୟତ ରାଏପଡ଼ା ଗ୍ରାମର ଜଣେ ମହିଳାକୁ ହତ୍ୟା କରାଯାଇଥିବା ଅଭିଯୋଗକୁ ଭିତ୍ତିକରି ବ୍ରହ୍ମବରଦା ଥାନା ପୋଲିସ ୩ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିବା ଜଣାଯାଇଚି । ଘଟଣାରୁ ପ୍ରକାଶ ଯେ, ସ୍ୱାମୀ ସ୍ତ୍ରୀଙ୍କ ମଧ୍ୟରେ ଝଗଡ଼ାକୁ ନେଇ ବଚସା ହୋଇଥିଲା । ଏହି ବଚସାରୁ ମହିଳା ଜଣକ ଫ୍ୟାନେ ରସି ଦେଇଥିବା ଜଣାଯାଇଚି ।ବାପଘର ପକ୍ଷରୁ ହତ୍ୟା ଅଭିଯୋଗ ହୋଇଥିବା ବେଳେ, ବ୍ରହ୍ମବରଦା ଥାନା ଆଇସି ଜୟନ୍ତୀ ମଲିକ ଘଟଣାର ତଦନ୍ତ କରି ରବିବାର ଦିନ ୩ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରିଛନ୍ତି । ଏଠାରେ ସୂଚନା ଯୋଗ୍ୟ ଯେ, ମୃତ ମହିଳାଙ୍କ ସ୍ୱାମୀ ଜଗନ୍ନାଥ ମିଶ୍ର ଭଣଜା ସ୍ନେହାଶିଷ ପଣ୍ଡା ଓ ନଣନ୍ଦ ସରସ୍ୱତୀ ମିଶ୍ର ଗିରଫ ହୋଇଛନ୍ତି । ଏନେଇ ପୋଲିସ ମହିଳାଙ୍କ ହତ୍ୟା ଉପରେ ତଦନ୍ତ କରୁଥିବା ବେଳେ, ଏଠାରେ ସୂଚନା ଯୋଗ୍ୟ ଯେ, ଗତ ଶୁକ୍ରବାର ଦିନ ମଧ୍ୟାହ୍ନରେ ଜଗନ୍ନାଥ ଏବଂ ତାଙ୍କ ପତ୍ନୀ ରୁଚିସ୍ମିତା ପଣ୍ଡାଙ୍କ ମଧ୍ୟରେ କୌଣସି କଥାକୁ ନେଇ ଉଭୟଙ୍କ ମଧ୍ୟରେ ଝଗଡ଼ା ହୋଇଥିଲା । ରୁଚିସ୍ମିତାକୁ ଧର୍ମଶାଳା ମେଡିକାଲକୁ ନିଆଯାଇଥିବା ବେଳେ, ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଏହି ଘଟଣାକୁ ନେଇ ରୁଚିସ୍ମିତାଙ୍କ ବାପଘର ଲୋକେ କହିଛନ୍ତି ଯେ, ତାଙ୍କ ଝୀଅକୁ ମାରି ଟାଙ୍ଗି ଦେଇଥିବାକୁ ନେଇ ରୁଚିସ୍ମିତାଙ୍କ ବାପା ଜଗବନ୍ଧୁ ପଣ୍ଡା ବ୍ରହ୍ମବରଦା ଥାନାରେ ଅଭିଯୋଗ କରିଥିଲେ । ଜ୍ୱାଇଁ ଏବଂ ତାଙ୍କ ଭଉଣୀ ଭଣଜା ରୁଚିସ୍‌ିତାକୁ ମାରି ଟାଙ୍ଗିଦେଇଥିବା ଅଭିଯୋଗ କରିଥିଲେ । ବ୍ରହ୍ମବରଦା ପଲିସ କେସ ନଂ ୨୧୨/୨୫ରେ ମାମଲା ରୁଜୁ କରି ତଦନ୍ତ ଜରାରି ରଖିଥିବା ସହିତ ଧର୍ମଶାଳା ମେଡିକାଲରେ ପୋଷ୍ଟବଟମ କରାଯାଇ ତାଙ୍କ ପରିବାରକୁ ହସ୍ତାନ୍ତରିତ କରାଯାଇଚି । ଏହି ତିନି ଜଣଙ୍କୁ ବ୍ରହ୍ମବରଦା ଥାନା ଏସଆଇ ସୁଶାନ୍ତ ସେଠୀ ସୂଚନା ଦେଇଛନ୍ତି । ମୃତ ମହିଳାଙ୍କ ଘର ଢ଼େଙ୍କାନାଳ ଜିଲ୍ଲା ନିହାଲପ୍ରସାଦ ଥାନା ଡେଗା ଗ୍ରାମରେ ହୋଇଥିବା ଜଣାଯାଇଚି । ଜଗବନ୍ଧୁ ୮ବର୍ଷ ପୂର୍ବେ ପ୍ରେମ ବିବାହ କରିଥିଲେ । ରୁଚିସ୍ମିତାର ୪ବର୍ଷର ଏବଂ ୬ବର୍ଷର ପୁଅ ଝୀଅ ରହିଥିବା ଜଣାଯାଇଚି ।

Related Posts

About The Author

Add Comment