ବଦଳିବ ଉତ୍ତର ଓଡ଼ିଶା ବିଶ୍ଵବିଦ୍ୟାଳୟ ର ନାମ

Spread the love

ବାରିପଦା, ୨୨/୧୨/୨୦୨୦(ସନ୍ଧାନ ନିଉଜ୍/ ଲିଙ୍ଗରାଜ ପଣ୍ଡା): ବଦଳିବ ଉତ୍ତର ଓଡ଼ିଶା ବିଶ୍ବବିଦ୍ୟାଳୟର ନାମକରଣ  ଉତ୍ତର ଓଡ଼ିଶା ବିଶ୍ୱ ବିଦ୍ୟାଳୟକୁ ମହାରାଜା ଶ୍ରୀରାମ ଚନ୍ଦ୍ର ଭଞ୍ଜଦେଓଙ୍କ ନାମରେ ନାମିତ କରିବା ପ୍ରସ୍ତାବ ଉପରେ ମୁଖ୍ୟମନ୍ତ୍ରୀ ଏକ ପ୍ରକାର ମୋହର ମାରିଛନ୍ତି । ବିଜେଡିର ରାଜ୍ୟ ପରିଷଦ ବୈଠକରେ ମୁଖ୍ୟମନ୍ତ୍ରୀ ନିଜେ ଏହି ପ୍ରସ୍ତାବକୁ ସ୍ବାଗତ କରିବା ସହ ଏଥିପାଇଁ ସବୁଜ ସଂକେତ ଦେଇଥିବା ସୂଚନା ମିଳିଛି । ଫଳରେ ଦୀର୍ଘ ୨୨ବର୍ଷ ପରେ ଉତ୍ତର ଓଡ଼ିଶା ବିଶ୍ୱବିଦ୍ୟାଳୟର ନାମକରଣ- ପରିବର୍ତ୍ତନ ହୋଇ ମହାରାଜା ଶ୍ରୀରାମ ଚନ୍ଦ୍ର ଭଞ୍ଜଦେଓ ବିଶ୍ଵବିଦ୍ୟାଳୟରେ ପରିଣତ ହେବାକୁ ଏକ ପ୍ରକାର ପଥ ପରିଷ୍କାର ହୋଇଛି । ପ୍ରତିଷ୍ଠା ପୂର୍ବରୁ ମଧ୍ୟ ଏହି ବିଶ୍ୱ ବିଦ୍ୟାଳୟକୁ ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓଙ୍କ ନାମରେ ନାମିତ କରିବାକୁ ବୁଦ୍ଧିଜୀବୀଙ୍କ ଦ୍ବାରା ପ୍ରସ୍ତାବ ଦିଆ ଯାଇଥିଲା । ମାତ୍ର ସେତେବଳେ ପ୍ରଶାସନିକ ସୁବିଧା ସୁବରମୁଣ୍ଡାଠାରେ ଚାଲୁଥିବା ବିଶ୍ୱବିଦ୍ୟାଳୟର ଅଫିସକୁ ସ୍ଥାନାନ୍ତର କରିବାକୁ ସୁବିଧା ହେବ କହି ସେହି ପୁରୁଣା ନାମ ରଖାଯାଇଥିବାବେଳେ କ୍ୟାମ୍ପସକୁ ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓଙ୍କ ନାମରେ ଶ୍ରୀରାମଚନ୍ଦ୍ର ବିହାର ରଖାଯାଇଥିଲା । ଗତ ୧୭ ତାରିଖରେ ନବୋହଳର ଅନ୍ୟତମ ନିର୍ମାତା ମୟୂରଭଞ୍ଜର ପ୍ରଜାବତ୍ସଳ ମହାରାଜା ରାଜର୍ଷି‌ଶ୍ରୀରାମଚନ୍ଦ୍ରଙ୍କ ୧୫୦ତମ ଜୟନ୍ତୀ ପାଳିତ ହୋଇଥିବା ବେଳେ ଏହି ଅବସରରେ ଗତ ୧୬ ତାରିଖରେ ବିଜେପି ପକ୍ଷରୁ ବାରିପଦାରେ ଏକ ପ୍ରେସମିଟ ଜରିଆରେ ମହାରାଜା ଶ୍ରୀରାମ ଚନ୍ଦ୍ରକୁ ଭଞ୍ଜଦେଓଙ୍କୁ ସରକାର ଭୁଲିଗଲେ ବୋଲି କ୍ଷୋଭ ପ୍ରକାଶ କରିବା ସହ ରାଜ୍ୟସରକାରଙ୍କୁ ଜୋରଦାର ଗର୍ଗେଟ କରିଥିଲା । ଜିଲ୍ଲାର ଜଣେ ନେତା ନବୀନଙ୍କ ମନ୍ତ୍ରୀ ମଣ୍ଡଳରେ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ସମ୍ଭାଳୁଥିବା ବେଳେ ମହାରାଜାଙ୍କୁ ଯଥାର୍ଥ ସମ୍ମାନ ନ ଦେବା କେବଳ ଫୁଲମାଳ ଦେଇ ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓଙ୍କ ୧୫୦ତମ ଜୟନ୍ତୀ ସାରିଦେବାକୁ ବିଜେପି ରାଜ୍ୟ ସାଧାରଣ ସଂପାଦକ ଗୋଲକ ମହାପାତ୍ର ନାପସନ୍ଦ କରିଥିଲେ । ବିଜେପିର ଏହି ଗର୍ଗେଟ ପରେ ତା ପର ଦିନ ବିଜେଡି ନେତାମାନେ ମହାରାଜାଙ୍କ ଜୟନ୍ତୀ ମନାଇବାକୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ଥିବା ପ୍ରତିମୂର୍ତ୍ତି ନିକଟରେ ପହଞ୍ଚି ଶ୍ରଦ୍ଧାସୁ ମନ ଅର୍ପଣ କରିଥିଲେ । ଏହା ପରେ ସଂଧ୍ୟାରେ ବିଜେଡିପକ୍ଷରୁ ଏକ ପ୍ରେସମିଟ କରାଯାଇ ଉତ୍ତର ଓଡ଼ିଶା ବିଶ୍ବବିଦ୍ୟାଳୟକୁ ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓଙ୍କ ନାମରେ ନାମିତ କରିବାକୁ ପ୍ରସ୍ତାବ ମୁଖ୍ୟମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ ସହ ରାଜ୍ୟସରକାରଙ୍କୁ ଦିଆ ଯିବ ବୋଲି କୁହାଯାଇଥିଲା । ଏହା ବ୍ୟତୀତ ମହାରାଜା ଶ୍ରୀରାମଚନ୍ଦ୍ର ପାଠାଗାର (ଜୁବୁଲି ଲାଇବ୍ରେରୀ)ର ପୁନଃଉଦ୍ଧାର ଏହାର ରକ୍ଷଣାବେକ୍ଷଣ ପାଇଁ ପାଣ୍ଠି ଯୋଗାଣ ପାଇଁ ପ୍ରସ୍ତାବ ସାଙ୍ଗକୁ ଦ୍ବିତୀୟ ଶ୍ରୀକ୍ଷେତ୍ର ବାରିପଦାର ବଡଜଗନ୍ନାଥ ମନ୍ଦିରର ସୌନ୍ଦର୍ଯ୍ୟକରଣ ନିମିତ୍ତ ଆଉ ଅଧ୍ୟକ ପାଣ୍ଠି ବ୍ୟୟ ବରାଦ କରିବାକୁ ମୁଖ୍ୟମନ୍ତ୍ରୀଙ୍କୁ ୨୧ତାରିଖ ରାଜ୍ୟପରିଷଦ ବୈଠକରେ ଅନୁରୋଧ କରାଯିବ ବୋଲି ସାମ୍ବାଦିକମାନଙ୍କୁ ରାଜସ୍ବମନ୍ତ୍ରୀ ସୁଦାମ ମାରାଣ୍ଡି ସୂଚନା ଦେଇଥିଲେ । ସୋମବାର ବିଜେଡିର ରାଜ୍ୟ ପରିଷଦ ବୈଠକରେ ଖୋଦ ମୁଖ୍ୟମନ୍ତ୍ରୀ ଉତ୍ତର ଓଡ଼ିଶା ବିଶ୍ବବିଦ୍ୟାଳୟକୁ ମହାରାଜା ଶ୍ରୀରାମ ଚନ୍ଦ୍ର ଇଂଜଦେଓଙ୍କ  ନାମରେ ନାମିତ କରିବା ପ୍ରସ୍ତାବକୁ ସ୍ବାଗତ କରିଛନ୍ତି ଫଳରେ ଆଗାମୀ ଦିନରେ ଉତ୍ତର ଓଡ଼ିଶା ବିଶ୍ବବିଦ୍ୟାଳୟ ମହାରାଜା ଶ୍ରୀରାମଚନ୍ଦ୍ର ଇଂଜଦେଓ ନାମରେ ନାମିତ ହେବାକୁ ଯାଉଛି । ସ୍ୱାସ୍ଥ୍ୟର ବିକାଶ ନିମିତ୍ତ କଟକରେ ମେଡିକାଲକଲେଜ ପ୍ରତିଷ୍ଠା ପାଇଁ ମହାରାଜା ଶ୍ରୀରାମଚନ୍ଦ୍ର ଇଂଜଦେଓ ମୟୂରଭଞ୍ଜ ରାଜ୍ୟର ରାଜକୋଷରୁ ଅକାତରେ ଅର୍ଥ ଦାନ କରିଥିବାରୁ ଏହି ମେଡିକାଲ କଲେଜର ନାମ ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ ମେଡିକାଲ କଲେଜ ରଖାଯାଇଛି । ବିଶ୍ଵବିଦ୍ୟାଳୟ ମହାରାଜାଙ୍କ ନାମରେ ନାମିତ ହେଲେ ଜିଲ୍ଲାବାସୀଙ୍କ ଗୌରବ ବୃଦ୍ଧି ପାଇବା ସାଙ୍ଗକୁ ମହାରାଜାଙ୍କ ପ୍ରତି ଯଥାର୍ଥ ସମ୍ମାନ ପ୍ରଦର୍ଶନ କରାଯାଇପାରିବ ବୋଲି ମତ ପ୍ରକାଶ ପାଇଛି । ଭାଷାଭିତ୍ତିକ ରାଜ୍ୟ ଗଠନ ପାଇଁ ମହାରାଜା ଶ୍ରୀରାମ ଚନ୍ଦ୍ର ଉତ୍କଳ ସମ୍ମିଳନୀର ନେତୃତ୍ବ ନେବାକୁ ୧୯୦୩ ମସିହା ଡିସେମ୍ବର ୩୦ରେ କଟକର  ଇଦ୍ଧା ପଡିଆରେ ଅନୁଷ୍ଠିତ ବିଶାଳ ସମ୍ମିଳନୀରେ ସଭାପତି ପଦ ଅଳଂକୃତ କରିଥିଲେ । ଶିକ୍ଷା ସ୍ଵାସ୍ଥ୍ୟ ଗମନାଗମନ ସାଙ୍ଗକୁ ଭାଷା ସାହିତ୍ୟ ସଂସ୍କୃତିର ଉନ୍ନତି ପାଇଁ ସେ ଯେଭଳି ଭାବେ ଦୂରଦ୍ରଷ୍ଟା ସାଜି କାମ କରିଛନ୍ତି ଓ ସେଥିପାଇଁ ସେ ଯୁଗ ଯୁଗକୁ ମନେ ରହିବେ ।

Related Posts

About The Author

Add Comment