ଭୁବନେଶ୍ୱର, ୦୬/୧୦/୨୦୨୧ (ସନ୍ଧାନ ନିଉଜ) : ରାଜ୍ୟରେ ଏବେ କରେନା ଗ୍ରାଫ୍ ତଳମୁହାଁ ରହିଥିବା ବେଳେ ଭୁବନେଶ୍ୱରରେ କରୋନା ସ୍ଥିତି ଏବେବି ଉଦବେଗଜନକ ରହିଛି । ଏବେବି ରାଜଧାନୀରୁ ତିନି ଅଙ୍କ ବିଶିଷ୍ଟ କରୋନା ସଂକ୍ରମିତ ଚିହ୍ନଟ ହେଉଛନ୍ତି । ଯାହାକୁ ନେଇ ରାଜଧାନୀ ଭୁବନେଶ୍ୱର ପୁରା ରାଜ୍ୟ ପାଇଁ ସଂକ୍ରମଣର ଭୟ ବଢାଉଛି । ଏଭଳି ସ୍ଥିତିରେ ଭୁବନେଶ୍ୱର ମହାନଗର ନିଗମ ପକ୍ଷରୁ କରୋନା କଟକଣାକୁ କଡାକଡି କରାଯାଇଛି । ପୁଣି ଥରେ ରାଜଧାନୀକୁ ଫେରିଛି କଣ୍ଟନମେଣ୍ଟ ଜୋନ୍ । ଏକାଧିକ ସଂକ୍ରମିତ ଚିହ୍ନଟ ହେବା ପରେ ରାଜଧାନୀର ଫରେଷ୍ଟପାର୍କ ଅଞ୍ଚଳ ରାଜେନ୍ଦ୍ର ବିହାର ଆପାର୍ଟମେଣ୍ଟକୁ ଆଜି ବିଏମସି ପକ୍ଷରୁ କଣ୍ଟନମେଣ୍ଟ ଜୋନ୍ ଘୋଷଣା କରାଯାଇଛି । ବାହାର ଲୋକଙ୍କ ଯିବା ଆସିବା ଉପରେ ରୋକ୍ ଲାଗିବା ସହିତ ଆପାର୍ଟମେଣ୍ଟ ବିଲ୍ଡିଂରେ ରହିଥିବା ସମସ୍ତ ବ୍ୟବସାୟୀକ ପ୍ରତିଷ୍ଠାନ ଓ ଦୋକାନ ବନ୍ଦ ରଖିବାକୁ ବିଏମସି ପକ୍ଷରୁ ନିର୍ଦ୍ଦେଶ ରହିଛି । ଦୀର୍ଘ ଦିନ ପରେ ରାଜଧାନୀରେ କୌଣସି ଆପାର୍ଟମେଣ୍ଟକୁ ସଂକ୍ରମଣ ଦୃଷ୍ଟିରୁ ଏଭଳି ସିଲ୍ କରାଯାଇଥିବାରୁ ରାଜଧାନୀ ବାସୀଙ୍କ ମନରେ ଏବେ କରୋନାକୁ ନେଇ ପୁଣି ଝନକା ପଶିଛି ।
ବଢୁଛି ସଂକ୍ରମଣ ଭୟ, ଭୁବନେଶ୍ୱରରେ ପୁଣି ଫେରିଲା କଣ୍ଟନମେଣ୍ଟ ଜୋନ୍
|
October 6, 2021 |