ବଡ଼ଚଣା ସ୍ବାସ୍ଥ୍ୟ ସେବା ଅବ୍ୟବସ୍ଥା ଘେରରେ; ଜଣ୍ଡିସ୍ ରୋଗରେ ୪୦ଜବ ଅଧିକ ଆକ୍ରାନ୍ତ

Spread the love
ବଡ଼ଚଣା ସ୍ବାସ୍ଥ୍ୟ ସେବା ଅବ୍ୟବସ୍ଥା ଘେରରେ ।
ଗୋଟେ ପାଖରୁ ମାଡ଼ି ଆସୁଚି ମହାମାରୀ କରୋନା ତ ଆଉ ଗୋଟେ ପାଖରୁ ଜାବୁଡ଼ି ଧରିଲାଣି ଜଣ୍ଡିସ ।
ମଝିରେ ଆଣ୍ଠେଇ ପଡିଲେଣି ବଡ଼ଚଣା ବାସି।
ସ୍ବାସ୍ଥ୍ୟ ସେବା ପାଇଁ ଓଡିଶାର ବାହାସପଟ ସରକାର ବାହା ବାହା ନେଉ ଥିଲା ବେଳେ ବଡଚଣାରେ ଫେଲ ମାରିଛି 5t ସରକାର।
ଯାଜପୁର ଜିଲ୍ଲା ବଡଚଣା ବ୍ଲକ ଦର୍ପଣ ପଞ୍ଚାୟତର କୋଲସାହି ଗ୍ରାମରେ 40 ରୁ ଉର୍ଦ୍ଧ ପିଲା ଜଣ୍ଡିସ୍ ରୋଗରେ ଆକ୍ରାନ୍ତ ହୋଇ ଜୀବନ ମରଣ ସହ ସଂଘର୍ଷ କରୁଛନ୍ତି ।
ଆଉ ବଡଚଣା ସ୍ବାସ୍ଥ୍ୟ ବିଭାଗ, କେବଳ ବ୍ଲିଚିଙ୍ଗ ଓ ନଳକୂପ ମରାମତି କରି ନିଜର କର୍ତ୍ତବ୍ୟ ସାରି ଦେଇଛନ୍ତି ।
ସବୁଠାରୁ ବଡକଥା ହେଲା କରୋନା ଭଳି ମହାମାରୀ ସାଙ୍ଗକୁ ଜଣ୍ଡିସ୍ ଭଳି ମାରାତ୍ମକ ରୋଗ ସାରା ଅଞ୍ଚଳରେ ଭୟର ବାତାବରଣ ସୃଷ୍ଟି କରୁଛି ।
ତୁରନ୍ତ ଡାକ୍ତରୀ ଦଳ ଗାଁକୁ ଯାଇ ଲୋକଙ୍କୁ ସଚେତନ ଓ ଉପଯୁକ୍ତ ସେବା ଯୋଗାଇ ଦେଲେ, ହୁଏତ କୋମଳ ମତି ଶିଶୁ ଆରୋଗ୍ଯ ଲାଭ କରନ୍ତେ ଏବଂ କାଲିର ଭବିଷ୍ୟତ ହସି ଉଠନ୍ତା ।
ତେବେ ଆମ ଖବର ପ୍ରସାରଣ ପରେ ସ୍ଥାନୀୟ ସ୍ବାସ୍ଥ୍ୟ ବିଭାଗ କି ପଦକ୍ଷେପ ନେଉଛି ତାହା ଦେଖିବାକୁ ବାକି ରହିଲା ।।
ଯାଜପୁରରୁ ବିମଳ ବେହେରା ଙ୍କ ରିପୋର୍ଟ ସନ୍ଧାନ ନ୍ୟୁଜ

Related Posts

About The Author

Add Comment