ଯାଜପୁର,୩୧/୭(ସନ୍ଧାନ ନିୟୁଜ/ମାନସ ରାଉତ)–ଟିଟୋ ଲିଙ୍କରେ ଥିବା ବେଆଇନ ମୋରମ ଓ ବାଲି ଲିଜ ଦେବା ଓ ଚୋରା ଚାଲାଣର ତଥ୍ୟ ସଂଗ୍ରହ କରିବା ପାଇଁ ଆଜିକଟକ ଭିଜିଲାନର ୨ଜଣିଆ ଟିମ ଦର୍ପନ ତହସିଲରେ ଚଢାଉ କରିଥିଲେ । ଭିଜିଲାନ୍ସ ଡି.ଏସ.ପି ସୁରେସ କୁମାର ଦାସ ଓ ସନ୍ଧ୍ୟାରାଣି ସାହୁ ମଧ୍ୟାହ୍ନ ୧୨ଟାରେ ଓଡି୦୫ଏଚ. ୨୨୨୩ ଗାଡିରେ ଆସି ଦର୍ପଣ ତହସିଲରେ ପହଂଚି ଟିଟୋ ଓ ତାର ସମ୍ପର୍କୀୟଙ୍କ ନାମରେ ଲିଜ ଦିଆଯାଇଥିବା ବାଲି ଓ ମୋରମର କାଗଜପତ୍ରର ତନଖି କରିଥିଲେ । ନିଜେ ଡି.ଏସ.ପି. ସୁରେସ କୁମାର ଦାସ କମ୍ପୁଟର ରୁମରେ ଉପସ୍ଥିତ ରହି ଲିଜ କାରବାରରେ ଚଂଚକତା ହୋଇଛି କି ନାହିଁ ତାହାର ସରଜମିନ ତଦନ୍ତ କରିଥିଲେ । ତଦନ୍ତ ସମୟରେ ଦର୍ପଣ ତହସିଲଦାର ଅଶୋକ ଦାସ ନିଜ କାର୍ଯ୍ୟାଳୟରେ ଅନୁପସ୍ଥିତ ଥିଲେ । ଲିଜ କାରବାରର କିଛି ଫାଇଲପତ୍ର ଜବତ କରି ଭିଜିଲାନ୍ସ ଟିମ ନେଇଥିବା ଜନାପଡିଛି । ଏଠାରେ ସୂଚନା ଯୋଗ୍ୟ ଯେ ଟିଟୋ ତାର ସମ୍ପର୍କୀୟ ନାମରେ ଚାରିନଙ୍ଗଳ, ମଝିପଡା, ସାଉଡିଆ, ଅଚ୍ୟୁତବସନ୍ତ ଓ ମାଣ୍ଡୁକା ଅଂଚଳରେ ବେଆଇନ ଭାବେ ମୋରମ ଓ ବାଲି ଖନ କରି ଶହଶହ ଟ୍ରିପ ଚୋରା ଚାଲାଣ କରୁଥିଲା । ସମ୍ପର୍କୀୟଙ୍କ ନାମରେ କିଛି ଜମି ଲିଜ ଥିବା ବେଳେ ଏକର ଏକର ଜଙ୍ଗଲ ଜମିରୁ ମୋରମ ତାଡି ବିକ୍ରି କରୁଥିଲା । ଏହାଦ୍ୱାରା ସରକାରଙ୍କର କୋଟି କୋଟି ଟଙ୍କା ରାଜସ୍ୱ ହାନି ଘଟୁଥିଲା । ଏହି ରାଜସ୍ୱ ହାନିରେ ଦର୍ପଣ ତହସିଲର କିଛି କର୍ମଚାରୀଙ୍କ ହାତ ରହିଛି କି ନାହିଁ ତାହା ମଧ୍ୟ ଭିଜିଲାନ୍ସ ଟିମ ଦ୍ୱାରା ତଦନ୍ତ କରାଯାଇଛି ବୋଲି ଏକ ନିର୍ଭର ଯୋଗ୍ୟ ସୁତ୍ରରୁ ଜଣା ପଡିଛି ।
ବଡଚଣାରେ ଟିଟୋ ଲିଙ୍କ୍: ଭିଜିଲାନ୍ସ ଟିମ ଦ୍ୱାରା ଦର୍ପଣ ତହସିଲରେ ଚଢାଉ
|
August 1, 2018 |