ବଡଚଣା: ସୁଙ୍ଗୁଡା ପଂଚାୟତ କୁମ୍ବାର ସାହି ପାନୀୟ ଜଳ ପ୍ରକଳ୍ପ ଘୋଟାଲା, ପାଣିରେ ପଡିଲା ୪ ଲକ୍ଷ ଟଙ୍କା

Spread the love

ଚଣ୍ଡିଖୋଲ, ୧/୧୨(ସନ୍ଧାନ ନିୟୁଜ/ମାନସ ରାଉତ)-ବଡଚଣା ବ୍ଳକର ବିଭିନ୍ନ ପଂଚାୟତରେ ପାନୀୟ ଜଳ ଯୋଗାଇ ଦିଆଯିବା ପାଇଁ ଚତୁର୍ଦ୍ଦଶ ଅର୍ଥ କମିଶନ ଜରିଆରେ ବ୍ୟୟ ବରାଦ କରାଯାଇଥିଲା । ଏହି ପ୍ରକଳ୍ପ ନିର୍ମାଣ କରିବା ପାଇଁ କେତେକ ପଂଚାୟତ ଏହାର ସଦୁପଯୋଗ କରି ଏହାକୁ ସମ୍ପୂର୍ଣ୍ଣ କରିଥିବା ବେଳେ ଏବେ ବି ଅନେକ ପଂଚାୟତରେ ଏହି କାର୍ଯ୍ୟ ଅସମ୍ପୂର୍ଣ୍ଣ ଅଥବା ଏହାର ନିର୍ମାଣ କାର୍ଯ୍ୟ ଆରମ୍ଭ କରାଯାଇ ନାହିଁ । ୨୦୧୫-୧୬ ଆର୍ଥୀକ ବର୍ଷରେ ସୁଙ୍ଗୁଡା ପଂଚାୟତର କୁମ୍ଭାର ସାହି ଠାରେ ଚତୁର୍ଦ୍ଦଶ ଅର୍ଥ କମିଶନ ୪ ଲକ୍ଷ ଟଙ୍କାରେ ଏକ ପାନୀୟ ଜଳ ପ୍ରକଳ୍ପ ନିର୍ମାନ କରାଯିବା ପାଇଁ ଯୋଜନା କରାଯାଇଥିଲା । ରାଜନୈତିକ ହଟଚମକ ମଧ୍ୟରେ ସେହି ଅର୍ଥକୁ ଠିକଣା ସମୟରେ ଖର୍ଚ୍ଚ କରା ଯାଇ ପାରି ନଥିଲା । ୨୦୧୬ ମସିହାରେ ନୂତନ ଭାବେ ପଂଚାୟତ ନିର୍ବାଚନରେ ଏଠାରେ ସରପଂଚା ନିର୍ବାଚିତ ହେଲା ପରେ ଏହି ପ୍ରକଳ୍ପର ନିର୍ମାଣ କାର୍ଯ୍ୟ କରାଯାଇଥିଲା । ପ୍ରକଳ୍ପ ନିର୍ମାଣର ପ୍ରାୟ ଏକ ବର୍ଷରୁ ଉର୍ଦ୍ଧ ସମୟ ବିତି ଯାଇଥିଲେ ବି ବିନ୍ଦୁଏ ବି ପାଣି ସେହି ପ୍ରକଳ୍ପରୁ ବାହାରି ପାରିଲା ନାହିଁ । ବୋରିଂ, ପମ୍ପ ହାଉସ ଘର, ଷ୍ଟାଣ୍ଡ ପୋଷ୍ଟ ଓ ପାଇପ ସଂଯୋଗ କରାଯାଇ ଗ୍ରାମ ମଧ୍ୟକୁ ବ୍ୟବସ୍ଥା ଜରାଯାଇଥିଲେ ବି ତାହା ଆଜି ବି ଅଚ ଅବସ୍ଥାରେ ପଡି ନଷ୍ଟ ହେବାକୁ ବସିଲାଣି । ଏହି ଓାର୍ଡରେ ପାଖାପାଖି ୭ଶହରୁ ଉର୍ଦ୍ଧ ଲୋକ ବସବାସ କରୁଛନ୍ତି । ଗ୍ରୀଷ୍ମ ଋତୁରେ ସମସ୍ତ ନଳକୂପ ଓ ବ୍ୟକ୍ତିଗତ ଭାବେ ଖୋଳୀଥିବା କୂଅ ଗୁଡିକ ଶୁଖି ଯାଇଥାଏ । ସ୍ଥାନୀୟ ଲୋକଙ୍କ ଦାବୀ ଫଳରେ ପାନୀୟ ଜଳ ବ୍ୟବସ୍ଥାର ସୁପରିଚାଳନା ପାଇଁ ପୂର୍ବ ପଂଚାୟତ ସମିତି ବୈଠକରେ ଏ ନେଇ ଏକ ପ୍ରସ୍ତାବ ଗୃହୀତ ହୋଇଥିଲା । ଏବେ ଏହି କାର୍ଯ୍ୟକୁ ନିର୍ମାଣ ଦାୟତ୍ୱ ନେଇଥିବା ପଂଚାୟତରାଜ ଓ ପାନୀୟ ଜଳ ବିଭାଗର ଅପାରଗତା ପାଇଁ ନିର୍ମାଣ ପରଠାରୁ ପ୍ରକଳ୍ପଟି ଅଚଳ ହୋଇ ପଡିଥିଲେ ବି ଏଥିପ୍ରତି ଦୃଷ୍ଟି ଦେଉନାହାନ୍ତି ଓ ନିର୍ମାଣର ଦାୟିତ୍ୱ ନେଇଥିବା ଯନ୍ତ୍ରୀ ଓ ଠିାକଦାର ନିମ୍ନମାନର କାମ କରି ଚାରି ଲକ୍ଷ ଟଙ୍କା ଆତ୍ମସାତ କରି ନେଇଛନ୍ତି । ଏଥିପ୍ରତି ଉଚ୍ଚସ୍ତରୀୟ ତଦନ୍ତ କରାଯାଇ ଯନ୍ତ୍ରୀ ଓ ଠିାକଦାରଙ୍କ ବିରୁଦ୍ଧରେ ବିହୀତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ସହ ପ୍ରକଳ୍ପକୁ ସଚଲ କରାଯାଇ ସ୍ଥାନୀୟ ଲୋକଙ୍କ ଜଳକ୍ଳିଷ୍ଟ ମେଂଟାଇବା ପାଇଁ ବ୍ୟବସ୍ଥା କରିବାକୁ ଗ୍ରାମବାସୀ ମାନେ ଦାବୀ କରିଛନ୍ତି ।

Related Posts

About The Author

Add Comment