ଚଣ୍ଡିଖୋଲ,୧୦/୪(ସନ୍ଧାନ ନିୟୁଜ/ମାନସ ରାଉତ): ରାଜ୍ୟ ନିର୍ବାଚନ କମିଶନଙ୍କ ନିଦେ୍ର୍ଧଶ ଅନୁଯାୟୀ କୌଣସି ଦଳୀୟ କାର୍ଯ୍ୟକ୍ରମ କିମ୍ବା ସରକାରୀ ଜାଗାକୁ ଦଳ ବ୍ୟବହାର କଲେ ଏହା ଆଚରଣ ବିଧି ଉଲ୍ଲଘଂନ ବୋଲି ଧରାଯାଇ ସଂପୃକ୍ତ ଦଳୀୟ ନେତା ମାନଙ୍କ ନାମରେ ଆଚରଣ ବିଧି ଉଲ୍ଲଘଂନ ମାମଲା ରୁଜୁ କରାଯିବାର ସ୍ପଷ୍ଟ ନିୟମ ଜାରୀ କରିଛନ୍ତି । କିନ୍ତୁ ଏହାର ବ୍ୟତିକ୍ରମ ଯାଜପୁର ଜିଲା ବଡଚଣା ନିର୍ବାଚନ ମଣ୍ଡଳୀରେ ବିଜେଡିର ନିର୍ବାଚନ ଆଚରଣ ବିଧି ଉଲ୍ଲଘଂନ ଅଭିଯୋଗ ସ୍ୱଷ୍ଟ ବାରିହୋଇପଡୁଛି । ବଡଚଣା ବିଜେଡିର ନିର୍ବାଚନ ଆଚରଣ ବିଧି ଉଲ୍ଲଘଂନ ନେଇ ବଡଚଣା ବିଜେପି ପକ୍ଷରୁ ବୁଧବାର ଚଣ୍ଡିଖୋଲ ସ୍ଥିତ ବିଜେପି କାର୍ଯ୍ୟାଳୟ ଠାରେ ଜିଲା ବିଜେପି ଉପସଭାନେତ୍ରୀ ଦେବଜାନୀ ପ୍ରଧାନଙ୍କ ଅଧ୍ୟକ୍ଷତାରେ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ଚଣ୍ଡିଖୋଲ ଠାରେ ବିଜେଡି ସ୍ଥାୟୀ ଭାବେ ଯେଉଁ ସ୍ଥାନରେ ଦଳୀୟ କାର୍ଯ୍ୟାଳୟ କରିଛି ଏହା ସଂପୁର୍ଣ୍ଣ ବେଆଇନ ଓ ନିର୍ବାଚନ ଆଚରଣ ବିଧି ଉଲ୍ଲଘଂନ ହେଉଥିବା ନେଇ ବଡଚଣା ବିଜେପି ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଅଭିଯୋଗ କରିଛି । ସୂଚନା ମୁତାବକ ଯାଜପୁର ଜିଲା ଚଣ୍ଡିଖୋଲ ଆଞ୍ଚଳିକ ପରିବହନ କାର୍ଯ୍ୟାଳୟ ନିକଟରେ ଏକ ସରକାରୀ ଜମିକୁ ବିଜେଡି ଜବରଦଖଲ କରି ସେଠାରେ ସ୍ଥାୟୀ ଗୃହ ନିର୍ମାଣ କରି ଦଳୀୟ କାର୍ଯ୍ୟ ପରି·ଳନା କରୁଛି । ସଂପୃକ୍ତ ସ୍ଥାନଟି ଦର୍ପଣ ତହସିଲ ଅନ୍ତର୍ଗତ ସୁଙ୍ଗୁଡା ମୌଜାର ପ୍ଲଟ ନଂ-୧୦୮୮ ଓ ହାଲ ପ୍ଲଟ ନଂ-୧୩୧୭ ଦର୍ଶାଇ ଏହା ଚକ ଅର୍ନ୍ତଭୁକ୍ତ ନହେବା ସହ ଛୋଟ ଜଙ୍ଗଲ କିସମ ଜମି ବୋଲି ବିଜେଡି ଅଭିଯୋଗ କରିଛି । ନିର୍ବାଚନକୁ ଦୃଷ୍ଟିରେ ରଖି ବଡଚଣା ବିଜେଡି ଏହି ଗୃହରେ ଦଳୀୟ ପ୍ରଚାର ପତ୍ର,ବ୍ୟାନର,ହୋଡିଂ ଏବଂ ଅନ୍ୟାନ ନିର୍ବାଚନୀ ସାମଗ୍ରୀ ମହଜୁଦ ରଖିଛି । କାର୍ଯ୍ୟାଳୟର ସମ୍ମୁଖ ଭାଗ ଚଣ୍ଡିଖୋଲ ଗ୍ରାମ୍ୟ ଉନ୍ନୟନ ବିଭାଗ ଦ୍ୱାରା କଂକ୍ରିଟ କରାଯାଇ ପରିବହନ କାର୍ଯ୍ୟାଳୟକୁ ଆସୁଥିବା ଗାଡି ମାନଙ୍କ ରହଣୀ ପାଇଁ ଉଦିଷ୍ଟ ଥିଲେ ମଧ୍ୟ ବିଜେଡି ଏଠାରେ ଟେଣ୍ଟ ବାନ୍ଧି ସଭା ସମିତି କରିବା ସହ ଦଳୀୟ ପ୍ରଚାରରେ ବ୍ୟବହୃତ କରୁଛି । ନିର୍ବାଚନ କମିଶନରଙ୍କ ନିଦେ୍ର୍ଧଶ ଅନୁଯାୟୀ ସମସ୍ତ ସରକାରୀ ସ୍ଥାନରୁ ବିଭିନ୍ନ ରାଜନୈତିକ ଦଳର ହୋଡିଂ ଉଚ୍ଛେଦ କରାଯାଇଥିବା ବେଳେ ଏହି ସ୍ଥାନରେ ବିଜେଡିର ହୁଡିଂ ପ୍ରଶାସନର ଦୃଷ୍ଟିକୁ ନଆସିବା ତାଙ୍କର କାର୍ଯ୍ୟଦକ୍ଷତା ପ୍ରତି ସନେ୍ଦହ ସୃଷ୍ଟି ହେଉଛି ବୋଲି ବିଜେପି ଅଭିଯୋଗ କରିଛି । ଯାଜପୁର ଜିଲା ନିର୍ବାଚନ ଅଧିକାରୀ ଏଥିପ୍ରତି ଦୃଷ୍ଟି ଦେଇ ଉକ୍ତ ଗୃହକୁ ସିଲ କରିବା ସହ ସମ୍ମୁଖ ଭାଗରେ ଥିବା ଟେଣ୍ଟକୁ ଉଚ୍ଛେଦ ପାଇଁ ବିଜେପି ଦାବୀ କରିଛି । ନଚେତ ଆଗାମୀ ଦିନରେ ବଡଚଣା ବିଜେପି ପକ୍ଷରୁ ଯାଜପୁର ଜିଲାପାଳଙ୍କ କାର୍ଯ୍ୟାଳୟ ଘେରାଉ କରାଯିବ ବୋଲି ବିଜେପି ଚେତାବନୀ ଦେଇଛି । ଏହି ସମ୍ମିଳନୀରେ ଜିଲା ବିଜେପି ଉପସଭାପତି ଜ୍ଞାନରଂଜନ ସାହୁ,କିଷାନ ମୋର୍ଚ୍ଚା ଜିଲା ସଭାପତି ସାରଦା ପ୍ରସନ୍ନ ରାଉତ,ମହାବିନାୟକ ମଣ୍ଡଳ ସଭାପତି ବେଣୁଧର ବିଶ୍ୱାଳ,ପ୍ରାକ୍ତନ ପଞ୍ଚାୟତ ସମିତି ଅଧ୍ୟକ୍ଷ ନିରଂଜନ ସାହୁ,ପ୍ରାକ୍ତନ ଉପାଧ୍ୟକ୍ଷ ବିଚିତ୍ରାନନ୍ଦ ମହାପାତ୍ର,ମଣ୍ଡଳ ସଭାପତି ଧୂଳେଶ୍ୱର ଦାସ,ପ୍ରଦୀପ ସାମଲ,ପ୍ରଦୀପ୍ତ ଜେନା,ସୁଙ୍ଗୁଡା ସମିତିସଭ୍ୟ ପ୍ରୀତମ ନାୟକ ପ୍ରମୁଖ ଉପସ୍ଥିତ ରହି ଆଲୋଚନାରେ ଅଂଶଗ୍ରହଣ କରିଥିଲେ ।
ବଡଚଣା ବିଜେଡିର ଆଚରଣ ବିଧି ଉଲ୍ଲଘଂନ ନେଇ ବିଜେପିର ସାମ୍ବାଦିକ ସମ୍ମିଳନୀ
|
April 10, 2019 |
