ଯାଜପୁର ସଦର, ୨୨ା୦୨: ଯାଜପୁର ଜିଲ୍ଲା ସଦରଥାନା ଅନ୍ତର୍ଗତ ସାମନ୍ତରାପୁର ପଂଚାୟତ ନିକଟସ୍ଥ ରସୁଣା ଗ୍ରାମରେ ଏପରି ଘଟଣା ଦେଖିବାକୁ ମିଳିଚି । ପରକ୍ରୀୟା ପ୍ରିତି ଘଟଣାକୁ ନେଇ ମହିଳାଙ୍କର ମୃତ ହୋଇଥିବା ଅଭିଯୋଗ ହୋଇଛି । ଏଠାରେ ସୂଚନା ଯୋଗ୍ୟ ଯେ, ଉଭୟ ପରୁଷ ମହିଳା ବିଭାହିତ ହୋଇଥିବା ବେଳେ, ସେମାନଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଗଢ଼ି ଉଠିଥିଲା । ଏହ ମହିଳା ଜଣଙ୍କ ପ୍ରେମିକାକୁ ବିବାହ କରିବାକୁ ଜିଦ ଧରିଥିବା ବେଳେ, ତାଙ୍କ ଝୁଲନ୍ତା ମୃତ ଦେହ ଉଦ୍ଧାର କରାଯାଇଚି । ମହିଳାଙ୍କ ପରିବାର ପକ୍ଷରୁ ଏହା ଏକ ହତ୍ୟାକାଣ୍ଡ ବୋଲି ଅଭିଯୋଗ କରାଯାଇଚି । ଏହି ମୃତ ମହିଳା ଜଣକ ଧୁଳେଶ୍ୱର ବାଇଶିମୌଜା ଗ୍ରାମର ଅଭିରାମ ସେନାପତିଙ୍କ ବହୁ ନଳିନି ସେନାପତି ଦିର୍ଘଦିନ ହେଲା ରସୁଣା ଗ୍ରାମର ବିଦ୍ୟାଧର ସାହୁଙ୍କ ସହିତ ପ୍ରେମ ସମ୍ପର୍କ ରହିଥିବା ବେଳେ, ବିଦ୍ୟାଧର ଧାନ ବେପାର କରିବାକୁ ଯାଇଥିବା ବେଳେ, ନଳିନୀ ସହିତ ବିଦ୍ୟାଧରଙ୍କର ପ୍ରେମ ସମ୍ପର୍କ ଗଢ଼ି ଉଠିଥିଲା । ନଳିନୀ ବିଦ୍ୟାଧରଙ୍କୁ ବିବାହ କରିବାକୁ କହୁଥିବା ବେଳେ, ନଳିନୀର ୨ଟି ସନ୍ତାନ ରହିଥିବା ଜଣାଯାଇଚି । ଏନେଇ ନଳିନୀ ଶାଶୁଘର ପକ୍ଷରୁ ଅସନ୍ତୋଷ ଲାଗି ରହିଥିଲା । ବିଦ୍ୟାଧରକୁ ବିବାହ କରିବାକୁ କହୁଥିବା ବେଳେ, ବିଦ୍ୟାଧର ଛୁଆଁ ଦେଉନଥିଲା । ନଳିନୀ ମନରେ ସନ୍ଧେହ ହେବାରୁ ବିଦ୍ୟାଧର ଘରୁକୁ ଶାଶୁ ଘରୁ ଔଷଧ କିଣିବାକୁ ଯାଇଚି ଯାଇଥିଲେ । ବିଦ୍ୟାଧର ଘରେ ପହଁଞ୍ôଚ ବିଦ୍ୟାଧରର ପରିବାର ଲୋକଙ୍କ ସହିତ ନଳିଣି ଝଗଡ଼ା କରିଥିଲେ । ଘରର ଆସବାସ ପତ୍ର ଭଙ୍ଗାରୁଜା କରିବା ସହିତ ବିଦ୍ୟାଧରଙ୍କ ପିରବାର ବାହାରେ ରହିଥିବା ବେଳେ, ଘରର ଭିତର ପଟୁ କବାଟ ବନ୍ଧ କରି ଫ୍ୟାନରେ ଓଢ଼ଣାରେ ରସିଲଗାଇ ଆତ୍ମହତ୍ୟା କରିଥିଲେ । ବିଦ୍ୟାଧର ପରିବାରଙ୍କ ମନରେ ସନ୍ଧେହ ହେବାରୁ ବିଦ୍ୟାଧର ପରିବାର ଗ୍ରାମବାସୀଙ୍କୁ ଡକାଇ ଏସମ୍ପର୍କରେ କହିବାରୁ ଲୋକମାନଙ୍କ ମଧ୍ୟରେ ସନ୍ଧେହ ହୋଇଥିଲେ । ଏହାକୁ ନେଇ ପରିବାର ଲୋକମାନେ ଯାଜପୁର ସଦର ଥାନରେ ଅଭିଯୋଗ କରିବା ପରେ ନଳିନୀଙ୍କ ଶାଶୁଘର ପରିବାରଙ୍କ ପକ୍ଷରୁ ହତ୍ୟା ଅଭିଯୋଗର ଦାବି କରାଯାଉଚି । ଅଭିଯୋଗ ପାଇ ସଦର ଥାନା ଆଇଆଇସି ମାନସ ରଂଜନ ଚକ୍ର ରସୁଲପୁର ତହସିଲଦାର ନିରଂଜନ ସାହୁ, ସାଇଣ୍ଟିଫିକ ଟିମ ପହଁଞ୍ôଚ ଲୋକ ମାନଙ୍କ ସହାୟତାରେ ଘରର କବାଟ ଭଙ୍ଗାଯାଇ ନଳିନୀ ଫ୍ୟାନରେ ଝୁଲୁଥିବା ଦେଖିବାକୁ ପାଇଥିଲେ । ସଦରଥାନା ପୋଲିସ ନଳିନୀର ଶବକୁ ଜବତ କରିବା ସହିତ ବ୍ୟବଚ୍ଛେଦ ପାଇଁ ଯାଜପୁର ମେଡିକାଲକୁ ପଠାଇଥିଲେ । ୪୫/୨୦୨୩ ରେ ଏକ ମାମଲା ରୁଜୁ କରାଯାଇ ତଦନ୍ତ କରାଯାଉଚି । ବ୍ୟବଚ୍ଛେଦ ରିପୋର୍ଟ ଆସିଲେ ତାହା ଜଣାପଡ଼ିବ ବୋଲି ସଦର ଥାନା ପୋଲିସ ପକ୍ଷରୁ ରିପୋର୍ଟ ମିଳିଚି ।
ପ୍ରେମିକ ଘରୁ ପ୍ରେମିକାର ଝୁଲନ୍ତା ମୃତଦେହ ଉଦ୍ଧାର
|
February 25, 2023 |



