ପ୍ରେମ ବିଭାଘରକୁ କେନ୍ଦ୍ରକରି ଦୁଇ ସଂଖ୍ୟାଲଘୁ ସମ୍ପ୍ରଦାୟକଙ୍କ ମଧ୍ୟରେ ଗଣ୍ଡଗୋଳ

Spread the love

ଯାଜପୁର, ୧୨/୦୬/୨୦୨୧ (ସନ୍ଧାନ ନିଉଜ) : ଯାଜପୁର ଜିଲ୍ଲା ଧର୍ମଶାଳା ବ୍ଲକ୍ ଅନ୍ତର୍ଗତ ମଙ୍ଗଳପୁର ପଂଚାୟତର ଦୁଇ ସଂଖ୍ୟାଲଘୁ ସମ୍ପ୍ରଦାୟକଙ୍କ ମଧ୍ୟରେ ପ୍ରେମ ବିବାହକୁ କେନ୍ଦ୍ରକରି ଗୋଷ୍ଠି ସଂଘର୍ଷ ଘଟିବାରୁ ୫ଜଣ ଗୁରୁତର ଆହତ ହୋଇଥିବା ବେଳେ, ଜଣଙ୍କର ମେଡିକାଲରେ ମୃତୁ୍ୟ ଘଟିଥିବା ଘଟଣାକୁ କେନ୍ଦ୍ରକରି ବ୍ରହ୍ମବରଦା ବାଲିଚନ୍ଦ୍ରପୁର ରାସ୍ତାକୁ ଆନେ୍ଦାଳନକାରୀମାନେ ରୋକ କରିବା ସହିତ ଟାୟାର ଜାଳି ରାସ୍ତା ଅବରୋଧ କରିଥିଲେ । ଏଠାରେ ସୂଚନା ଯୋଗ୍ୟ ଯେ, ମଙ୍ଗଳପୁର ପଂଚାୟତର ବ୍ରହ୍ମବରଦା ଫାଣ୍ଡି ଅନ୍ତର୍ଗତ ଇସ୍ତମା ପଡ଼ିଆର ଦୁଇ ସଂଖ୍ୟାଲଘୁ ସମ୍ପ୍ରଦାୟକଙ୍କ ମଧ୍ୟରେ ଏହି ଘଟଣାକୁ କେନ୍ଦ୍ରକରି ଗଣ୍ଡଗୋଳ ହେବାରୁ ସଂଖ୍ୟାଲଘୁ ସଂମ୍ପ୍ରଦାୟର ପରିବାର ଲୋକମାନେ ୫ଜଣ ଆହତ ହୋଇଥିଲେ । ଆହତ ମାନଙ୍କୁ କଟକ ମେଡିକାଲକୁ ଚିକିତ୍ସା ପାଇଁ ନିଆଯାଇଥିବା ବେଳେ, ସେଠାରେ ସଂଖ୍ୟାଲଘୁ ସମ୍ପ୍ରଦାୟର ଯୁବକ ସଲାଉଦ୍ଦିନଙ୍କର ମୃତୁ୍ୟ ଘଟିଥିଲା । ସଲାଉଦ୍ଦିନ ମୃତୁ୍ୟ ଘଟଣାକୁ କେନ୍ଦ୍ରକରି ସ୍ଥାନିୟ ଗ୍ରାମବାସୀ ବ୍ରହ୍ମବରଦା ବ୍ୟାଙ୍କ ଛକ ରାସ୍ତାକୁ ଅବରୋଧ କରିବା ସହିତ ଆସାମୀ ମାନଙ୍କୁ ଗିରଫ କରିବା ପାଇଁ ସଲାଉଦ୍ଦିନଙ୍କ ପରିବାର ପକ୍ଷରୁ ଜିଲ୍ଲା ପୋଲିସ ପ୍ରଶାସନ ନିକଟରେ ଦାବି କରାଯାଇଥିଲା । ଏହି ଘଟଣାକୁ ନେଇ ଯାଜପୁର ଏସ୍.ଡି.ପି.ଓ ଚିନ୍ମୟ କୁମାର ନାୟକ, ଧର୍ମଶାଳା ଥାନା ଅଧିକାରୀ, ବ୍ରହ୍ମବରଦା ଫାଣ୍ଡି ଅଧିକାରୀ ଏସ୍ ଦାଶରଥି ପାତ୍ର ଘଟଣା ସ୍ଥଳରେ ପହଁଞ୍ଚô ତିକ୍ଷ୍ଣ ନଜର ରଖିଥିଲେ । ଉତ୍ତେଜନା ଦେଖାଦେବାରୁ ରସୁଲପୁର ଅତିରିକ୍ତ ତହସିଲଦାର ମୋହନ ଚରଣ ଜେନା ଘଟଣା ସ୍ଥଳରେ ପହଞ୍ଚô ରାସ୍ତାରୋକକାରୀଙ୍କ ସହିତ ଆଲୋଚନା କରିଥିଲେ । ମୃତକଙ୍କ ପରିବାରକୁ ରେଡକ୍ରସ ପାଣ୍ଠିରୁ ଆର୍ଥିକ ସହାୟତା ୧୦ ହଜାର ଟଙ୍କା ଦିଆଯାଇଥିଲା । ଏଠାରେ ସୂଚନା ଯୋଗ୍ୟ ଯେ, ଏହି ଗଣ୍ଡଗୋଳରେ ବ୍ରହ୍ମବରଦା ଫାଣ୍ଡି ପୋଲିସ ଦୁଇ ଜଣଙ୍କୁ ଗିରଫ କରି ଚଣ୍ଡିଖୋଲ କୋର୍ଟକୁ ଚାଲାଣ କରିଥିଲେ । ୨୦ ଜଣଙ୍କ ନାମରେ ମାମଲା ପୋଲିସ ନିକଟରେ ରହିଥିବା ବେଳେ, ସେମାନଙ୍କୁ ତୁରନ୍ତ ଗିରଫ କରିବା ପାଇଁ ରାସ୍ତାରୋକକାରୀମାନେ ପୋଲିସ ନିକଟରେ ଦାବି କରିଥିଲେ । ପୋଲିସ ଧର୍ମଶାନା ଥାନା ପକ୍ଷରୁ ସେମାନଙ୍କୁ ଗିରିଫ କରାଯିବ ବୋଲି ଏସ୍.ଡି.ପି.ଓ ଚିନ୍ମୟ କମାର ନାୟକ, ଧର୍ମଶାଳା ଥାନା ଅଧିକାରୀ ଶରଜ କୁମାର ସାହୁ, ବ୍ରହ୍ମବରଦା ଫାଣ୍ଡି ଅଧିକାରୀ ଏସ୍ ଦାଶରଥି ପାତ୍ର ପ୍ରତିଶୃତି ଦେବାପରେ ଆନେ୍ଦାଳନକାରୀ ମାନେ ରାସ୍ତାରୋକରୁ ହଟିଥିଲେ । ଏହି ସଂଖ୍ୟାଲଘୁ ସମ୍ପ୍ରଦାୟର ସେକ୍ ମାଇଉଦ୍ଦିନଙ୍କ ସାନପୁଅ ସେକ୍ ନବୀହୁସେନ, ସେହି ସଂଖ୍ୟାଲଘୁ ସଂମ୍ପ୍ରଦାୟ ତଜମୁଲ ଜାମାଙ୍କ ଝିଅ ନଗ୍ରିସ ପରୱିନ କୋର୍ଟରେ ପ୍ରମ ବିବାହ କରିଥିଲେ । ଏହି ଘଟଣାକୁ ନେଇ ଦୁଇ ପରିବାରଙ୍କ ମଧ୍ୟରେ ବିବାଦ ଲାଗି ରହିଥିଲା । ଏହି ଘଟଣାକୁ ନେଇ ଦୁଇ ପରିବାରଙ୍କ ମଧ୍ୟରେ ବିଦାନ ଲାଗି ରହିଥିଲା । ଗତ ୯ ତାରିଖରେ ଝିଅ ଘର ପରିବାର ପକ୍ଷରୁ ପୁଅ ଘର ପରିବାରକୁ ଆକ୍ରମଣ କରିଥିଲେ । ଏହି ଆକ୍ରମଣରେ ସେକ୍ ନବୀ ହୁସେନଙ୍କ ସାନବାପା ସେକ ନିଜାମୁଦ୍ଦିନ, ଜଜମା କସ୍ପ୍ରିନ ବିବି, ସେକ୍ ସଲାଉଦ୍ଦିନ, ସେକ୍ ଜଲାଉଦ୍ଦିନ ଏବଂ ବବାନା ପରୱିନ ସମ୍ପର୍କିୟ ମାନେ ଗୁରୁତର ଆହାତ ହୋଇଥିଲେ । ଆହତଙ୍କ ମଧ୍ୟରୁ କୋମାକୁ ଚାଲିଯାଇଥିବା ସଲାଉଦ୍ଦିନ(୪୫)ଙ୍କର ମୃତୁ୍ୟ ଘଟିଥିଲା । ଏହି ଘଟଣାରେ ବ୍ରହ୍ମବରଦା ପୋଲିସ ସେକ୍ ମୋଜାମିଲ ରାଜା ଝୀଅର ବଡ଼ ଭାଈ ଏବଂ ମାମୁଁ ସେକ୍ ସେକ୍ ଅତଉଲ୍ଲାକୁ ଗିରଫ କରି କୋର୍ଟ ଚାଲାଣ କରିଥିଲେ । ଅନ୍ୟ ଅଭିଯୁକ୍ତ ମାନେ ଫେରାର ରହିଥିବା ବେଳେ, ସେମାନଙ୍କୁ ଗିରଫ କରିବା ପାଇଁ ପୋଲିସ ନିକଟରେ ମୃତକଙ୍କ ପରିବାର ଦାବି କରିଥିଲେ । ଏହି ଘଟଣାକୁ ନେଇ ଉତ୍ତେଜନା ଦେଖାଦେବା ସହିତ ରାସ୍ତାରୋକ କରାଯାଇଥିଲା । ରିପୋର୍ଟ ଲେଖାହେବା ବେଳକୁ ଧର୍ମଶାଳା ପୋଲିସ ପକ୍ଷରୁ ଏବଂ ବ୍ରହ୍ମବରଦା ଫାଣ୍ଡି ପୋଲିସ ପକ୍ଷରୁ ଅଭିଯୁକ୍ତଙ୍କୁ ଗିରଫ କରାଯାଇନଥିବା ଦେଖିବାକୁ ମିଳିଥିଲା ।

Related Posts

About The Author

Add Comment