ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡ଼କ ଅବସ୍ଥା ଶୋଚନୀୟ ମରାମତି ଦାବି

Spread the love

ବିଶୋଇ,28.11.2020 (ଲିଙ୍ଗରାଜ ପଣ୍ଡା) : ବିଶୋଇ ବ୍ଲକ ସମ୍ମୁଖ ଦେଇ ଯାଇଥିବା ୪୯ ନଂ ଜାତୀୟ ରାଜପଥ ଠାରୁ ନଙ୍ଗଳବେଣ୍ଟ ପୋଖରିଆ ପଞ୍ଚାୟତର କୂଲଗିଡ଼ିହି ଗ୍ରାମ ପର୍ଯ୍ୟନ୍ତ ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡ଼କ ଯୋଜନାରେ ନିର୍ମିତ ୮.୫ କିମି ପିଛୁ ଓ କଂକ୍ରିଟା ରାସ୍ତାର ଅବସ୍ଥା ଏବେ ଅତି ଶୋଚନୀୟ ହୋଇଥିବା ଦେଖୁବାକୁ ମିଳିଛି ନଙ୍ଗଳବେଣ୍ଟ ପୋଖରିଆ ପଞ୍ଚାୟତର ବିଭିନ୍ନ ଗ୍ରାମ ସହିତ ବିଶୋଇ ବ୍ଲକକୁ ସଂଯୋଗ କରୁଥିବା ଏହି ୮.୫ କିମି ପି ଏମ ଜି ଏସ ଯାଇ ରାସ୍ତା ଏକ ମାତ୍ର ଗୁରୁତ୍ବପୂର୍ଣ୍ଣ ସଂଯୋଗକାରୀ ରାସ୍ତା ଅଟେ । ଉଲ୍ଲେଖନୀୟ ଯେ ଶିମିଳିପାଳ ଜୈବ ମଣ୍ଡଳ ପାଦଦେଶରେ ଅବସ୍ଥିତ ବଣ ଓ ପାହାଡ ଘେରା ଅନୁନ୍ନତ ଆଦିବାସୀ ଅଧ୍ୟଷିତ ନ.ବେ ପୋଖରିଆ ପଞ୍ଚାୟତର ବିଭିନ୍ନ ଗ୍ରାମର ଅବାସୀ ବିଶୋଇ ବ୍ଲକ ମୁଖ୍ୟାଳୟ, ଅନ୍ୟାନ୍ୟ କାର୍ଯ୍ୟାଳୟ ଚିକିସ୍ୟାଳୟ ସୀ ବିଦ୍ୟାଳୟ, ବ୍ୟାଙ୍କ ତଥା ବଜାର ହାଟକୁ ଆସିବା ଅ ପାଇଁ ଏହି ଏକମାତ୍ର ସଂଯୋଗକାରୀ ରାସ୍ତା ଉପରେ ଅଟ ସମ୍ପୂର୍ଣ୍ଣ ନିର୍ଭୟଶୀଳ ଅଟନ୍ତି । ପଞ୍ଚାୟତବାସୀଙ୍କ ତ ଅନେକ ଆବେଦନ ଓ ନିବେଦନ ପରେ ୨୦୧୮ ରେ ପ ସମ୍ପୂର୍ଣ୍ଣ ହୋଇଥିବା ଏହି ପ୍ରଧାନମନ୍ତ୍ରୀ ଗ୍ରାମ୍ୟ  ସଡ଼କଟି ଏବେ ସମ୍ପୂର୍ଣ୍ଣ ଭାବେ ବ୍ୟବହୃତ ଅନୁପଯୋଗୀ ହୋଇପଡ଼ିଥିବା ପଞ୍ଚାୟତବାସୀ  ଅଭିଯୋଗ କରି ଆସୁଛନ୍ତି । ଏପରିକି କିଛି ମାସ ତଳେ ଏହି ୮.୫କିମି ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡ଼କ ପଥକୁ ତୁରନ୍ତ ମରାମତି କରିବା ପାଇଁ । ଫଚାୟତବାସୀ ରାଜସ୍ତାକୁ ଓହ୍ଲାଇ ଅସନ୍ତୋଷ ଜାହିର କରିଥିଲେ | ସୂଚନା ଥାଉକି, ବାଙ୍ଗିରିପୋଷିରୁ ଜାତୀୟ ରାଜପଥର ଯନ୍ତ୍ରୀ ଆନ୍ଦୋଳନକାରୀ ପଞ୍ଚାୟତବାସୀ  ନିକଟରେ ପହଂଚି ଶୋଚନୀୟ ହୋଇ ପଡ଼ିଥୁବା  ରାସ୍ତାଟିର ମରାମତି ଅତିଶୀଘ୍ର କରାଯିବ ବୋଲି ପ୍ରତିଶ୍ରୁତି ଦେଇଥିଲେ ମଧ୍ୟ ଏ ଯାଏଁ ଏହାକୁ ପାଳନ କରାଯାଇ ନଥିବାରୁ ପଞ୍ଚାୟତବାସୀ ଦୁଃଖ ଓ କ୍ଷୋଭ ପ୍ରକାଶ କରିଥିବା ଜଣାପଡିଛି  ଗୁରୁତ୍ବପୂର୍ଣ୍ଣ ବିଷୟ ଯେ ପ୍ରଧାନମନ୍ତ୍ରୀ ସଡ଼କ ଯୋଜନାରେ ନିର୍ମାଣ ହୋଇଥିବା ରାସ୍ତାର ରକ୍ଷଣାବେକ୍ଷଣ ଦାୟିତ୍ର ସମ୍ପୂକ୍ତ ନିର୍ମାଣ କମ୍ପାନୀ ବା ଠିକାଦାର ୫ ବର୍ଷ ପର୍ଯ୍ୟନ୍ତ ବହନ କରିବା ନିୟମ ରହିଛି କିନ୍ତୁ ଏହି ଫଚାୟତର ଜୀବନ ରେଖା ସଦୃଶ ଏହି ୮.୫କିମି ଗ୍ରାମ ସଡ଼କଟିର ନିର୍ମାଣ କାର୍ଯ୍ୟ ୨୦୧୮ ରେ ସମ୍ପୂର୍ଣ୍ଣ ହେବା ପରେ ମାତ୍ର ୨ବର୍ଷ  ମଧ୍ୟରେ ରାସ୍ତାର ଅଧୂଶ ସ୍ଥାନରେ ପିଚୁ ଓ କଂକ୍ରିଟ ଉଠିଯାଇ ଖାଲ ଖମାରେ ଭର୍ତ୍ତି ହୋଇଯିବାରୁ ଅଳ୍ପ ବର୍ଷାରେ ମଧ୍ୟ ପାଣି ଜମି ରହି ଏହା ଅଗମ୍ୟ ହୋଇ ପଡ଼ିଥିବା ପ୍ରଭାବିତ ପଚାୟତ ବାସୀ ଅଭିଯୋଗ କରିଛନ୍ତି । ତେଣୁ  ଜନ ଜାତି ବହୁଳ ପାର୍ବତ୍ୟ ଅଞ୍ଚଳ ପୋଖରିଆ ଫଚାୟତର ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡ଼କ ପଥଟିକୁ ଯୁଧକାଳୀନ ଭିତ୍ତିରେ ଜାତୀୟ ରାଜପଥ ପକ୍ଷରୁ ମରାମତି କରିବାର ବ୍ୟବସ୍ତା କରାନଯାଏ ତେବେ ପଞ୍ଚାୟତବାସୀ ପୁଣି ଥରେ ରାଜ ରାସ୍ତାକୁ ଓହ୍ଲାଇବାକୁ ବାଧ୍ୟ ହେବେ ବୋଲି,ଚେତାବନୀ ଦେଇଥିବା ଖବର ମିଳିଛି ।

 

 

Related Posts

About The Author

Add Comment