ଯାଜପୁର, ତା ୧୭ା୦୧ା୨୦୨୩ : ପ୍ରଧାନମନ୍ତ୍ରୀ ଆବାସ ଯୋଜନା (ଗ୍ରାମୀଣ) ସ୍ୱଚ୍ଚ୍ଥତା ଭିତ୍ତିରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନା (ଗ୍ରାମୀଣ), ସ୍ୱଚ୍ଚ୍ଥତା ଭିତ୍ତିରେ ଜିଲ୍ଲାରେ କାର୍ଯ୍ୟ କରିବା ନିମନ୍ତେ ରେ କାର୍ଯ୍ୟ କରିବା ନିମନ୍ତେ ଆଜି ଅପରାହ୍ନରେ ମୁଖ୍ୟ ଊନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ ତଥା ନିର୍ବାହୀ ଅଧିକାରୀ, ଜିଲ୍ଲା ପରିଷଦ ଶ୍ରୀ ଅଶୋକ କୁମାର ବେଊରିଆ, ଜିଲ୍ଲାପରିଷଦ କ୍ଷୁଦ୍ର ସମ୍ମିଳନୀ କକ୍ଷରେ ଏକ ସାମ୍ୱାଦିକ ସମ୍ମିଳନୀରେ ଯୋଗଦେଇ ସାମ୍ୱାଦିକ ମାନଙ୍କୁ ବିସ୍ତୃତ ତଥ୍ୟ ପ୍ରଦାନ କରିଥିଲେ । ସୂଚନାମତେ ଜିଲ୍ଳାରେ ଥିବା ୧୦ ଗୋଟି ବ୍ଳ୍କର ୩୧୧ ଗୋଟି ଗ୍ରାମ ପଞ୍ଚାୟତ ମଧ୍ୟରୁ ୨୯୩ ଗୋଟି ଗ୍ରାମ ପଞ୍ଚାୟତରେ ୩୩ ହଜାର ୫୨୦ ଜଣ ପ୍ରଧାନମନ୍ତ୍ରୀ ଆବାସ ଯୋଜନା (ଗ୍ରାମୀଣ) ହିତାଧିକାରୀଙ୍କ ଅନୁମୋଦନ ତାଲିକା ଜାନୁୟାରୀ ୧୬ ତାରିଖରୁ ଜାନୁୟାରୀ ୨୪ ତାରିଖ ପର୍ଯ୍ୟନ୍ତ ସଂପୃକ୍ତ ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟରେ ପ୍ରକାଶିତ କରାଯାଊଅଚ୍ଥି । ଏହି ତାଲିକାରେ କୈାଣସି ଅଯୋଗ୍ୟ ପରିବାରଙ୍କ ନାମ ଅନ୍ତର୍ଭୁକ୍ତ ହୋଇଥିଲେ, ଅଭିଯୋଗକାରୀ ସରକାରଙ୍କ ତରପଂରୁ ପ୍ରକାଶିତ ନିର୍ଦ୍ଧିଷ୍ଟ ଅଭିଯୋଗ ଦରଖାସ୍ତ ପଂର୍ମରେ ହିତାଧିକାରୀ ଜଣକ କେଊଁ କାରଣରୁ ଅଯୋଗ୍ୟ ତାହା ଊଲ୍ଲେଖ କରି ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟରେ ଥିବା ନିର୍ଦ୍ଧିଷ୍ଟ ବାକ୍ସରେ ଅଭିଯୋଗ ପତ୍ର ଦାଖଲ କରିବେ । ଏହା ଚ୍ଥଡା ଅନ୍ଲାଇନରେ ନିଜର ମୋବାଇଲ ନମ୍ୱର ପଞ୍ଜିକରଣକରି ଅଭିଯୋଗ କରିପାରିବେ । ସେହିଭଳି ଟୋଲ ପ୍ରିଂ ନମ୍ୱର ୧୮୦୦୩୪୫୬୭୭୦ ବା ୧୫୫୩୩୫ ରେ ନିଜର ପରିଚୟ ପ୍ରଦାନ କରି ଅଭିଯୋଗ କରିପାରିବେ । ଅଭିଯୋଗ ଗୁଡିକ ପାଇଲା ପରେ ସଂପୃକ୍ତ ବ୍ଳ୍କର ବିଡିଓ ଙ୍କ ଅଧ୍ୟକ୍ଷତାରେ ଏକ ୩ ଜଣିଆ ଟିମ୍ ହିତାଧିକାରୀଙ୍କ ଯୋଗ୍ୟତା ଯାଞ୍ଚ କରିବେ । ପ୍ରକାଶ ଥାଊ କି, ଆଜି ସୁଦ୍ଧା ୨୫୩ ଗୋଟି ଅନ୍ଲାଇନ ଅଭିଯୋଗ, ୬୭ ଗୋଟି ଟୋଲ୍ ପ୍ରିଂ ନମ୍ୱରରେ ଅଭିଯୋଗ ଏବଂ ୯ ଗୋଟି ବାକ୍ସ ମାଧ୍ୟମରେ ଅଭିଯୋଗ ପ୍ରଶାସନର ହସ୍ତଗତ ହୋଇଥିବା ଶ୍ରୀ ବେଊରିଆ ସୂଚନା ଦେଇଥିଲେ ଏଠାରେ ଊଲ୍ଳେଖଯୋଗ୍ୟ ଯେ, ପ୍ରତିଦିନ ବାକ୍ସ ଗୁଡିକ ସ୍ଥାନୀୟ ଜନପ୍ରତିନିଧି ମାନଙ୍କ ଊପସ୍ଥିତିରେ ଖୋଲାଯାଇ ଦରଖାସ୍ତ ଗୁଡିକ ସଂଗ୍ରହ କରାଯାଇ ବିଚାରକୁ ନିଆଯିବ । ପ୍ରଧାନମନ୍ତ୍ରୀ ଆବାସ ଯୋଜନା (ଗ୍ରାମୀଣ) ଜିଲ୍ଲାରେ ସ୍ୱଚ୍ଚ୍ଥତା ଭିତ୍ତିରେ ହିତାଧିକାରୀ ଚୟନ କରାଯାଇ ଏହାର ସୁପଂଳ ପ୍ରଦାନ କରାଯାଊଅଚ୍ଥି । ଏହି ଯୋଜନାରେ ଘର ଯୋଗାଇ ଦେବାପାଇଁ କହି କିମ୍ୱା ତାଲିକାରେ ଅନ୍ତର୍ଭୁକ୍ତ ହୋଇଥିବା କୈାଣସି ବ୍ୟକ୍ତିଙ୍କ ନାମକୁ ବାଦ୍ ଦେବାର ଧମକ ଦେଇ ଯଦି କୈାଣସି ଲୋକ ଅର୍ଥ ଦାବୀ କରୁଥାନ୍ତି ତେବେ ସେଥିରେ ହିତାଧିକାରୀ ଓ ଜନସାଧାରଣ ବିଶ୍ୱାସ ନ କରି ଊକ୍ତ ବ୍ୟକ୍ତିଙ୍କ ବିରୁଦ୍ଧରେ ନିଜ ଅଞ୍ଚଳର ବିଡିଓ , ମୁଖ୍ୟ ଊନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ, ଜିଲ୍ଲା ପରିଷଦ ଏବଂ ଜିଲ୍ଲା ପ୍ରଶାସନକୁ ଅବଗତ କରାଇବାକୁ ଜିଲ୍ଲାପାଳ ତଥା ଜିଲ୍ଲା ମାଜିଷ୍ଟ୍ରେଟ ଶ୍ରୀ ଚକ୍ରୱର୍ତ୍ତୀ ସିଂହ ରାଠୋର ପରାମର୍ଶ ଦେଇଚ୍ଥନ୍ତି ।
ପ୍ରଧାନମନ୍ତ୍ରୀ ଆବାସ ଯୋଜନା (ଗ୍ରାମୀଣ) ସ୍ୱଚ୍ଚ୍ଥତା ଭିତ୍ତିରେ ଜିଲ୍ଲାରେ କାର୍ଯ୍ୟ କରିବା ନିମନ୍ତେ ସାମ୍ୱାଦିକ ସମ୍ମିଳନୀ
|
January 18, 2023 |



