ପ୍ରଧାନ ମନ୍ତ୍ରୀ ଆବାସ ଯୋଜନା ତାଲିକାରୁ ଗରିବ ହିତାଧିକାରୀଙ୍କୁ ଅଣଦେଖା

Spread the love

ଯାଜପୁର ସଦର, ୦୧ା୦୨: ଯାଜପୁର ଜିଲ୍ଲା ବଡ଼ଚଣା ବ୍ଲକ୍ ଅନ୍ତର୍ଗତ ମଝିପଡ଼ା ପଂଚାୟତରେ ଏପରି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଚି । ଏଠାରେ ସୂଚନା ଯୋଗ୍ୟ ଯେ, ଉକ୍ତ ମଝିପଡ଼ା ପଂଚାୟତ ବନମାଳୀପୁର ଗ୍ରାମ ୫ନଂ ୱାର୍ଡର ପ୍ରଭାତୀ ଦଳାଇଙ୍କ ନାମ ପୂର୍ବର ପ୍ରଧାନ ମନ୍ତ୍ରୀ ଆବାସ ଯୋଜନା ତାଲିକାରେ ରହିଥିବା ବେଳେ, ବର୍ତ୍ତମାନର ପ୍ରଧାନ ମନ୍ତ୍ରୀ ଆବାସ ଯୋଜନା ତାଲିକାରୁ ବାଦ ପଡ଼ିଅଛି । ପ୍ରଭାତୀ ଦଳାଇ ଜଣେ ଦିନ ହୀନ ଦରିଦ୍ର ମୁଣ୍ଡ ଗୁଞ୍ଜିବାକୁ ପରିବାର ପାଖରେ ନାମକୁ ମାତ୍ର ଏକ କୁଡ଼ିଆ । ପ୍ରଭାତୀ ଦଳେଇଙ୍କ ପରିବାର ଦ୍ରାରିଦ୍ର ସୀମା ରେଖା ତଳେ ଜୀବନ ବିତାଉଥିବା ବେଳେ, ତାଙ୍କର ନାମ କିପରି ପ୍ରଧାନ ମନ୍ତ୍ରୀ ଆବାସ ଯୋଜନାର ସମ୍ଭାବ୍ୟ ତାଲିକାରୁ ବାଦ ପଡ଼ିଲା ତାହା ଏଠି ଆଶ୍ଚର୍ଯ୍ୟ ଚକିତ କରିଦେଇଚି । କିଛି ମୁଷ୍ଟିମେୟ ରାଜନୈତିକ ବ୍ୟକ୍ତି ଯେକି ବର୍ତ୍ତମାନର ସରପଂଚ ବାବୁ ଏହି ନିରୀହ ଗରିବ ପରିବାରକୁ ଅଣଦେଖା କରି ତାଙ୍କ ନାମକୁ ତାଲିକାରୁ କାଟିଦେଇଛନ୍ତି ବୋଲି କିଛି ବୁଦ୍ଧିଜିବୀଙ୍କ ମହଲରେ ଚର୍ଚ୍ଚା ହେଉଚି । ସରକାର ଏଥିପ୍ରତି ଦୃଷ୍ଟି ଦେବାକୁ ପ୍ରଭାତୀ ଦଳେଇ ନିବେଦନ କରିବା ସହିତ ଦୁଃଖରେ ଭାଙ୍ଗି ପଡ଼ିଛନ୍ତି । ତେବେ ସରକାରୀ ଯୋଜନା କାହାପାଇଁ ।

Related Posts

About The Author

Add Comment