ରସୁଲପୁର,୨/୩ (ସନ୍ଧାନ ନିଉଜ/ଜଗମୋହନ ରାଉତ) ରସୁଲପୁର ବ୍ଲକ ଅଂଚଳର ଅଗ୍ରଣୀ ପ୍ରାଥମିକ କୃଷି ସେବା ସମବାୟ ସମିତି(ପାକ୍ସ) ପା୍ରଥମାଖଣ୍ଡି ପାକ୍ସର ସଫଳତା ବିଶେଷ ଉଲ୍ଲେଖନୀୟ ରହିଛି । ଏହି ସମିତିର ଅନୁଷ୍ଠିତ ବାର୍ଷିକ ସାଧାରଣ ସଭାରେ ପାକ୍ସର ସଭାପତି ମୁକୁନ୍ଦଦେବ ମହାନ୍ତି ଅଧ୍ୟକ୍ଷତା କରିଥିଲେ । ଉକ୍ତ ବୈଠକରେ ୨୦୧୮-୧୯ ଆଥିକ ବର୍ଷରେ ପାକ୍ସର ସଫଳତା ସଂପର୍କରେ ଆଲୋଚନା ହୋଇଥିଲା । ଏହାଛଡା ଆସନ୍ତା ୨୦୧୯-୨୦ ଆର୍ଥିକବର୍ଷରେ ନୂତନ ଯୋଜନା ପ୍ରସ୍ତୁତ କରିବା ସହ ସେ ଦିଗରେ ଖର୍ଚ୍ଚ ପାଇଁ ଲକ୍ଷ୍ୟଧାର୍ଯ୍ୟ କରାଯାଇଛି । ଚଳିତବର୍ଷ ଚିରାଚରିତ ଚାଷ ବ୍ୟତୀତ ସମିତି ଅଧିନରେ ଥିବା କୃଷକମାନଙ୍କୁ କୁକୁଡା, ଛେଳି, ଘୁଷୁରି, ମାଛ ଚାଷ ଭଳି ଲାଭାକାରୀ ଚାଷ ଉପରେ ଗୁରୁତ୍ୱାରୋପ କରାଯାଇଛି । ଏ ନେଇ ଭିତ୍ତିଭୂମୀ ଥିବା ସ୍ଥାନରେ ପୁଞ୍ଜି ନିୟୋଜିତ କରାଯିବାକୁ ସଭାରେ ସର୍ବସମ୍ମତିକ୍ରମେ ପ୍ରସ୍ଥାବ ଗୃହୀତ ହୋଇଛି । ଏହିକ୍ରମରେ ଚଳିତ ଖରିଫ ଋତୁରେ ଧାନ ଚାଷ ପାଇଁ ୧କୋଟି, ପନିପରିବା ଚାଷ ପାଇଁ ୩.୫୦କୋଟି, ରବି ଋତୁରେ ବାଦାମ ଚାଷ ପାଇଁ ୧କୋଟି, ଆଳୁ ପନିପରିବା ଚାଷ ପାଇଁ ୩କୋଟି ଟଙ୍କାର ଋଣ ପ୍ରଦାନ ପାଇଁ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି । ଏହାଛଡା ସରକାରଙ୍କର ନୂତନ ନୀତି ଅନୁସାରେ ଭୂମିହୀନ, ଭାଗଚାଷୀମାନଙ୍କ ପାଇଁ ଜେଏଲଜି ଗ୍ରୁପ୍ ମାଧ୍ୟମରେ ୧୫ଟି ଗୋଷ୍ଠିକୁ ଋଣ ପ୍ରଦାନ କରାଯିବା ପାଇଁ ନିଷ୍ପତି ହୋଇଛି । ସମିତି ଅଧିନସ୍ଥ ୬୦ଗୋଟି ସ୍ୱୟଂସହାୟିକା ଗୋଷ୍ଠିଙ୍କୁ ୪୦ଲକ୍ଷ ଟଙ୍କା ଋଣ ପ୍ରଦାନ ନିମନ୍ତେ ଚିଠା ପ୍ରସ୍ତୁତ ହୋଇଛି । ଏହା ଦ୍ୱାରା ମହିଳାମାନଙ୍କୁ ସ୍ୱାବାଲମ୍ବି କରିବା ଦିଗରେ ସହାୟକ ହେବ ବୋଲି କୁହାଯାଇଛି ।
ଏଥିସହ ଚାଷୀମାନଙ୍କୁ ଟ୍ରାକ୍ଟର, ପାୱାର ଟିଲର ପାଇଁ ୨୦ଲକ୍ଷ ଟଙ୍କା ଋଣ ଲଗାଣ କରାଯିବ । ସଭ୍ୟ ନବୀକରଣ ଓ ନୂତନ ସଭ୍ୟ ଗ୍ରହଣକୁ ନେଇ ବୈଠକରେ ଆଲୋଚନା ହୋଇଥିଲା । ଚଳିତବର୍ଷ ୫୦ଜଣ ନୂତନ ସଭ୍ୟକୁ ସମିତିରେ ଯୋଡାଯିବା ନେଇ ସର୍ବସମ୍ମତି ଭାବରେ ଗୃହୀତ ହୋଇଛି । ସଂପାଦକ ପ୍ରଶାନ୍ତ ସାହାଣୀ ବିବରଣୀ ପାଠ କରିଥିଲେ । ଉକ୍ତ ବୈଠକରେ ପ୍ରଥମାଖଣ୍ଡି ସରପଂଚ ଚିନ୍ତାମଣି ସୁର, କଟକ କେନ୍ଦ୍ର ସମବାୟ ବ୍ୟାଙ୍କର ଶାଖା ପରିଚାଳକ ବିକାଶ ମିଶ୍ର, ବୋର୍ଡ ସଭ୍ୟ ସୁକଦେବ ନାୟକ, ଅକ୍ଷୟ ନାୟକ, ପ୍ରମୋଦ ପଣ୍ଡା, ନରେଶ ମହାନ୍ତି, ଗଂଗାଧର ପ୍ରଧାନ, ନଟ ମଲିକ, ଚକ୍ରଧର ଦାସ, ଆତୁଳ ଖିଲାର, ଜିରାମଣି ନାୟକ, ପ୍ରମୋଦ ପଣ୍ଡା ପ୍ରମୁଖ ଯୋଗଦେଇ ଆଲୋଚନାରେ ଅଂଶଗ୍ରହଣ କରିଥିଲେ ।
ପ୍ରଥମାଖଣ୍ଡି କୃଷି ସମବାୟ ସେବା ସମିତିର ବାର୍ଷିକ ସାଧାରଣ ସଭା କୁକୁଡା, ଛେଳି, ଘୁଷୁରି, ମାଛ ଚାଷକୁ ପ୍ରାଧାନ୍ୟ
|
March 2, 2019 |
