ସୁନ୍ଦରଗଡ,( ସନ୍ଧାନ ନ୍ୟୁଜ/ ରାଜୁ ପଟେଲ) ବର୍ଷ ବର୍ଷ ଧରି ରାଜ୍ୟ ସରକାର ତଥା କେନ୍ଦ୍ର ସରକାର କିକାଶ ଦୁହାଇ ଦେଉଥିବା ବେଳେ ପ୍ରତ୍ୟେକ ଅଞ୍ଚଳରେ ପ୍ରାକୃତିକ ସଂରକ୍ଷଣ ବିପଦଜନକ ଅବସ୍ଥାରେ ରହିଥିବାର ଦେଖିବାକୁ ମିଳୁଛି । ସୁନ୍ଦରଗଡ ସଦର ନିର୍ବାଚନ ମଣ୍ଡଳୀ ତଥା ସୁନ୍ଦରଗଡ ର ଅନେକ ଅଞ୍ଚଳରେ ଥିବା କାଜୁ ବଗିଚା ସବୁ ବିପଦ ଜନକ ସ୍ଥିତିରେ ରହିଛି ।ବିଗତ ଦିନରେ ସରକାର ଲକ୍ଷ ଲକ୍ଷ ଟଙ୍କା ରାଜସ୍ବ ଆଦାୟ କରୁଥିବା ବେଳେ ଏବେ ତାର ଯବନିକା ଘଟିବାରେ ଲାଗିଛି ।ଏଥିରେ ମୃତ୍ତିକା ସଂରକ୍ଷଣ ଅନେକାଂଶରେ କ୍ଷତି ହେଉଥିବା ସହିତ ଗଛର କ୍ଷୟ କ୍ଷତି ଆଗାମୀ ଦିନରେ ମଣିଷ ସମାଜକୁମୁତ୍ଯୁ ମୁଖକୁ ଠେଲିଦେଉଥିବା ବୁଦ୍ଧିଜୀବୀ ମହଲରେ ଚିନ୍ତାର ବିଷୟ ପାଲଟିଛି । ଜିଲ୍ଲାର ବିଭିନ୍ନ ଅଞ୍ଚଳରେ ଥିବା କାଜୁ ବଗିଚାର ସଂଗ୍ରକ୍ଷଣ ନ ହେଲେ ରାଜସ୍ୱ ସହିତ ପରିବେଶ ପ୍ରଦୂଷଣ ତଥା ମୃତ୍ତିକା ସଂଗ୍ରକ୍ଷଣ ଅସୁବିଧା ଦେହାଦେଵ ଓ ତାହା ଆଗାମୀ ଦିନରେ ପ୍ରାକୃତିକ ବିଭିନ୍ନ ଅସୁବିଧା ଦେଖା ଦେବାର ଆଶଙ୍କା କରାଯାଉଥିବା ଜଣାପଡିଛି । ଏଥିପ୍ରତି ଦୃଷ୍ଟି ନ ଦିଆଗଲେ ଆଗାମୀ ଦିନରେ ସରକାର ଦାୟୀ ରହିବେ ବୋଲି ଜନସାଧାରଣ ଚର୍ଚ୍ଚା ହେଉଛି ।
ପ୍ରତ୍ୟେକ ଅଞ୍ଚଳରେ ପ୍ରାକୃତିକ ସଂରକ୍ଷଣ ବିପଦଜନକ ଅବସ୍ଥାରେ
|
May 13, 2024 |
