ବାରିପଦା, ୧୯/୧୨/୨୦୨୦ (ସନ୍ଧାନ ନିଉଜ୍/ ଲିଙ୍ଗରାଜ ପଣ୍ଡା): ପୌରନିର୍ବାଚନକୁ ଏ ଆଖି ଆଗରେ ରଖି ରଣନୀତି ପ୍ରସ୍ତୁତ କରିଛି ବିଜେପି। ବିଭିନ୍ନ କାର୍ଯ୍ୟକ୍ରମ ମାଧ୍ୟମରେ କାର୍ଯ୍ୟକର୍ତ୍ତାଙ୍କୁ ସକ୍ରିୟ କରିବା ସହିତ ନିଜର ଶକ୍ତି ପ୍ରଦର୍ଶନ କରିବାକୁ ଅଣ୍ଟା ଭିଡ଼ିଛି ବାରିପଦା ବିଧାୟକ ପ୍ରକାଶ ସୋରେନ ବାରିପଦା ପୌରପରିଷଦକୁ ବିଜେଡିମୁକ୍ତ କରିବାକୁ ଶ୍ରୀ ସୋରେନ୍ ଆଜି ଅନୁଷ୍ଠିତ ଏକ ବୈଠକରେ ଆହ୍ବାନ ଦେଇଛନ୍ତି। ଆଜି ସ୍ଥାନୀୟ ବଜାର ଇଣ୍ଡିଆ ମଣ୍ଡପରେ ବିଧାୟକ ପ୍ରକାଶଙ୍କ ନେତୃତ୍ବରେ ଦଳୀୟ କର୍ମକର୍ତ୍ତା ଏବଂ କାର୍ଯ୍ୟକର୍ତ୍ତାଙ୍କୁ ନେଇ ଏକ ଗୁରୁତ୍ବପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଥିଲା। ବାରିପଦା ପୌରାଞ୍ଚଳର ମଧୁବନଠାରୁ ଭଞ୍ଜପୁର ପର୍ଯ୍ୟନ୍ତ ଚଳିତ ମାସ ୨୨ରେ ପରୀ ପାଇଁ ନ୍ୟାୟ ଦାବିରେ ହେବାକୁ ଥିବା ପଦଯାତ୍ରା ସମ୍ପର୍କରେ ଆଲୋଚନା ହୋଇଥିଲା । ସେହିପରି ୨୪ରେ ଚାଷୀ ବିଲ୍ ସମ୍ପର୍କରେ ସଚେତନତା ସୃଷ୍ଟି ନିମନ୍ତେ ବାଲେଶ୍ବରରେ ହେବାକୁ ଥିବା କାର୍ଯ୍ୟକ୍ରମରେ ବାରିପଦା ନିର୍ବାଚନମଣ୍ଡଳୀରୁ ପ୍ରାୟ ୨ହଜାର ବାଇକୁ ନେଇଏବେ ମୋଭାଯାତ୍ରା କରିବାକୁ ମଧ୍ୟ ନିଷ୍ପତି ହୋଇଥିଲା ଉଲ୍ଲେଖଯୋଗ୍ୟ, ବାଲେଶ୍ବରରେ ଉତ୍ତର ଓଡ଼ିଶାର ଭଦ୍ରକ, ବାଲେଶ୍ଵର, ମୟୂରଭଞ୍ଜ ଏବଂ କେନ୍ଦୁଝର ଜିଲ୍ଲାରୁ ହଜାର ହଜାର ସଚେତନତା ନେଇ ବିଜେପି ପକ୍ଷରୁ ଏକ ଚାଷୀ ସମାବେଶ ଆୟୋଜିତ ହେବାର ଅଛି ଏହି ଦୁଇ କାର୍ଯ୍ୟକ୍ରମ ଆଳରେ ବାରିପଦା ବିଧାୟକ ନିଜର ଶକ୍ତି ପ୍ରଦର୍ଶନ କରିବାକୁପ୍ରୟାସ କରୁଥିବା ଚର୍ଚ୍ଚ ହେଉଛି। ସେହିପରି ଆଗକୁ ଆସୁଥିବା ପୌର ନିର୍ବାଚନରେ ବିଜେପି ଯେମିତି ପରିଷଦ ଗଠନ କରିବ ସେନେଇ ମଧ୍ୟ ଆଜି ବିସ୍ତୃତ ଆଲୋଚନା ହୋଇଥିଲା। ବୈଠକରେ ପୂର୍ବତନ ମନ୍ତ୍ରୀପ୍ରବୀଣ ଚନ୍ଦ୍ର ଭଞ୍ଜଦେଓ, ନଗର ସଭାପତି ନିରଞ୍ଜନ ଦାଶ, ପୂର୍ବତନ କାଉନ୍ସିଲର ତଥା ଜିଲ୍ଲା ସାଧାରଣ ସମ୍ପାଦକ ଲକ୍ଷ୍ମୀଧର ହାବଡ଼ା, ସୁମନ ସିଂ, ବରିଷ୍ଠଙ୍କ ନେତୃତ୍ବରେ ବୈଠକବିଜେପି ନେତା ଛୋଟେଲା ମହାନ୍ତ, ଶୋଭାବତୀ ହୋତା, ହେମନ୍ତ ଶାହା, ମନୋଜ ମହାନ୍ତି ପ୍ରମୁଖଙ୍କ ସମେତ ଶତାଧିକ କାର୍ଯ୍ୟକର୍ତା ଉପସ୍ଥିତ ଥିଲେ।
ପୌର ନିର୍ବାଚନ ପାଇଁ ଅଣ୍ଟା ଭିଡିଲା ବିଜେପି
|
December 19, 2020 |


