ପୋଲ ଉବୁଟୁବୁ , ବୁଢାମରାରେ ଘରେ ପଶିଲା ପାଣି

Spread the love

ବାରିପଦା ୨୧/୮/୨୦(ସନ୍ଧାନ ନିଉଜ/ଲିଙ୍ଗରାଜ ପଣ୍ଡା):- ତୁହାକୁ ତୁହା ହେଉଛି ବର୍ଷା । ଲଘୁଚାପ ଯୋଗୁଁ ବାଙ୍ଗିରିପୋଷି ଅଞ୍ଚଳରେ ଗତ ୨ ଦିନ ଧରି ଲଗାଣ ବର୍ଷା ଲାଗି ରହିଛି । ବିଲ, ପୋଖରୀ, କୁଅ ଆଦି ଜଳରେ ଭରପୂର । ଆଉ କେଉଁଠି ନଦୀ କୁଳ ଲଙ୍ଗି ସୀମାବର୍ତ୍ତୀ ଗାଁଗୁଡ଼ିକୁ ମାଡ଼ି ଯାଇଛି । କେଉଁଠି ରାସ୍ତା ଧୋଇନେଇଛି ଆଉ କେଉଁଠି ବାଲି ଚର କରିଛି ଚାଷଜମି ପୁଣି କେଉଁଠି ଘରେ ପଶି ହୋଇଛଇ ଜଳାର୍ଣ୍ଣବ । ଆସବାବପତ୍ର ସମେତ ବିଭିନ୍ନ ସାମଗ୍ରୀ ଓଦା ସରସର ହୋଇ ନଷ୍ଟ ହୋଇଛି । ଜୀବନଯାତ୍ରା ଗଭୀର ଭାବେ ପ୍ରଭାବିତ ହୋଇଛି ।

        ବାଙ୍ଗିରିପୋଷି ବ୍ଲକ  ଶିମିଳିପାଳ ପାହାଡ଼ ପାଦ ଦେଶରେ ଥିବାରୁ । ପାହାଡ଼ ପାଣି ଆସି ନଦୀ ସମେତ ଛୋଟ ବଡ଼ ଝରଣା ଉଛୁଳିଲାଣି । ଆଜି ତଳିଆ ଅଞ୍ଚଳରେ ବନ୍ୟା ପରିସ୍ଥିତି  ସୃଷ୍ଟି ହେଲାଣି । ଶ୍ୟାମସୁନ୍ଦରପୁ ପଞ୍ଚାୟତର ଚାଉଳଘୋରି ଗାଁ ଏବଂ ନାଫ୍ରି ପଞ୍ଚାୟତର ନାଫ୍ରି ଗାଁ ମଧ୍ୟରେ ଥିବା  ଶଙ୍କରାଇ ନାଳ ଉପରେ ଥିବା ଏକ ସ୍ଵଚ୍ଛ ଉଚ୍ଚତା ବିଶିଷ୍ଟ ପୋଲ ଉପରେ ଆଜି ହଠାତ୍ ବନ୍ୟାଜଳ ମାଡ଼ି ଆସି  ଶ୍ୟାମସୁ ଦରପୁର ପଞ୍ଚାୟତ ଏବଂ ନାଫ୍ରି ପଞ୍ଚାୟତ ମଧ୍ୟରେ ଦୀର୍ଘ ସମୟ ଯୋଗାଯୋଗ ବିଚ୍ଛିନ୍ନ ହୋଇଯାଇଥିଲା । ରିପୋର୍ଟ ଲେଖା ହେବା ପର୍ଯ୍ୟନ୍ତ ପୋଲ ଉପରେ ୩ ଫୁଟ୍ ପାଣି ଚାଲୁ ଥିଲା । ପୋଲ ସେପଟୁ ବଜାର ଉପରେ ନିର୍ଭର କରୁଥିବା ଧୋବଣି ଶୋଳ ପଞ୍ଚାୟତର ଧୋବଣି ଶୋଳ, ଗଦରଗୋଡ଼ି , ପାଟବେଡ଼, ମହୁ ପାହାଡ଼ ଆଦି ଗାଁ ସମେତ ନାହଁ ପଞ୍ଚାୟତର ଆନ୍ଦୋଳା, ନାହିକାଳି, ଉଆଣିଆ, ଝିଙ୍କପାହାଡି ର ଗ୍ରାମବାସୀ ବହୁ ଅସୁବିଧା ଭୋଗି ଥିଲେ । ସେହିପରି ରାୟାଁ , ବ୍ରାହ୍ମଣ ଗାଁ ପଞ୍ଚାୟତର ଶାଳଘାଟି ଅଞ୍ଚଳ ଠାରେ ପୋଲରେ ବନ୍ୟା ଜଳ ଆସିବାରୁ ଯା’ ଆସ ବନ୍ଦ ହୋଇଯାଇଥିଲା । ବିପଦସଙ୍କୁଳ ଅବସ୍ଥାରେ ଲୋକେ ପୋଲ ପାର ହେଉଥିଲେ । ଚାକିଡ଼ି ପଞ୍ଚାୟତ ବାସିଲାକୋଚାଠାରେ ମଧ୍ୟ ସମାନ ଅବସ୍ଥା ଦେଖାଯାଇଥିଲା । ପଥୁରୀ ପଞ୍ଚାୟତ ବୁଡ଼ାମରା ଗାଁରେ ଡ୍ରେନେଜ୍ ଅବ୍ୟବସ୍ଥା ଯୋଗୁଁ ଲୋକଙ୍କ ଘରେ ବନ୍ୟାଜଳ ପଶି ଯାଇଥିଲା । ଲୋକେ ପାଣି ରେ ହନ୍ତସନ୍ତ ହୋଇଥିଲେ  ପ୍ରତି ବର୍ଷ ଲୋକଙ୍କ ଘରେ ଏଭଳି ବନ୍ୟାଜଳ ପଶୁ ଥିଲେ ମଧ୍ୟ କୌଣସି ସ୍ଥାୟୀ ପ୍ରତିକାର ବ୍ୟବସ୍ଥା ହେଉନି ପ୍ରଶାସନ କୁମ୍ଭକର୍ଣ୍ଣ ନିଦ୍ରାରେ ଶୋଇ ଯାଇଥିବା ଲୋକେ କ୍ଷୋଭ ପ୍ରକାଶ କରିଛନ୍ତି ।

Related Posts

About The Author

Add Comment