ସମ୍ବଲପୁର ତା:୦୫/୧୦/୨୦୨୧(ସନ୍ଧାନ ନିଉଜ/ହେମନ୍ତ ଭଇଁଷା) କୁଚିଣ୍ଡା ବ୍ଲକ ଅନ୍ତର୍ଗତ ଅର୍ଡ଼ାବାହାଲ ଗ୍ରାମରେ ତ୍ରିଶୁଳିଆ ପୋଖରୀରେ ବୁଡ଼ିଯାଉଥିବା ବ୍ୟକ୍ତିକୁ ଅଗ୍ନିଶମ ବାହିନୀ ଦ୍ଵାରା ଉଦ୍ଧାର କରାଯାଇଛି । ସୂଚନା ଅନୁଯାୟୀ ଆଜି ଅପରାହ୍ନରେ ଇଶ୍ଵର କିସାନ ନାମକ ୫୫ ବର୍ଷୀୟ ବୃଦ୍ଧ ପୋଖରୀରେ ଗାଧୋଇବା ବେଳେ କୌଣସି କାରଣରୁ ବୁଡ଼ିଯାଇଥିଲେ। ସୂଚନା ପାଇ ସ୍ଥାନୀୟ ପୋଲିସ ଓ ଅଗ୍ନିଶମ ବାହିନୀ ଦ୍ଵାରା ତାଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ନିକଟସ୍ଥ ସରକାରୀ ଡ଼ାକ୍ତରଖାନାରେ ପ୍ରାଥମିକ ଚିକିତ୍ସା ପରେ ତାଙ୍କୁ ଉତ୍ତମ ଚିକିତ୍ସା ପାଇଁ ବୁର୍ଲା ଡାକ୍ତରଖାନାକୁ ସ୍ଥାନାନ୍ତରିତ କରାଯାଇଥିଲା ସେଠାରେ ତାଙ୍କ ଅବସ୍ଥା ସ୍ଥିର ରହିଥିବା ସୂଚନା ମିଳିଛି।
ପୋଖରୀରେ ବୁଡି ଯାଇଥିବା ବୃଦ୍ଧକୁ ଅଗ୍ନିଶମ ବାହିନୀ ଦ୍ଵାରା ଉଦ୍ଧାର
|
October 7, 2021 |



