ପୋଖରୀ ରେ ବୁଡି ଯୁବକର ମୃତ୍ୟୁ

Spread the love

ସୁନ୍ଦରଗଡ ତା:୨୧/୬/୨୦୨୧ ( ସନ୍ଧାନ ନିଉଜ / ରୋସନ ପଟେଲ )  ଟାଙ୍ଗରପାଲି ବ୍ଲକ ଅନ୍ତର୍ଗତ ମହିପାନୀ ଗ୍ରାମରେ ଜଣେ ବ୍ୟକ୍ତି ପୋଖରୀରେ ବୁଡି ପ୍ରାଣ ହରାଇଥିବା ଘଟଣା ସାମ୍ନାକୁ ଆସିଛି । ମୃତକ ଉଦିତ କେର୍କେଟା (୩୨ବର୍ଷ)  କିଞ୍ଜିରକେଲା ଥାନା ଅନ୍ତର୍ଗତ ତପୁ ବାହଲର ବୋଲି ସୂଚନାରୁ ଜଣାପଡିଛି । ସୂଚନା ଅନୁଯାୟୀ ଉଦିତ କେର୍କେଟା ମହିପାନୀ ଗ୍ରାମକୁ ବିବାହ ଉତ୍ସବରେ ଆସି ପୋଖରୀକୁ ଗାଧୋଇବାକୁ ଯାଇଥିଲେ ।ପୋଖରୀରେ ଗାଧୋଉଥିବା ବେଳେ ବୁଡିଯିବା  ଅବସ୍ଥାରେ  ଗ୍ରାମର କେତେକ ଲୋକ ତାଙ୍କୁ ଉଦ୍ଧାର କରି ତାଙ୍କୁ ସୁନ୍ଦରଗଡ ମୁଖ୍ୟ ଚିକିତ୍ସାଳୟକୁ ପଠାଇ ଥିଲେ । ଖବରପାଇ ସଦର ପୋଲିସ ଶବକୁ ଜବତ କରି ତାର ବ୍ୟବଛେଦ କରି ପରିବାର ଲୋକଙ୍କୁ ହସ୍ତାନ୍ତର କରିଥିଲା । ସଦର ପୋଲିସ ଏକ ଅପମୃତ୍ୟୁ ମାମଲା ରୁଜୁ କରି ଘଟଣାର ତଦନ୍ତ ଚାଲିଛି ।

Related Posts

About The Author

Add Comment