ପୂର୍ବତନ ସରପଂଚଙ୍କ ଏକାଦଶରେ ସ୍ମୃତିଚାରଣ ସଭା ଅନୁଷ୍ଟିତ

Spread the love

ଯାଜପୁର ସଦର, ୨୮ା୦୮ (ସନ୍ଧାନ ନିଉଜ): ଯାଜପୁର ଜିଲ୍ଲା ବଡ଼ଚଣା ବ୍ଲକ ଅନ୍ତର୍ଗତ ବଡ଼ବାଲିକୁଦା ପଂଚାୟତର ବରିଷ୍ଟ ଶିକ୍ଷକ ପୂର୍ବତନ ସରପଂଚ ପ୍ରଫୁଲ ଚନ୍ଦ୍ର ସ୍ୱାଇଁଙ୍କ ଏକାଦଶ ଅବସରରେ ସ୍ମୃତି ଚାରଣ ସଭା ଅନୁଷ୍ଟିତ ହୋଇଥିଲା । ଏହି ଅବସରରେ ବଡ଼ଚଣାର ବିଧାୟକ ପୂର୍ବତନ ମନ୍ତ୍ରୀ ଅମର ପ୍ରଶାଦ ଶତପଥି ମୁଖ୍ୟ ଅତିଥି ଭାବେ ଯୋଗଦାନ ଦେଇ ଶ୍ରୀ ସ୍ୱାଇଁଙ୍କ ଫଟୋ ଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ । ଏହି ଅବସରରେ ବଡ଼ବାଲିକୁଦାର ପୂର୍ବତନ ସରପଂଚ ଗଗନ ବିହାରୀ ସ୍ୱାଇଁଙ୍କ ସଭାପତିତ୍ୱରେ ଅତିଥି ମାନଙ୍କ ପରିଚୟ ପ୍ରଦାନ କରାଯାଇଥିଲା । ସ୍ମୃତୀଚାରଣ ସଭାରେ ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ଶିକ୍ଷାବିତ ଭାଗ୍ୟଧର ସାହୁ ଯୋଗଦାନ କରି ଶ୍ରୀ ସ୍ୱାଇଁଙ୍କ କର୍ମମୟ ଜୀବନ ଉପରେ ଅଲୋକ ପାତ କରିଥିଲେ । ଶିକ୍ଷକ ଚାକିରି ଅବସର ପରେ ଶ୍ରୀ ସ୍ୱାଇଁ ସମାଜସେବୀ ଭାବେ କାର୍ଯ୍ୟକରି ବଡ଼ବାଲିକୁଦା ପଂଚାୟତର ବହୁ ଉନ୍ନତି ମୁଳକ କାମ କରିବା ସହିତ ଲୋକ ସେବା ତାଙ୍କ ପ୍ରଥମ କାର୍ଯ୍ୟ ବୋଲି ଶ୍ରୀ ସାହୁ ତାଙ୍କ ବକ୍ତବ୍ୟରେ କହିଥିଲେ । ସ୍ମୃତିଚାରଣ ସଭାରେ ବହୁ ଅତିଥି ଯୋଗଦେଇଥିବା ବେଳେ, ବରିଷ୍ଠ ପୂର୍ବତନ ସରପଂଚ ନଟବର ପରିଡ଼ା ଯୋଗଦାନ କରିଥିଲେ । ଧର୍ମଶାଳାର ବରିଷ୍ଠ କଂଗ୍ରେସ ନେତା ଯୁବ ସମାଜ ସେବୀ ଶ୍ରୀନାତ ମିଶ୍ର ଯୋଗଦାନ କରିଥିଲେ । ଅନ୍ୟ ମାନଙ୍କ ମଧ୍ୟରେ ଜିଲ୍ଲାପରିଷଦ ସଦସ୍ୟ ଅରବିନ୍ଦ ସାମଲ, ଗଣେଶ୍ୱର ସାମଲ, ବଡ଼ବାଲିକୁଦା ପଂଚାୟତର ପୂର୍ବତନ ସରପଂଚ ଅର୍ଜ୍ଜୁନ ଚରଣ ସାମଲ, ବରିଷ୍ଠ ଶିକ୍ଷାବିତ ପୂର୍ବତନ ଶିକ୍ଷକ ରାମଚନ୍ଦ୍ର ସାମଲ, ମଞ୍ଚାସୀନ ଅତିଥି ମାନେ ଶ୍ରୀ ସ୍ୱାଇଁଙ୍କ ଗୁଣଗାନ କରିବା ସହିତ ବିଭିନ୍ନ ପଂଚାୟତରୁ ଭଲପାଉଥିବା ଶ୍ରୀ ସ୍ୱାଇଁଙ୍କ ପରିବାରକୁ ବରିଷ୍ଠ ନାଗରିକ ମାନେ ଯୋଗ ଦେଇଥିଲେ । ଶ୍ରୀ ସ୍ୱାଇଁଙ୍କ ସ୍ମୃତୀଚାରଣ ସଭା ଅନୁଷ୍ଟିତ ହୋଇଥିଲା ।

Related Posts

About The Author

Add Comment