କଟକ, ୦୧/୦୭/୨୦୨୧ (ସନ୍ଧାନ ନିଉଜ) : ଆଜି ସନ୍ଧ୍ୟା ସାତଟା ତିରିଶ ମିନିଟ୍ ସମୟରେ ଓଡିଶା ର ମହାଧିବକ୍ତା ଶ୍ରୀଯୁକ୍ତ ଅଶୋକ କୁମାର ପରିଜାଙ୍କ ତତ୍ତ୍ଵାବଧନରେ ଓ ଅଧ୍ୟକ୍ଷତାରେ ପୂର୍ବତନ ରାଜ୍ୟ ମହାଧିବକ୍ତା ସ୍ବର୍ଗତ ଜୟନ୍ତ ଦାସଙ୍କ ବିୟୋଗରେ ଏକ ଆଭସି ଶୋକ ସଭା ଅନୁଷ୍ଠିତ ହୋଇଥିଲା। ଏହି ଆଭାସି ସଭାରେ ଯୋଗ ଦେଇ ଶ୍ରୀଯୁକ୍ତ ପରିଜା ସ୍ବର୍ଗତ ଜୟନ୍ତ ଦାସଙ୍କୁ ଜଣେ ବିଦ୍ୱାନ ଓ ଦକ୍ଷ ଆଇନଜୀବୀ ଭାବେ ବର୍ଣ୍ଣନା କରିଥିଲେ। ଭାରତୀୟ ପ୍ରଶାସନିକ ସେବାରେ ଯୋଗ ଦେଇ ପରେ ସେ ଏଥିରୁ ଅବ୍ୟାହତି ନେଇ ଓକିଲାତି ପେଶାରେ ଯୋଗଦେଇଥିଲେ। ଓଡ଼ିଶା ଉଚ୍ଚ ନ୍ୟାୟାଳୟ ଓ ଉଚ୍ଚତମ ନ୍ୟାୟାଳୟ ରେ ଜଣେ ପ୍ରଭାବଶାଳୀ ଓକିଲ ଭାବେ ଖୁବ୍ ଶୀଘ୍ର ନିଜକୁ ପରିଚିତ କରିପାରିଥିଲେ। ସେ ମଧ୍ୟ ଓଡ଼ିଶା ରାଜ୍ୟର ମହାଧିବାକ୍ତା ଭାବେ କାର୍ଯ୍ୟଭାର ସୁଚାରୁ ରୁପେ ତୁଲାଇବା ସହିତ ଓଡ଼ିଶା ହାଇକୋର୍ଟ ବାର୍ ଆସୋସିଏସନ୍ ର ସଭାପତି ଭାବେ ନିର୍ବାଚିତ ହୋଇଥିଲେ। ତାଙ୍କ ବିୟୋଗରେ ଓଡ଼ିଶା ରାଜ୍ୟ ଜଣେ ବିଦ୍ୱାନ ଓ ଦକ୍ଷ ଆଇନଜୀବୀଙ୍କୁ ହରାଇଲା ବୋଲି ଶ୍ରୀ ପରିଜା ପ୍ରକାଶ କରିଥିଲେ। ଏହି ଆଭାଶି ସଭାରେ ଓଡ଼ିଶା ହାଇକୋର୍ଟର ସମସ୍ତ ସରକାରୀ ଓକିଲ ମାନେ ଯୋଗଦେଇ ସ୍ବର୍ଗତ ଆତ୍ମା ପ୍ରତି ଶ୍ରଦ୍ଧାଞ୍ଜଳି ଅର୍ପଣ କରିବା ସହିତ ଏକ ମିନିଟ୍ ନୀରବ ପ୍ରାର୍ଥନା କରିଥିଲେ।
ପୂର୍ବତନ ରାଜ୍ୟ ମହାଧିବକ୍ତା ସ୍ବର୍ଗତ ଜୟନ୍ତ ଦାସଙ୍କ ବିୟୋଗରେ ଆଡଭୋକେଟ ଜେନେରାଲ କାର୍ଯ୍ୟାଳୟ ତରଫରୁ ଶୋକ ସଭା ।
|
July 1, 2021 |