ଯାଜପୁର ସଦର, ୩୦/୧୨ ,ସନ୍ଧାନ ନ୍ୟୁଜ: ବରୀ ନିର୍ବାଚନ ମଣ୍ଡଳୀରେ ଭାରତରତ୍ନ ଅଟଳ ବିହାରୀ ବାଜପେୟୀଙ୍କ ଜନ୍ମଜୟନ୍ତୀ ଓ ସୁଶାସନ ଦିବସ ପାଳିତ ବହୁ ଧୁମଧାମରେ ପାଳିତ ହୋଇଯାଇଛି । ରାଜ୍ୟ ବିଜେପି ଓବିସି ସେଲ ରାଜ୍ୟ ସମ୍ପାଦକ ତଥା ବରୀ ବିଜେପି ଜନପ୍ରିୟ ଯୁବନେତା ଶ୍ରୀ ବିବେକାନନ୍ଦ ଜେନାଙ୍କ ନେତୃତ୍ୱରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ, ବରିଷ୍ଠ ବିଜେପି ନେତା ଅକ୍ଷୟ କୁମାର ବେଉରିଆଙ୍କ ସଭାପତିତ୍ୱରେ ମୁଖ୍ୟ ଅତିଥିଭାବେ ଓବିସି ମୋର୍ଚ୍ଚାର ସାଧାରଣ ସମ୍ପାଦକ ଜ୍ଞାନେନ୍ଦ୍ର ସ୍ୱାଇଁ, ରାଜ୍ୟ ଓବିସି କାର୍ଯ୍ୟକାରିଣୀ ସଦସ୍ୟ ସୁକାନ୍ତ ବିଶ୍ୱାଳ ପ୍ରମୁଖ ଯୋଗଦେଇ ସ୍ୱର୍ଗତ ବାଜପେୟୀଙ୍କ ଫଟୋ ଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ କରି ଜନ୍ମଜୟନ୍ତି ଦିବସର ତାପ୍ତର୍ଯ୍ୟ ସମ୍ପର୍କରେ ମତବ୍ୟକ୍ତ କରିଥିଲେ।ଏହି ଅବସରରେ ଭାରତରତ୍ନ ଅଟଳ ବିହାରୀ ବାଜପେୟୀଙ୍କ ସ୍ମୃତିରେ ସୁଜନପୁରରୁ ଏକ ବିରାଟ ଶୋଭାଯାତ୍ରା ବାହାରି ଶ୍ରୀ ଜେନା ,ବିଜେପି ର କର୍ମୀ ଓ ଅତିଥି ମାନଙ୍କ ସହ ବରୀ ରମାଦେବୀ ବାଳିକା ବିଦ୍ୟାଳୟ ପଡିଆରେ ପହଞ୍ଚି ସଭାକାର୍ଯ୍ୟରେ ଯୋଗ ଦେଇଥିଲେ। ଏହି କାର୍ଯ୍ୟକ୍ରମରେ ସ୍ଥାନୀୟ ଅଞ୍ଚଳର ଶ୍ରୀମତୀ ନିଶି ଜେନା, ସଂଯତ କୁମାର ମହାନ୍ତି, ଅଜୟ ସାମଲ ଓ ରଞ୍ଜନ ଧଳ ପ୍ରଭୃତି ପ୍ରମୁଖ ବିଜେପି ସମର୍ଥିତ ବ୍ୟକ୍ତି, ବରିଷ୍ଠ ନାଗରିକ, ବୁଦ୍ଧିଜୀବୀ ଓ ବିଜେପି କର୍ମୀ ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ଅପାର ସଫଳତା କରିଥିଲେ



