ଯାଜପୁର ସଦର, ୦୯ା୦୨: ଯାଜପୁର ଜିଲ୍ଲା ବରିଷ୍ଠ ରାଜନୈତିକ ନେତା ବିଜୁ ଜନତା ଦଳର ପୂର୍ବତନ ଜିଲ୍ଲା ପରିଷଦ ଅଧ୍ୟକ୍ଷ ନରେଶ ଚନ୍ଦ୍ର ମହାନ୍ତିଙ୍କୁ ବିଜୁ ଜନତା ଦଳରୁ ନିଲମ୍ବିତ କରାଯାଇଥିବା ସୂଚନା ମିଳିଚି । ଦଳ ବିରୋଧି କାର୍ଯ୍ୟ ପାଇଁ ଶ୍ରୀ ମହାନ୍ତିଙ୍କୁ ନିଲମ୍ବନ କରାଯାଇଚି । ଯାଜପୁର ଜିଲ୍ଲା ଜଣେ ଦକ୍ଷ ରାଜନୈତିକ ନେତା ସମିତି ସଭ୍ୟରୁ ଆରମ୍ଭ କରି ବ୍ଲକ ଚ୍ୟାୟରମ୍ୟାନ, ଭାଇସ ଚ୍ୟାୟାରମେନ ଏବଂ ଯାଜପୁର ବିଜେଡ଼ି ସଭାପତି ଭାବରେ କାର୍ଯ୍ୟ କରିଥିଲେ । ଶ୍ରୀ ମହାନ୍ତି ଯାଜପୁର ଜିଲ୍ଲା ପରିଷଦ ଅଧ୍ୟକ୍ଷ ଭାବରେ ନିର୍ବାଚିତ ହୋଇଥିଲେ । ସ୍ୱର୍ଗତଃ କଳ୍ପତରୁ ଦାସଙ୍କ ଅନ୍ତରଙ୍ଗ ଘନିଷ୍ଟ ଥିଲେ । ବିଜୁ ଜନତା ଦଳରୁ ଜଣେ ସକ୍ରିୟ ରାଜନୈତିକ ନେତା ଭାବେ କାର୍ଯ୍ୟ କରି ଲୋକ ମାନଙ୍କର ପ୍ରିୟ ପାତ୍ର ହୋଇ ପାରିଥିଲେ । ଏଠାରେ ସୂଚନା ଯୋଗ୍ୟ ଯେ, ବିଜୁ ଜନତା ଦଳରେ ଦଳ ବିରୋଧି କାର୍ଯ୍ୟ ଶ୍ରୀ ମହାନ୍ତି କରିବାରୁ ବିଜୁ ଜନତା ଦଳରୁ ନିଲମ୍ବିତ କରାଯାଇଥିବା ଦଳର ସାଧାରଣ ସମ୍ପାଦକ ମାନସ ମଙ୍ଗରାଜ ଏକ ପ୍ରେସ ବିବୃତି ମାଧ୍ୟମରେ ସୂଚନା ଦେଇଛନ୍ତି । ଶ୍ରୀ ମହାନ୍ତି କୌଣସି ଦଳ ବିରୋଧି କାର୍ଯ୍ୟ କରିନାହାଁନ୍ତି ବୋଲି ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଆଦର୍ଶରେ ଅନୁପ୍ରାଣିତ ବୋଲି ପୂର୍ବତନ ଜିଲ୍ଲା ପରିଷଦ ଅଧ୍ୟକ୍ଷ ନରେଶ ଚନ୍ଦ୍ର ମହାନ୍ତି ଗଣମାଧ୍ୟମକୁ ସୂଚନା ଦେଇଛନ୍ତି ।
ପୂର୍ବତନ ଜିଲ୍ଲା ପରିଷଦ ଅଧ୍ୟକ୍ଷ ବିଜେଡ଼ିରୁ ନିଲମ୍ବିତ
|
February 10, 2023 |



