ପୁଲଓ୍ଵାମା ଆକ୍ରମଣ: ସହିଦ ପରିବାର ପାଇଁ ସାହାଯ୍ୟ ପାଣ୍ଠି ଖୋଲିଲେ ଜିଲ୍ଲା ମାଜିଷ୍ଟ୍ରେଟ୍‌

Spread the love

ପୁଲଓ୍ଵାମା ୧୮/୦୨ (ସନ୍ଧାନ ନିଉଜ : ବିହାରର ଶୈଖ୍‌ପୁରା ଜିଲ୍ଲା ମାଜିଷ୍ଟ୍ରେଟ୍‌(ଡିଏମ୍‌) ଇନାୟତ୍‌ ଖାନ ପୁଲଓ୍ଵାମା ଆତଙ୍କବାଦୀ ଆକ୍ରମଣରେ ସହିଦ ହୋଇଥିବା ଯବାନ ପରିବାରଙ୍କୁ ସହାୟତାର ହାତ ବଢ଼ାଇବା ପାଇଁ ଏକ ପାଣ୍ଠି ଆରମ୍ଭ କରିଛନ୍ତି। ଫେବ୍ରୁଆରି ୧୪ ତାରିଖରେ ହୋଇଥିବା ଆତ୍ମଘାତୀ ଆକ୍ରମଣର ଶିକାର ହୋଇଥିବା ରାଜ୍ୟର ୨ ଯବାନ ପରିବାରଙ୍କ ଉଦେଶ୍ୟରେ ଏହି ପାଣ୍ଠି ଖୋଲିଛନ୍ତି ଡିଏମ୍‌ ଇନାୟତ।

ଏ ସଂପର୍କରେ ଇନାୟତ କହନ୍ତି, ‘ପାଣ୍ଠି ପାଇଁ ମୁଁ ଅଧିକାରୀମାନଙ୍କୁ ଏକ ଆକାଉଣ୍ଟ୍‌ ଖୋଲିବାକୁ ନିର୍ଦ୍ଦେଶ ଦେଇଛି। ରାଜ୍ୟର ଦୁଇ ସହିଦ କନ୍‌ଷ୍ଟେବଲ୍‌ ଏସ୍‌କେ ସିହ୍ନା ଏବଂ ଆର୍‌କେ ଠାକୁରଙ୍କ ପରିବାରକୁ ସାହାଯ୍ୟ କରିବା ପାଇଁ ମାର୍ଚ ୧୦ ସୁଧା ଅର୍ଥ ସଂଗ୍ରହ କରାଯିବ। ସଂଗ୍ରହ କରାଯାଇଥିବା ଅର୍ଥକୁ ୨ ପରିବାର ମଧ୍ୟରେ ବାଣ୍ଟି ଦିଆଯିବ।’

ସେ ଆହୁରି କି କହିଛନ୍ତି କି ‘ମୁଁ ଲୋକମାନଙ୍କୁ କହୁଛି ଆପଣ ନିଜ ସାମର୍ଥ୍ୟ ମୁତାବକ ନିଜର ଯୋଗଦାନ ଦେଇପାରିବେ। ଆମର ସମର୍ଥନ ଲୋଡୁଥିବା ସହିଦ ପରିବାରଙ୍କ ସହ ଆପଣ ତାଙ୍କ ଦୁଃଖ ବେଳେ ଛିଡ଼ା ହୋଇପାରିବେ।’

Related Posts

About The Author

Add Comment