ପୁର୍ଣ୍ଣଚନ୍ଦ୍ରପୁରରେ ଅଗ୍ନିକାଣ୍ଡ ଘଟି ଲକ୍ଷାଧିକ ଟଙ୍କାର ସମ୍ପତ୍ତି ନଷ୍ଟ; ୬ଜଣ ଗୁରୁତର

Spread the love

ଯାଜପୁର ସଦର,୨୪/୦୮(ସନ୍ଧାନ ନିୟୁଜ): ଯାଜପୁର ଜିଲ୍ଲା ବଡ଼ଚଣା ବ୍ଲକ ଅନ୍ତର୍ଗତ ଦର୍ପଣ ତହସିଲ ଅନ୍ତର୍ଗତ ସମିଆ ପଞ୍ଚାୟତ ପୁର୍ଣ୍ଣଚନ୍ଦ୍ରପୁରରେ ଅଗ୍ନିକାଣ୍ଡ ଘଟିବାରୁ ୩ ବଖରା ଘର ଜଳିଯିବା ସହିତ ୬ ଜଣ ଗୁରୁତର ଆହତ ହୋଇଥିବା ଜଣାଯାଇଛି । ଘଟଣାରୁ ନାୟକ ସାହିରେ ବିଳମ୍ବିତ ରାତିରେ ଅଗ୍ନିକାଣ୍ଡ ହେବାରୁ ୬ଜଣ ଗୁରୁତର ହେବା ସହିତ ଅଗ୍ନିକାଣ୍ଡରେ ଗୁରୁତର ହୋଇଥିବା ମିରା ନାୟକ(୬୦) ସବୀତା ନାୟକ(୨୭) ସଞ୍ଜୁ ନାୟକ(୨୪) ଦୁର୍ଗା ନାୟକ(୩) ବିଜୟ ନାୟକ (୨୪) ଏକ ମାସର ଶିଶୁ ଅଗ୍ନିକାଣ୍ଡରେ ଗୁରୁତର ହୋଇଥିବା ଜଣାଯାଇଛି । ଏଠାରେ ସୁଚନା ଯୋଗ୍ୟ ଯେ ମୀରା ନାୟକ ଘରେ ରୋଶେଇ କରୁଥିବା ବେଳେ ଅଗ୍ନିକାଣ୍ଡ ଘଟିବାରୁ ୩ ବଖରା ଘର ଜଳିଯିବା ସହିତ ୬ ଜଣ ଗୁରୁତର ହୋଇଥିଲେ । ଘରେ ନିଆଁ ଲାଗିବାରୁ ପରିବାରର ଲୋକମାନେ ଘର ଭିତରେ ରହିଥିବା ବେଳେ ମୀରା ନାୟକ ଗ୍ରାମବାସୀଙ୍କୁ ଡାକିବାରୁ ଅଗ୍ନିକାଣ୍ଡର ନିଆଁ ପ୍ରଖର ଥିଲା ଯେ ନିଆଁ ସମ୍ଭବ ହୋଇନଥିଲା । ଖବର ପାଇ ଚଣ୍ଡିଖୋଲ ଦମକଳ ବାହିନୀ ଘଟଣା ସ୍ଥଳରେ ପହଁଞ୍ôଚ ନିଆଁକୁ ଆୟତ କରିବାପାଇଁ ଚେଷ୍ଟାକରିଥିଲେ । ଅଗ୍ନିଶ୍ରମ ବାହିନୀ ପ୍ରଭାକର ସାହୁଙ୍କ କହିବା ଅନୁଯାଇ ଅଗ୍ନିକାଣ୍ଡ ହେବାରୁ ଆମେ ଘଟଣାସ୍ଥଳରେ ପହଞ୍ôଚଥିଲୁ । ନିଆଁକୁ ଆୟତ କରିବା ବହୁ କଷ୍ଟକର ହୋଇପଡ଼ିଥିଲା । ମିରା ନାୟକଙ୍କ ପରିବାରକୁ ଗ୍ରାମବାସୀମାନେ ଉଦ୍ଧାରକରି ମେଡ଼ିକାଲକୁ ପଠାଇଥିଲେ । ସବୀତା ଏବଂ ସୋନୁଙ୍କ ଅବସ୍ଥା ଗୁରୁତର ହେବାରୁ କଟକ ମେଡ଼ିକାଲକୁ ନିଆଯାଇଥିବା ଜଣାଯାଇଛି ।

Related Posts

About The Author

Add Comment