ପୁରୀ,୧୩/୬ (ସନ୍ଧାନ ନିୟୁଜ୍) -ବହୁଚର୍ଚ୍ଚିତ ହଜିଥିବା ରତ୍ନ ଭଣ୍ଡାର ଚାବି ମିଳିଲା । ଜିଲା ରେକର୍ଡ଼ ରୁମ୍ ରୁ ଏହି ଚାବି ମିିଳିଛି । ଏକ ବନ୍ଦ ଲଫାପାରେ ଏହି ଚାବି ଜିଲା ରେକର୍ଡ଼ ରୁମ୍ ରେ ଥିଲା ବୋଲି ପୁରୀ ଜିଲାପାଳ ଅରବିନ୍ଦ ଅଗ୍ରୱାଲ ସୂଚନା ଦେଇଛନ୍ତି । ପୁରୀ ଜିଲା ରେକର୍ଡ଼ ରୁମ୍ ଲକରରେ ଏକ ମାଟିଆ ଲଫାପାରେ ଜଉମୁଦ ଦିଆଯାଇ ରହିଥିଲା ଓ ତା ଉପରେ ରତ୍ନ ଭଣ୍ଡାରର ଡ଼ୁପ୍ଲିକେଟ ଚାବି ଲେଖାଥିଲା । ଜିଲା ଜଜ ଶ୍ରୀ ମନ୍ଦିର ପରିଦର୍ଶନ ରେ ଆସିଥିବା ସମୟରେ ଚାବି କେଉଁଠି ଥିବ ଖୋଜିବା ପାଇଁ କହିଥିଲେ । ସେହିଅନୁସାରେ ଜିଲାପାଳ ଅରବିନ୍ଦ ଅଗ୍ରୱାଲ ଏହି ଚାବି ଖୋଜିବା ପାଇଁ ଅତିରିକ୍ତ ଜିଲାପାଳଙ୍କ ନେତୃତ୍ୱରେ ୨ ଟି ଟିମ୍ ଗଠନ କରିଥିଲେ । ୫ ଦିନ ହେଲା ଖୋଜା ଖୋଜି କରିବା ପରେ ଆଜି ଜିଲା ରେକର୍ଡ଼ ରୁମ୍ ରୁ ଏହି ଚାବି ମିିଳିଛି । ଜିଲା ରେକର୍ଡ଼ ରୁମ୍ ଲକରରେ ଏକ ମାଟିଆ ଲଫାପାରେ ଜଉମୁଦ ଦିଆଯାଇ ରହିଥିଲା ଓ ତା ଉପରେ ରତ୍ନ ଭଣ୍ଡାରର ଡ଼ୁପ୍ଲିକେଟ ଚାବି ଲେଖାଥିଲା ବୋଲି ଜିଲାପାଳ କହିଥିଲେ ।
Report by- Manas Kumar Rout