ପୁରୀ ଜିଲ୍ଲାରେ ଆଜି ୫୦ ଜଣ କୋଭିଡ୍ ପଜେଟିଭ୍ ଚିହ୍ନଟ

Spread the love

ପୁରୀ,୧/୦୮/୨୦ (ସନ୍ଧାନ ନିଉଜ) : ପୁରୀ ମ୍ୟୁନିସିପାଲଟି ଅଞ୍ଚଳର ୩୨ ଟି ୱାର୍ଡ ମଧ୍ୟ ରୁ ୱାର୍ଡ ନଂ ୧୧ ରୁ ୨ ଜଣ, ୧୭ ରୁ ୨ ଜଣ, ୧୯ ରୁ ୧ଜଣେ, ୨୧ ରୁ ୩ଜଣ, ୨୩ ରୁ ୧, ୨୬ ରୁ ୨, ୨୭ ରୁ ୧, ୨୮ ରୁ ୧, ୨୯ରୁ ୪, ୩୦ ରୁ ୧, ୩୧ ରୁ ୪ ଜଣ ଚିହ୍ନଟ ହୋଇଛନ୍ତି। ସେହିପରି ପିପିଲି ରୁ ଜଣେ ବ୍ରହ୍ମଗିରି ରୁ ୨ ଜଣ, ଗୋପ ୨ ଜଣ, କାକଟପୁର ୨ ଜଣ, ପୁରୀ ସଦର ୩, ନିମାପଡା ୪, କୃଷ୍ଣପ୍ରସାଦ ୪, ସତ୍ୟବାଦୀ ୫, ଅସ୍ତରଙ୍ଗରୁ ୬ ଜଣ ଚିହ୍ନଟ ହୋଇଥିବା ଜଣା ଯାଇଛି।

ଜିଲ୍ଲାରେ ବର୍ତ୍ତମାନ ୪୨୧ ଟି ଆକ୍ଟିଭ୍ କେସ୍ ଥିବା ବେଳ ୩୭୭ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି।ମୋଟ ୨୬, ୦୫୩ ଜଣଙ୍କର ସ୍ୱାବ୍ ସଂଗ୍ରହ କରାଯାଇ ଟେଷ୍ଟ ପାଇଁ ପଠାଯାଇଛି।ବର୍ତମାନ ଜିଲ୍ଲାରେ ୫୨ ଟି ସ୍ଥାନରେ କଣ୍ଟେନ୍‌ମେଣ୍ଟ ଜୋନ କରାଯାଇଛି।

Related Posts

About The Author

Add Comment