ପୁଣି ଆଉ ଏକ ଘୋଷଣା, ମେୟରଙ୍କ ଦରମା ୫୦ ହଜାରକୁ ବୃଦ୍ଧି; ପଦ୍ମ ବିଜେତା ପାଇବେ ୨୫ ହଜାର

Spread the love

ଭୁବନେଶ୍ୱର,(ସନ୍ଧାନ ନ୍ୟୁଜ୍): ନିର୍ବାଚନ ପାଖଉଥିବାରୁ ରାଜ୍ୟ ସରକାର ସମସ୍ତ ବର୍ଗଙ୍କୁ ଖୁସି କରିବା ପାଇଁ ଦରମା ଉପରେ ଦରମା ବୃଦ୍ଧି ଘୋଷଣା କରି ଚାଲିଛନ୍ତି । ଗତକାଲି ପଂଚାୟତିରାଜ ପ୍ରତିନିଧିଙ୍କ ପାରିତୋଷିକ ଓ ଭତା ବଢାଇବା ପରେ ଆଜି ରାଜ୍ୟ ସରକାର ମହାନଗର ନିଗମ, ମ୍ୟୁନିସିପାଲିଟି, ଏନଏସି ଆଦିର ପ୍ରତିନିଧିଙ୍କ ଦରମା ବଢାଇଛନ୍ତି ।ଘୋଷଣା ଅନୁଯାୟୀ, ମେୟରଙ୍କ ଦରମା ୫୦ ହଜାର ଟଙ୍କା ବୃଦ୍ଧି କରିଛନ୍ତି ରାଜ୍ୟ ସରକାର । ଡେପୁଟୀ ମେୟରଙ୍କ ଦରମା ୨୦ ହଜାର ଟଙ୍କାକୁ ବୃଦ୍ଧି କରାଯାଇଛି । ସେହିରପି ପୌରପରିଷଦ ଅଧ୍ୟକ୍ଷଙ୍କ ଦରମା ୧୫ ହଜାର ଟଙ୍କାକୁ ବୃଦ୍ଧି କରାଯାଇଛି । ପୌରପରିଷଦ ଅଧ୍ୟକ୍ଷା ଏଣିକି ପାଇବେ ୧୦ ହଜାର ଟଙ୍କା । ଏନଏସି ଅଧ୍ୟକ୍ଷଙ୍କ ଦରମା ୧୦ ହଜାରକୁ ବଢା ଯାଇଥିବା ବେଳେ ଉପାଧ୍ୟକ୍ଷଙ୍କ ୭,୫୦୦ ଟଙ୍କାକୁ ବୃଦ୍ଧି ଘଟିଛି । ମହାନଗର ନିଗମ କର୍ପୋରେଟରଙ୍କ ବୈଠକ ଭତା ୨୦୦୦ ଟଙ୍କାକୁ ବୃଦ୍ଧି କରାଯାଇଛି । ପୌରପରିହଦ, ଏନଏସି କାଉନସିଲରଙ୍କ ଭତା ୫୦୦ ଟଙ୍କା ବଢା ଯାଇଛି । ମହାନଗର ନିଗମ ଷ୍ଟାଣ୍ଡିଂ କମିଟି ସଦସ୍ୟଙ୍କୁ ଦୈନିକ ୨୦୦ ଟଙ୍କା ଭତା ମିଳିବ ।ସେହିପରି ଆଜି ରାଜ୍ୟ ସରକାର ପଦ୍ମ ପୁରସ୍କାର ବିଜେତାଙ୍କ ପାଇଁ ବଡ ଘୋଷଣା କରିଛନ୍ତି । ଏଣିକି ପଦ୍ମ ପୁରସ୍କାର ବିଜେତା ମାସିକ ୨୫ ହଜାର ଟଙ୍କା ପାଇବେ । ପଦ୍ମ ପୁରସ୍କାରପ୍ରାପ୍ତ କୃତୀ ସନ୍ତାନମାନେ ସେମାନଙ୍କ ପ୍ରତିଭା ଓ ସେବା କାର‌୍ୟ୍ୟ ଦ୍ୱାରା ଓଡ଼ିଶାରେ ଗୌରବ ବୃଦ୍ଧି କରିଛନ୍ତି। ସମାଜକୁ ସେମାନଙ୍କର ବଳିଷ୍ଠ ଅବଦାନର ସ୍ୱୀକୃତି ସ୍ୱରୂପ ମୁଖ୍ୟମନ୍ତ୍ରୀ ସେମାନଙ୍କ ସମ୍ମାନାର୍ଥେ ମାସକୁ ୨୫ ହଜାର ଟଙ୍କା ଲେଖାଏଁ ଅର୍ଥ ରାଶି ଦେବାକୁ ନିଷ୍ପତ୍ତି ନେଇଛନ୍ତି।ସୂଚନାଯୋଗ୍ୟ, ସାଧାରଣ ନିର୍ବାଚନ ପାଖେଇ ଆସୁଥିବା ସବୁ ବର୍ଗଙ୍କୁ ଖୁସି କରିବା ଉଦ୍ଦେଶ୍ୟରେ କେତେବେଳେ ଦରମା ବୃଦ୍ଧି ଘୋଷଣା କରୁଛନ୍ତି ତ ଆଉ କେତେବେଳେ ନିର୍ବାଚନ ପ୍ରତିନିଧିଙ୍କ ପାଇଁ ପାରିତୋଷିକ ଓ ଭତା ବଢାଉଛନ୍ତି । ଆଉ କେତେବେଳେ ସ୍ୱାସ୍ଥ୍ୟ ବୀମା ରାଶି ବୃଦ୍ଧି କରୁଛନ୍ତି । ଏହି କ୍ରମରେ ଗତ ଏକ ମାସ ହେବ ପ୍ରତିଦିନ ମୁଖ୍ୟମନ୍ତ୍ରୀ କୌଣସି ନା କୌଣସି ବର୍ଗଙ୍କ ପାଇଁ ଦରମା ବୃଦ୍ଧି ଘୋଷଣା କରି ଚାଲିଛନ୍ତି ।

Related Posts

About The Author

Add Comment