ପିଲର ପାଖରୁ ବେଆଇନ ବାଲି ଉଠାଣ ଯୋଗୁଁ ମଥୁରାପୁର ପୋଲ ପାଇଁ ବିପଦ

Spread the love

ହାଟଡ଼ିହି, ୦୮/୦୭/୨୦ (ସନ୍ଧାନ ନିଉଜ) : ବୈତରଣୀ ନଦୀର ମଥୁରାପୁର ପୋଲ ନିକଟରୁ ହାବଳେଶ୍ୱର ପଞ୍ଚାୟତର ଜମ୍ଭରା ଓ ଡିମିରିଆ ଲୋକେ ବେଆଇନି ଭାବେ ବାଲି ଉତ୍ତୋଳନ କରୁଥିବାରୁ ଏହା ପୋଲ ପାଇଁ ବିପଦ ଡାକି ଆଣୁଛି। ପୁର୍ବରୁ ବୈତରଣୀ ପୋଲଟିର ତିନୋଟି ଖମ୍ବ ଦନବି ଯାଇଥିବାବେଳେ ପୁନର୍ବାର ଏପରି ବାଲି ଉତ୍ତୋଳନ ଯୋଗୁଁ ପୋଲଟି କେତେବେେ ଯେ ଭୁଷୁଡି ନପଡିବ ତାହା କହି ହେବନି।

ଖବରରୁ ଜଣାଯାଇଛି ଯେ କେନ୍ଦୁଝର ଜିଲ୍ଲା ହାଟଡିହି ତହସିଲ ପକ୍ଷରୁ ବୈତରଣୀ ନଦୀର ହାବଳେଶ୍ୱର ଓ ଡିବିରିଆ ବାଲିଘାଟକୁ ୫ବର୍ଷୀୟା ଲିଜ ଦିଆଯାଇଛି। କିନ୍ତୁ ଏବେ ଗତ କିଛିମାସ ହେବ ଜମ୍ଭରା ଓ ଡିମିରିଆର କିଛି ଲୋକ ବେଆଇନି ଭାବେ ମଥୁରାପୁର ପୋଲର ପିଲର ତଳୁ ଶହଶହ ଟ୍ରିପ ବାଲି ବେଆଇନି ଭାବେ ଉତ୍ତୋଳନ କରୁଛନ୍ତି। ଏପରିକି ପ୍ରତିଦ୍ୱନ୍ଦିତା ଭିତ୍ତିରେ ଏହି ବାଲି ଉତ୍ତୋଳନ କରାଯାଉଛି। ଏନେଇ କେନ୍ଦୁଝର ଜିଲ୍ଲାର ପ୍ରଶାସନିକ ଅଧିକାରୀଙ୍କ ନିକଟକୁ ବାରମ୍ବାର ଅଭିଯୋଗ ମାନ କରାଯାଉଥିଲେ ମଧ୍ୟ ଏହି ବେଆଇନି ବାଲି ଚାଲାଣ ଉପରେ କେହି ରୋକ ଲାଗାଇବାରେ ସକ୍ଷମ ହୋଇନାହାନ୍ତି। ଫଳରେ ମଥୁରାପୁର ପୋଲ ପ୍ରତି ଦିନକୁଚ ଦିନ ବିପଦ ବଢ଼ିବାରେ ଲାଗିଛି। ଏହି ପୋଲଟି କେନ୍ଦୁଝର ଓ ଯାଜପୁର ଜିଲ୍ଲାକୁ ସଂଯୋଗ କରୁଥିବାବେଳେ ଏହି ପୋଲ ଉପରଦେଇ ଯାଜପୁର ଓ କେନ୍ଦୁଝର ଜିଲ୍ଲାର ହଜାର ହଜାର ଲୋକ ଯାତାୟତ କରିଥାନ୍ତି। କିନ୍ତୁ ମାତ୍ର ୫ବର୍ଷ ତଳେ ନିର୍ମାଣ କରାଯାଇଥିବା ଏହି ପୋଲର ତିନୋଟି ଖମ୍ବ ଦବିଯାଇଥିବାବେଳେ ଏବେ ଖମ୍ବ ତଳୁ ଏପରି ବାଲି ଉତ୍ତୋଳନ ଦ୍ୱାରା ପୋଲଟି ସମ୍ପୁର୍ଣ୍ଣ ଭୁଷୁଡି ପଡିବାର ଆଶଙ୍କା ଦେଖା ଦେଇଛି। ଯାହାକୁନେଇ ହାବଳେଶ୍ୱର ପଞ୍ଚାୟତ ବାସୀ ଏ ସମ୍ପର୍କରେ କେନ୍ଦୁଝର ଜିଲ୍ଲାପାଳ, ବିଭାଗୀୟ ସଚିବ ଓ ବିଭାଗୀୟ ମନ୍ତ୍ରୀଙ୍କୁ ଲିଖିତ ଭାବେ ଜଣାଇ ଏପରି ବେଆଇନି ବାଲି ଉତ୍ତୋଳନକୁ ବନ୍ଦ କରିବା ସହିତ ପୋଲର ତୁରନ୍ତ ମରାମତି କରିବା ପାଇଁ ଦାବି କରିଥିଲେ। ମାତ୍ର ବିଭାଗୀୟ କର୍ତ୍ତୁପକ୍ଷ ପୋଲ ମରାମତି କରିବା ତ ଦୁରର କଥା ପ୍ରଶାସନିକ ଅଧିକାରୀ ମାନେ ବେ ଆଇନି ବାଲି ଉତ୍ତୋଳନକୁ ମଧ୍ୟ ବନ୍ଦ କରିପାରିଲେ ନାହିଁ। ଯାହାଦ୍ୱାରାକି ଦିନକୁ ଶହଶହ ଟ୍ରିପ ବାଲି ବାହାର ଜିଲ୍ଲାକୁ ଚୋରା ଚାଲାଣ ହେଉଛି। ଗତ କିଛିଦିନ ତଳେ ହାଟଡିହି ତହସିଲ କର୍ତ୍ତୁପକ୍ଷ ସମଣାରେ ବେ ଆଇନି ବାଲି ଉତ୍ତୋଳନ ଚାଲୁଥିବାବେଳେ ୩୦ରୁ ଉର୍ଦ୍ଧ ହାଇୱା ଓ ମେସିନିକୁ ଜବଦକରି ମାମଲା ରୁଜୁ କରିବା ସହ ଡ୍ରାଇଭର ଓ ମାଲିକ ମାନଙ୍କୁ ଗିରଫ କରିପାରିଥିଲା। କିନ୍ତୁ ଜମ୍ଭରା ଓ ଡିମିରିଆ ଘାଟରୁ ବେଆଇନି ବାଲି ଉତ୍ତୋଳନକୁ ରୋକିବା କ୍ଷେତ୍ରରେ କାହିଁକି ତହସିଲ ପ୍ରଶାସନ ପଛଘୁଞ୍ଚା ଦେଉଛି ତାହାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। କେନ୍ଦୁଝର ଜିଲ୍ଲାପାଳ ଏଥିପ୍ରତି ସ୍ୱତନ୍ତ୍ର ଦୃଷ୍ଟି ଦେଇ ଏହି ବେଆଇନି ବାଲି ଉତ୍ତୋଳନକୁ ରୋକିବା ଦିଗରେ ଦୃଢ଼ ପଦକ୍ଷେପ ନେବାକୁ ଦାବି ହେଉଛି।

Related Posts

About The Author

Add Comment