ପିଡବ୍ଲୁଡି ଅଫିସ ସମ୍ମୁଖରେ ଥିବା ନାଳ ର ଅବସ୍ଥା ଶୋଚନୀୟ

Spread the love

ସୁନ୍ଦରଗଡ଼ (ସନ୍ଧାନ ନିଉଜ/ରାଜୁ ପଟେଲ)୩୦/୦୧/୨୦୨୪ -ସୁନ୍ଦରଗଡ ଜିଲ୍ଲା ସବଡେ଼ଗା ବ୍ଲକ ଅନ୍ତର୍ଗତ ସବଡେ଼ଗା ଗ୍ରାମର ପିଡବ୍ଲୁଡି ଅଫିସ ସମ୍ମୁଖରେ ଥିବା ନାଳ ର ଅବସ୍ଥା ଶୋଚନୀୟ ହୋଇ ପଡିଛି I ସୂଚନା ଅନୁସାରେ ଗତ ଦୁଇବର୍ଷ ଧରି ନାଳ ରେ ଗଛ ର ପତ୍ର , କାଠି କୁଟା , ବାଲି ପଶି ରହିଥିବା କାରଣରୁ ନାଳର ରାସ୍ତାକୁ ଅବରୋଧ କରିବା ସହିତ ମୁଖ୍ୟ ରାସ୍ତା ରୁ ଅଂଚଳକୁ ପଶୁଥିବା ରାସ୍ତାରେ ଅନବରତ ପାଣି ବହୁଥିବା ସୂଚନା ମିଳିଛି I ଏହା ଦ୍ୱାରା ଅପରିଷ୍କାର ପାଣି  ନିଷ୍କାସନ ହୋଇ ନ ପାରିବା କାରଣରୁ  ମଝି ରାସ୍ତାରେ ଅନବରତ ବୋହି ଚାଲିଛି I ଅନେକ ଦିନ ହେଲାଣି ପାଣି ବୋହି ଚାଲୁଥିବା ସତ୍ୱେ  ପ୍ରଶାସନ ର ଦୃଷ୍ଟି ପଡୁନାହିଁ I ଆଗତ ଦିନରେ ପରିସ୍ଥିତି ଅଣାୟତ ହେବାର ଜଣ ସାଧାରଣ ରେ ଚର୍ଚା ର ବିଷୟ ପାଲଟିଛି I ତଦାରଖ କରୁଥିବା ଅଫିସ କତ୍ତୃପକ୍ଷ ନ ରହିବା କାରଣରୁ ଅଞ୍ଚଳବାସୀ କ୍ଷୋଭ ପ୍ରକାଶ କରୁଥିବା ସହିତ କତ୍ତୃପକ୍ଷଙ୍କ ଅବହେଳା ଯୋଗୁଁ ଏସବୁ ଅସୁବିଧା ଗତ ଦୁଇବର୍ଷରୁ ଲାଗିରହିଥିବା ହେତୁ ଜନ ଅସନ୍ତୋଷ ଦେଖାଦେଉ ଥିବା ସୂତ୍ରରୁ ଜଣାପଡ଼ିଛି । ଉକ୍ତ ପଡ଼ାର ବାସିନ୍ଦା ଏହି ଅସୁବିଧା କେବେ ଦୂର ହେବ ବୋଲି ଅନେଇ ବସିଛନ୍ତି I

Related Posts

About The Author

Add Comment