ପିଟି ପିଟି ଯୁବକଙ୍କୁ ହତ୍ୟା ଘଟଣାରେ ୬ ଗିରଫ। ପୂର୍ବ ଶତ୍ରୁତା କୁ କେନ୍ଦ୍ର କରି ହତ୍ୟା

Spread the love

ସମ୍ବଲପୁର /ସନ୍ଧାନ ନ୍ୟୁଜ: ସମ୍ବଲପୁର ଜିଲ୍ଲା ରେଙ୍ଗାଲି ବ୍ଲକ ଠେଲକଲୋଇ ଥାନା ଅନ୍ତର୍ଗତ ବୋମାଲୋଇ ଗ୍ରାମରେ ଜଣେ ଯୁବକଙ୍କୁ ପିଟି ପିଟି ହତ୍ୟା କରାଯାଇଛି । ପୋଲିସ ଏହି ମାମଲା ରେ6 ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ସୂଚନାଯୋଗ୍ୟ ଶନିବାର ଦିନ ରାତି 8 ଟା ସମୟରେ ବିମାଲୋଇ ର ଜନ୍ମଜୟ କିଷାନ (29) ଙ୍କୁ ପାର୍ଟି କରିବା ପାଇଁ ଗ୍ରାମର ସୁଜିତ୍ ମୁଣ୍ଡା (୨୨), ରଞ୍ଜିତ ମୁଣ୍ଡା (୨୦), ପ୍ରମୋଦ ମୁଣ୍ଡା (୩୨), ଦଶରଥ ମୁଣ୍ଡା (୨୨), ରାଜେଶ ମୁଣ୍ଡା (୨୦), ଜୀତେନ୍ଦ୍ର କିସାନ (୧୮) ଛଅ ଜଣ ସାଙ୍ଗ ଗ୍ରାମର କଣ୍ଟା ପଡ଼ା ଶ୍ମଶାନ ଘାଟ ପାଖକୁ ଡାକି ଥିଲେ। ସମସ୍ତେ ପାର୍ଟି କରିଥିବା ସମୟରେ ବଚସା ହୋଇ ଗଣ୍ଡୋଗଲ ଆରମ୍ଭ ହୋଇଥିଲା। ଏହି ଗଣ୍ଡଗୋଳ ରେ ଉତ୍ୟକ୍ତ ହୋଇ ଛଅ ଜଣ ମିଶି ବାଡି, ହାତେ ପିନ୍ଧି ଥିବା ବଲା ଓ ଫାଇବର ଯୋଗେ ଜନ୍ମଜୟ କିଶାନ ଙ୍କୁ ପିଟି ପିଟି କରିଦେଇଥିଲେ। ଖବର ପାଇ ଠେଲକଲୋଇ ପୋଲିସ ଘଟଣାସ୍ଥଳକୁ ପହଞ୍ଚି ଯନ୍ମଜୟ ଙ୍କୁ ଝାରସୁଗୁଡ଼ା ଡାକ୍ତରଖାନା କୁ ପଠାଇ ଥିଲା। ସେଠାରେ ଡାକ୍ତର ତଙ୍କୁ ମୃତ ଘୋଷଣା କରିଥିଲେ। ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ମୃତ ଦେହ କୁ ହସ୍ତାନ୍ତର କରିଥିଲା। ଘଟଣାସ୍ଥଳକୁ ସାଇନ୍ତିଫିକ ଦଳ ପହଞ୍ଚି ତଦନ୍ତ କରିଛି। ପୋଲିସ ବିଭିନ୍ନ ସ୍ଥାନ ରେ ଚଢାଉ କରି ୬ ଜଣଙ୍କୁ ଗିରଫ କରିଥିଲା। ପରିବାର ଲୋକେ କହିବା ଅନୁସାରେ ଗତ ଫେବୃଆରୀ ମାସରେ ଏକ ବ୍ରତ ଘର ରେ ଅଭିଯୁକ୍ତ ସୁଜିତ ଓ ଜନ୍ମଜୟ ଙ୍କ ଗଣ୍ଡଗୋଳ ହୋଇ ମାଡ଼ ପିଟ ହୋଇଥିଲା। ଏହି ଘଟଣା ର ରାଗ ସୁଜିତ୍ ନିଜ ମନ ଭିତରେ ରଖି ପ୍ରତିଶୋଧ ନେବାକୁ ଅପେକ୍ଷା କରିଥିଲା। ଶନିବାର ଦିନ ପାର୍ଟି କରିବା ବାହାନା ରେ ଜନ୍ମଜୟ ଙ୍କୁ ଡାକି ନେଇ ଉପରୋକ୍ତ ୬ ଜଣ ମିଶି ହତ୍ୟା କରିଥିଲେ।

Related Posts

About The Author

Add Comment