ନୀଳଗିରି ୧୧/୯(ସନ୍ଧାନ ନ୍ୟୁଜ୍/ଲିଙ୍ଗରାଜ ପଣ୍ଡା): ଜମିବାଡ଼ି ବିବାଦରୁ ପିଉସୀଙ୍କୁ ହତ୍ୟାକଲା ପୁତୁରା । ନୀଳଗିରି ଥାନା ମଛୁଆ ଗ୍ରାମର ମମତା ସିଂ (୫୫)ଙ୍କୁ ହତ୍ୟା କରିଥିବା ଅଭିଯୋଗରେ ପୁତୁରା ବିଜୁ ସିଂ(୩୧) କୁ ଅଟକ ରଖିଛି ନୀଳଗିରି ପୁଲିସ ମମତା ଶାଶୂଘର ଛାଡ଼ି ଏଠାରେ ଦୀର୍ଘଦିନ ହେଲା ରହିଆସୁଥିଲେ। ଜମିଜମାକୁ କେନ୍ଦ୍ର କରି ବିଜୁ ସହ ପୂର୍ବରୁ ଅନେକ ଥର ଝଗଡ଼ା ହୋଇଛି । କେତେଥର ଭଦ୍ରଲୋକ ଓ ପୁଲିସ ଉପସ୍ଥିତିରେ ଆପୋସ ସମାଧାନ ମଧ୍ୟ ହୋଇଥିଲା । ତେବେ ପିଉସୀକୁ ସବୁଦିନ ପାଇଁ ରାସ୍ତାରୁ ହଟାଇଦେବାକୁ ଯୋଜନା କରିଥିଲା ବିଜୁ ଆଉ ଗତକାଲି ରାତିରେ ମମତା ଏକୁଟିଆ ଥିବାରୁ ଏହାର ଫାଇଦା ନେଇଥିଲା ବିଜୁ ରାତି ପ୍ରାୟ ୯ଟା ସମୟରେ ମମତା ଖାଇପିଇ ଶୋଇଥିବା ବେଳେ, ବିଜୁ ତାଙ୍କ ଘରେ ପଶିଥିଲା। ଗାମୁଛାରେ ତଣ୍ଟିକୁ ଚିପି ହତ୍ୟା କରିଥିଲା । ବିଳମ୍ବିତ ରାତିରେ ସମସ୍ତେ ଶୋଇସାରିବା ପରେ ମୃତଦେହକୁ ନେଇ ବଣିଆଗାଁ ଛକ ସଂରକ୍ଷିତ ଜଙ୍ଗଲରେ ଫିଙ୍ଗିବା ସହ ଡାଳପତ୍ରରେ ଢାଙ୍କିଦେଇଥିଲା। ଆଜି ସକାଳେ ମମତାଙ୍କ ମୃତଦେହକୁ ଦେଖି ସ୍ଥାନୀୟ ଲୋକେ ପୁଲିସକୁ ଖବର ଦେଇଥିଲେ। ନୀଳଗିରି ଥାନା ଏସଆଇ ବାସୁଦେବ ଜୟସିଂହ ପହଞ୍ଚି ତଦନ୍ତ ଆରମ୍ଭ କରିଥିଲେ।ପରେ ବାଦରୁ ଏସଡିପିଓ ଅମୂଲ୍ୟ କୁମାର ଧୀର କାଣ୍ଡ ଓ ଏସିଆଇ ଗଣେଶ ଚନ୍ଦ୍ର ତ୍ରିପାଠୀ ଘଟଣାସ୍ଥଳରେ ପହଞ୍ଚିଥିଲେ। ତେବେ ପୁରୁଣା ଶତ୍ରୁତା ଥିବାରୁ ପୁତୁରା ବିଜୁ । ସିଂକୁ ଉଠାଇ ଆଣିଥିଲା ପୁଲିସ ପଚରାଉଚରା ପରେ ହତ୍ୟା କରିଛି ବୋଲି ବିଜୁ ସ୍ବୀକାର କରିଥିଲା ବୋଲି ପୁଲିସ ସୂଚନା ଦେଇଛି ।
ପିଉସୀଙ୍କୁ ମାରି ଫିଙ୍ଗିଦେଲା
|
September 11, 2020 |



