ପି ଏମ ଶ୍ରୀ ରାମ ନାରାୟଣ ଉଚ୍ଚ ବିଦ୍ୟାଳୟ ର ବିଜ୍ଞାନ ମେଳା ଦୋଳସାହି ଭଦ୍ରକ।

Spread the love

  ଭଦ୍ରକ  ୨୦/୩/୨୬ (ସନ୍ଧାନ ନ୍ୟୁଜ )  ତିହିଡ଼ି ବ୍ଲକ ଅନ୍ତର୍ଗତ ଦୋଳ ସାହି ପଞ୍ଚାୟତ ରେ ଥିବା ପି ଏମ ଶ୍ରୀ ରାମ ନାରାୟଣ ଉଚ୍ଚ ବିଦ୍ୟାଳୟ ରେ ଏକ ବିଜ୍ଞାନ ମେଳା ଅନୁଷ୍ଠିତ ହୋଇ ଯାଇଛି। ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଶ୍ରୀଯୁକ୍ତ ସୁଧୀର ତରାଇ ଙ୍କ ସଭାପତିତ୍ବ ରେ ଅନୁଷ୍ଠିତ ସଭା ରେ ମୂଖ୍ୟ ଅତିଥି ଭାବରେ ଯୋଗଦେଇ ଥିଲେ ତିହିଡ଼ି ସି ଆର ହାଇ ସ୍କୁଲ ର ପ୍ରଧାନ ଶିକ୍ଷକ, ଅନ୍ୟ ଅତିଥି ଭାବେ ଯୋଗଦେଇ ଥିଲେ ଦୈନିକ ଖବର କାଗଜ ଅନୁସନ୍ଧାନ ର ଭଦ୍ରକ ଜିଲ୍ଲା ସଂଯୋଜକ ଶ୍ରୀଯୁକ୍ତ ସତ୍ୟବ୍ରତ ନାୟକ, ସାମ୍ୱାଦିକ ଅଶୋକ କୁମାର ପାଢ଼ୀ, ନିୟୂଜ ଓଡିଆ ର ଜିଲ୍ଲା ସଂଯୋଜକ ଶ୍ରୀଯୁକ୍ତ ଅଞ୍ଜନ କୁମାର ଦାସ। ପ୍ରଧାନ ଶିକ୍ଷକ ଶ୍ରୀଯୁକ୍ତ ସୁଧୀର କୁମାର ତରାଇ ପ୍ରଦୀପ ପ୍ରଜ୍ବଳନ କରି ସଭା କାର୍ଯ୍ୟ ଆରମ୍ଭ କରିଥିଲେ। ଛାତ୍ର ଛାତ୍ରୀ ମାନେ ବିଜ୍ଞାନ ସାହାଯ୍ୟ ରେନିଜର ଏକ ନୂଆ ଭବିଷ୍ୟତ ତିଆରି କରି ପାରିବେ ବୋଲି ମୂଖ୍ୟ ଅତିଥି ମତ ଦେଇଥିଲେ। ସମସ୍ତ ଅତିଥି ମାନେ ବିଜ୍ଞାନ ମେଳା ସମ୍ପର୍କ ରେ ମତ ଦେଇଥିଲେ। ଛାତ୍ର ଛାତ୍ରୀ ମାନେ ନିଜର ପ୍ରୋଜେକ୍ଟ କୁ ପ୍ରଦର୍ଶନ କରିଥିଲେ। କୃତୀ ଛାତ୍ର ଛାତ୍ରୀ ମାନଙ୍କୁ ପୁରସ୍କୃତ କରାଯାଇ ଥିଲା। ଶେଷ ରେ ବିଦ୍ୟାଳୟ ର ବରିଷ୍ଠ ଶିକ୍ଷକ ଶିବବ୍ରତ ନାୟକ ଅତିଥି ମାନଙ୍କୁ ଧନ୍ୟବାଦ୍ ଦେଇ ସଭା ସାଙ୍ଗ କରି ଥିଲେ। ଭଦ୍ରକ ରୁ ସତ୍ୟବ୍ରତ ନାୟକ ଙ୍କ ରିପୋର୍ଟ।

Related Posts

About The Author

Add Comment