କେଉଁଝର ୧୪/୪/୨୬ (ସନ୍ଧାନ ନ୍ୟୁଜ ) କେଉଁଝର ପି ଏମ ଶ୍ରୀ କୁଶଲେଶ୍ୱର ଉଚ୍ଚ ବିଦ୍ୟାଳୟ ର ପ୍ଲାତିନୀୟମ ଯୁବୁଲି ଉତ୍ସଵ ମହାସମାରୋହରେ ପାଳିତ ହୋଇ ଯାଇଛି। ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ଙ୍କ ସଭାପତିତ୍ବ ରେ ଏକ ସଭା ଆୟୋଜନ କରା ଯାଇଥିଲା। ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ମୋହନ ଚରଣ ମାଝୀ ମୂଖ୍ୟ ଅତିଥି ଭାବରେ ଯୋଗଦେଇ ଥିଲେ। ଜିଲ୍ଲା ଶିକ୍ଷା ଅଧିକାରୀ, ମୁଖ୍ୟ ବକ୍ତା ଭାବେ ଯୋଗଦେଇ ଥିଲେ। ସ୍ଵତନ୍ତ୍ର ଅତିଥି ଭାବେ ଯୋଗ ଦେଇଥିଲେ କେଉଁଝର ଜିଲ୍ଲାପାଳ। ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ମୋହନ ଚରଣ ମାଝୀ ତାଙ୍କ ଅଭିଭାଷଣ ରେ ବିଦ୍ୟାଳୟକୁ ହିମାଳୟ ପରି ଗଢିତୋଳିବା ପାଇଁ ଆହ୍ବାନ ଦେଇ ଥିଲେ। ବିଭିନ୍ନ ବିଭାଗ ରେ କୃତିତ୍ୱ ହାସଲ କରିଥିବା ଛାତ୍ର ଛାତ୍ରୀ ମାନଙ୍କୁ ମୂଖ୍ୟ ମନ୍ତ୍ରୀ ପୁରସ୍କାର ବିତରଣ କରିଥିଲେ।ବିଦ୍ୟାଳୟର ଯାହା ସମସ୍ୟା ଅଛି ତାହା ଧୀରେ ଧୀରେ ସମାଧାନ ହୋଇଯିବ। ଛାତ୍ରୀ ମାନେ ଶୃଙ୍ଖଳିତ ହେବା ସହିତ ଏକ ଆଦର୍ଶ ସମାଜ ଗଠନ ଦିଗରେ ସହଯୋଗ କରିବେ ବୋଲି ମୁଖ୍ୟମନ୍ତ୍ରୀ ଆହ୍ବାନ ଦେଇ ଥିଲେ। ଭଦ୍ରକ ରୁ ସତ୍ୟବ୍ରତ ନାୟକ ଙ୍କ ରିପୋର୍ଟ ନୀୟୁକ୍ ସନ୍ଧାନ।
ପି ଏମ ଶ୍ରୀ କୁଷଲେଶ୍ୱର ଉଚ୍ଚ ବିଦ୍ୟାଳୟ କେଉଁଝର ର ପ୍ଲାଟିନୀୟମ ଜୁବୁଲି ଉତ୍ସଵ ରେ ଯୋଗ ଦେଲେ ମାନ୍ୟବର ମୁଖ୍ୟମନ୍ତ୍ରୀ।
|
April 14, 2026 |



