ପାଳିଆ ବିନ୍ଧା ନୋଡାଲ ୟୁ ପି (ମ ଇ) ବିଦ୍ୟାଳୟର ର ବାର୍ଷିକ ଉତ୍ସବ 2025

Spread the love

ତିହିଡ଼ି   ୨୬/୨/୨୬  (ସନ୍ଧାନ ନ୍ୟୁଜ) ତିହିଡ଼ି ବ୍ଲକ ଅନ୍ତର୍ଗତ ପାଳିଆ ବିନ୍ଧା ପଞ୍ଚାୟତ ର ଥିବା ପାଳିଆ ବିନ୍ଧା ନୋଡାଲ ୟୁ ପି ମ ଇ ବିଦ୍ୟାଳୟର ବାର୍ଷିକ ଉତ୍ସବ ମହା ଆଡ଼ମ୍ବରରେ ପାଳିତ ହୋଇ ଯାଇଛି। ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଶ୍ରୀଯୁକ୍ତ ଦୀପ୍ତିକାନ୍ତ ପଣ୍ଡା ଙ୍କ ସଭାପତିତ୍ବ ରେ ଅନୁଷ୍ଠିତ ସଭାରେ ମୂଖ୍ୟ ଅତିଥି ଭାବରେ ଯୋଗଦେଇ ଥିଲେ ପାଳିଆ ବିନ୍ଧା ପଞ୍ଚାୟତ ର ସରପଞ୍ଚ ଶ୍ରୀମତୀ ଯଶୋଦା ମଲ୍ଲିକ, ମୂଖ୍ୟ ବକ୍ତା ଭାବେ ଯୋଗଦେଇ ଥିଲେ ପାଳିଆ ବିନ୍ଧା ପଞ୍ଚାୟତ ର ସମିତି ସଭ୍ୟ ଶ୍ରୀଯୁକ୍ତ ଜୀବନ ଜ୍ୟୋତି ପଲେଇ ଏବଂ ପରିଚାଳନା କମିଟି ର ଚେୟାରମେନ ବ୍ରଜ କିଶୋର ବାରିକ୍। ସଭା ଆରମ୍ଭରେ ଜଗତ ର ନାଥ ଙ୍କ ଫଟୋଚିତ୍ର ରେ ପୁଷ୍ପ ମାଲ୍ୟ ଅର୍ପଣ କରାଯାଇଥିଲା।ବରିଷ୍ଠ ଶିକ୍ଷକ ସନ୍ତୋଷ କୁମାର ପାଣିଗ୍ରାହୀ ଅତିଥି ପରିଚୟ ପ୍ରଦାନ ଓ ବାର୍ଷିକ ବିବରଣୀ ପାଠ କରିଥିଲେ। ଶିକ୍ଷକ ରାଜୀବ କୁମାର ଦାସ ଧନ୍ୟବାଦ୍ ଅର୍ପଣ କରି ଥିଲେ। ବିଦ୍ୟାଳୟର ୭୨ଜଣ ଛାତ୍ର ଛାତ୍ରୀ ମାନଙ୍କୁ ପୁରସ୍କାର ପ୍ରଦାନ କରାଯାଇଥିଲା। ବିଦ୍ୟାଳୟ ର ଛାତ୍ର ଧନଞ୍ଜୟ ବାରିକ୍ ଙ୍କୁ ଚାମ୍ପିଅନ ଟ୍ରଫି ପ୍ରଦାନ କରାଯାଇଥିଲା। ଶିକ୍ଷକ ରାଜୀବ କୁମାର ଦାସ ଙ୍କ ପରିଚାଳନା ରେ ନୃତ୍ୟ ପରିବେଷଣ କରା ଯାଇଥିଲା। ପାଳିଆ ବିରଞ୍ଚି ନାରାୟଣ ମଧ୍ୟ ଇଂରାଜୀ ବିଦ୍ୟାଳୟ, ବରୁଣାଇ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ମଞ୍ଚ ରେ ଉପସ୍ଥିତ ଥିଲେ। ଶିକ୍ଷୟତ୍ରୀ ଗୀତିଶ୍ରି ଦାସ, ମଧୁସ୍ମିତା ଖିଲାର,ବରିଷ୍ଠ ଶିକ୍ଷକ ପ୍ରତାପ ବିଶ୍ୱାଳ ସହଯୋଗ କରିଥିଲେ। ଭଦ୍ରକ ରୁ ସତ୍ୟବ୍ରତ ନାୟକ ଙ୍କ ରିପୋର୍ଟ।

Related Posts

About The Author

Add Comment