ପାଣି ଘଟଣାକୁ ନେଇ ଯୁବକକୁ କାମୁଡ଼ି ଆଙ୍ଗୁଠି ଛିଣ୍ଡାଇ ଦେଲେ
ଯାଜପୁର ସଦର,୧୯ା୧୧: ଯାଜପୁର ଜିଲ୍ଲା କୋରେଇ ବ୍ଲକ ପାଣିକୋଇଲି ଥାନା ଷଠିପୁର ଗ୍ରାମରେ ପାଣିମଡ଼ାକୁ କେନ୍ଦ୍ରକରି ଦୁଇ ଗୋଷ୍ଠି ମଧ୍ୟରେ ଗଣ୍ଡଗୋଳ ହୋଇଥିଲା । ଗୋଟିଏ ଗୋଷ୍ଠିର ଯୁବକ ମାନେ ଅନ୍ୟ ଯୁବକଙ୍କ ଆଙ୍ଗୁଠିକୁ କାମୁଡ଼ି ଛିଣ୍ଡାଇ ଦେବାରୁ ସେ ଗୁରୁତର ଆହତ ହୋଇଥିଲେ । ଏନେଇ ପାଣିକୋଇଲି ଥାନାରେ ଅଭିଯୋଗ କରାଯିବାପରେ ପାଣିକୋଇଲି ପୋଲିସ ତଦନ୍ତ କରୁଚି । ଏନେଇ ଉଭୟଙ୍କ ପକ୍ଷଙ୍କ ମଧ୍ୟରେ ଗଣ୍ଡଗୋଳ ହେବାରୁ ଏହାକୁ ବିରୋଧ କରିଥିଲେ । ସନ୍ତୋଷ ନକୁଳ ଗାଳିଗୁଲଜ କରିବା ସହିତ ମରଣାତ୍ମକ ଆକ୍ରମଣ କରିଥିଲେ । ହଠାତ ଉତ୍ତେକ୍ତ ହୋଇ ସନ୍ତୋଷ ବିଶ୍ୱଜିତଙ୍କ ହାତର ଏକ ଆଙ୍ଗୁଠିକୁ କାମୁଡ଼ି ଛିଣ୍ଡାଇ ଦେଇଥିଲେ । ଏନେଇ ବିପିନ ଥାନାରେ ଅଭିଯୋଗ କରିଥିଲେ । ଅଭିଯୋଗକୁ ଭିତ୍ତିକରି ପାଣିକୋଇଲି ଥାନା ପୋଲିସ ତଦନ୍ତ କରୁଥିବା ବେଳେ, କାହାରିକୁ ଗିରଫ କରାଯାଇନଥିବା ଜାଣାଯାଇଚି । ଖବର ଲେଖା ହେବାବେଳକୁ ଉଭୟ ପକ୍ଷରୁ କେହି ଗିରଫ ହୋଇନଥିବା ସୂଚନା ମିଳିଚି ।
ପାଣି ଘଟଣାକୁ ନେଇ ଯୁବକକୁ କାମୁଡ଼ି ଆଙ୍ଗୁଠି ଛିଣ୍ଡାଇ ଦେଲେ
|
December 1, 2025 |



