ପଦାରେ ପଡ଼ିଲା ବିଜେପିର ଗୋଷ୍ଠୀ କନ୍ଦଳ: ସଦସ୍ୟତା ଅଭିଯାନ କାର୍ଯ୍ୟକ୍ରମରେ ହଙ୍ଗମା

Spread the love

କଟକ: ୮/୭ (ସନ୍ଧାନ ନିୟୁଜ ) “ସଙ୍ଗଠନ ପର୍ବ” ପାଳନ କରି ବିଜେପି ଆରମ୍ଭ କରିଛି “ସଦସ୍ୟତା ଅଭିଯାନ”।ଜୁଲାଇ ୬ ତାରିଖରୁ ଏହି “ସଦସ୍ୟତା ଅଭିଯାନ” ଦେଶବ୍ୟାପୀ ଆରମ୍ଭ ହୋଇଛି।ତଦ୍ଅନୁଯାୟୀ କଟକ ବିଜେପି ପକ୍ଷରୁ ୭ ତାରିଖରେ ଟାଉନ ହଲରେ ହେବାର ଥିଲା “ସଦସ୍ୟତା ଅଭିଯାନ” କାର୍ଯ୍ୟକ୍ରମ।ସମସ୍ତେ ପହଞ୍ଚି ବି ଯାଇଥିଲେ।କିନ୍ତୁ ସେଠି ଏପରି ହଙ୍ଗାମା ହେଲା, ଯେ ବରିଷ୍ଠ ନେତାମାନେ ଯିଏ ଜୁଆଡ଼େ ପଳାଇଲେ।ମହିଳା କାର୍ଯ୍ୟକର୍ତ୍ତା ତରବରିଆ ହୋଇ ସେଠାରୁ ଚାଲି ଯାଉଥିଲା ବେଳେ କହୁଥିଲେ, “ଲାଜ ଲାଗୁନି ତମକୁ, ବିଷ ଖାଇ ମରୁନ”।ହଲ ଭିତରେ ଠେଲାପେଲା, ଧକ୍କା ମରାମରି, ଗାଳିମନ୍ଦ, ଚେୟାର ଫିଙ୍ଗା ସବୁ କିଛି ଚାଲିଲା।ହଲ ଭିତର ଘଟଣା ବାହାରେ ବି ଘଟିଲା।କଥା ଦାଣ୍ଡରେ ପଡ଼ି ହାଟରେ ଗଡ଼ିଲା।ବଡ଼ କଥା,ପ୍ରକାଶ ମିଶ୍ର ମଧ୍ୟ ସେଠାରେ ଅପମାନିତ ହେଲେ।ରାଜ୍ୟ ସଦସ୍ୟତା ଅଭିଯାନ ସହ-ପ୍ରଭାରୀ ସାରଦା ଶତପଥିଙ୍କ ଉପସ୍ଥିତିରେ ଏସବୁ ଘଟିଲା।ନୟନ କିଶୋର ମହାନ୍ତି, ଦିଲ୍ଲୀପ ମଲ୍ଲିକ, ସମୀର ଦେ, ଲଲଟେନ୍ଦୁ ବଡ଼ୁ, ସ୍ମୃତି ପଟ୍ଟନାୟକ ଆଦି ସବୁ ସେଠାରେ ଥିଲେ।କେହି କିଛି କରିପାରିଲେ ନାହିଁ।

Related Posts

About The Author

Add Comment