ନୂଆଦିଲ୍ଲୀ ୦୬/୦୨ (ସନ୍ଧାନ ନିୟୁଜ) : ଉତ୍ତର ପ୍ରଦେଶର ଶାହଜାହାଁପୁରରେ ଜଣେ ଭଣ୍ଡ ସାଧୁଙ୍କର କଳା କାରନାମା ଏବେ ପଦାକୁ ଆସିଛି। ଲୋକଙ୍କୁ ଆଧ୍ୟାତ୍ମିକ ଜ୍ଞାନ ବାଣ୍ଟୁଥିବା ଏଇ ସାଧୁ ଜଣକ କରିଛନ୍ତି ୫ଟି ବିବାହ। ସେମାନଙ୍କୁ ଲଗାଇଥିଲେ ଦେହ ବେପାରରେ। ସାଧୁର ଷଡଯନ୍ତ୍ରର ଶିକାର ହୋଇ ମହିଳାମାନେ ପୋଲିସ ନିକଟରେ ଅଭିଯୋଗ କରିବା ପରେ ଭଣ୍ଡ ସାଧୁଙ୍କର ମୁଖା ଖୋଲିଯାଇଛି।
ଖବର ଅନୁଯାୟୀ ଭଣ୍ଡ ସାଧୁ ୫ଟି ବିବାହ କରିଥିବା ବେଳେ ନିଜର ପତ୍ନୀଙ୍କୁ ନିଶା ଇଞ୍ଜେକସନ୍ ଦେଇ ଦେହ ବେପାର କରିବାକୁ ବାଧ୍ୟ କରୁଥିଲେ। ସେ କହିଛନ୍ତି ସାଧୁ ଅନୁଜ ଚେତନ ସରସ୍ଵତୀ ଜଣେ ଅମଣିଷ। ସତସଙ୍ଗ ଓ ତନ୍ତ୍ର ମାଧ୍ୟମରେ ମହିଳାଙ୍କୁ ପ୍ରେମ ଜାଲରେ ଫଶାଇବା ପରେ ଇଜ୍ଜତ ସହ ଖେଳିଥାଏ। ଦେହ ବ୍ୟବସାୟ ପାଇଁ ଅରାଜି ହୁଏ ତାକୁ ଅତି ଅମାନୁଷିକ ଭାବେ ମାରପିଟ୍ କରିବା ସହିତ ବନ୍ଦୀ କରାଯାଇ ରଖାଯାଏ। ଏହି କାରଣରୁ ତା’ର ଜଣେ ସ୍ତ୍ରୀ ଆତ୍ମହତ୍ୟା କରିଛନ୍ତି। ଅନ୍ୟ ସ୍ତ୍ରୀମାନେ ଛାଡି ପଳାଇଛନ୍ତି। ପୀଡିତା ମହିଳା ଡିଆଇଜି ରାଜେଶ କୁମାର ପାଣ୍ଡେଙ୍କ ନିକଟରେ ଏହି ଅଭିଯୋଗ କରିବା ପରେ ଅଭିଯୁକ୍ତ ସାଧୁଙ୍କ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ନିର୍ଦ୍ଦେଶ ଦିଆଯାଇଛି।



