କଟକ, ୧୧/୦୯/୨୦୨୧ (ସନ୍ଧାନ ନିଉଜ) – କଟକ ସଦର ବ୍ଲକ କନ୍ଦରପୁର ଥାନା ଆୟତପୁର ପଞ୍ଚାୟତ ଉପକଣ୍ଠ ଦାମୋଦରପୁର-୨ର ପଣ୍ଡିତ ଉତ୍କଳ ମଣି ଗୋପବନ୍ଧୁ ଦାସ ଗୋଷ୍ଟିକେନ୍ଦ୍ର ଓ ଉତ୍କଳ ମଣି ଗୋପବନ୍ଧୁ ଷ୍ଟଡି ସର୍କଲ ମିଳିତ ଆନୁକୁଲ୍ୟରେ ଶିକ୍ଷା ଓ ସମାଜ ସଂସ୍କାର ଉପରେ ଏକ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଯାଇଛି । ଶ୍ରୀ ପତିତପାବନ ନାୟକଙ୍କ ପୌରୋହିତ୍ୟରେ ଅନୁଷ୍ଠିତ ସଭାରେ ମୁଖ୍ୟବକ୍ତା ସମାଜସେବୀ ପ୍ରଦୀପ୍ତ ମାହାଳି, ସମ୍ମାନିତ ଅତିଥି ଭାଗିରଥି ବଳ,ସମ୍ପାଦକ ମହମ୍ମଦ ଓସିଉଲ୍ଲା ଏବଂ ଗ୍ରାମବାସୀ, ଅନୁଷ୍ଠାନର ସଭ୍ୟ ଉପସ୍ଥିତ ରହି ଆଲୋଚନାରେ ଅଂଶଗ୍ରହଣ କରିଥିଲେ ।
ପଣ୍ଡିତ ଉତ୍କଳ ମଣି ଗୋପବନ୍ଧୁ ଦାସ ଗୋଷ୍ଟିକେନ୍ଦ୍ର ଓ ଉତ୍କଳ ମଣି ଗୋପବନ୍ଧୁ ଷ୍ଟଡି ସର୍କଲ ପକ୍ଷରୁ ଆଲୋଚନା ଚକ୍ର
|
September 12, 2021 |