ପଂଚାୟତ ସମିତି ବୈଠକରେ ସରିଲା ହାଇ ଡ୍ରାମା; କଳ୍ପତରୁ ଦାସ ଷ୍ଟାଡିୟମରେ ହେବକି ଡ୍ରାମପାଲା?

Spread the love

ଯାଜପୁର, ୧୨/୧୧ (ସନ୍ଧାନ ନିୟୁଜ ) : ଧର୍ମଶାଳା ବ୍ଲକର ରଙ୍ଗିଲା ସମିତିସଭ୍ୟ ଏବଂ ସରପଂଚ ମାନେ । ସଦ୍ୟ ଯାଇଥିବା ପଂଚାୟତ ସମିତି ବୈଠକରେ ସାରିଛନ୍ତି ହାଇଡ୍ରାମା । କାରଣ ତାଙ୍କର ଆଉ ଡ୍ରାମା କରିବାକୁ ମନ ନାହିଁ । ମନ ଅଛି ଡ୍ରାମପାଲା ଉପରେ । ଯେଉଁଠା ସମ୍ଭବ କେବଳ କଳ୍ପତରୁ ଦାସ ଷ୍ଟାଡିୟମରେ । ଆଜି ଦିନତମାମ ଜାରକା ବଜାର ଠାରୁ ବିଭିନ୍ନ ଛକବଜାରରେ ଶୁଭିଥିଲା ଏମିତି କିଛି ଗୁଞ୍ଜରଣ । କଥାକୁ ଘାଂଟିଲାପରେ ଜଣାପଡିଲା କିଛି ସମିତିସଭ୍ୟ ସରପଂଚ ନିଜକୁ ଜିଲ୍ଲାପାଳ, ହାଇକୋର୍ଟ, ଏବଂ ବିଡିଓ, ଧର୍ମଶାଳାର ଏମଏଲଏ, ଚେୟାରମ୍ୟାନଙ୍କ ଠାରୁ ଉଚ୍ଚରେ ଭାବୁଛନ୍ତି । ନେଚେତ ଧର୍ମଶାଳା ପଂଚାୟତ ସମିତି ବୈଠକ ଏହାର ପରିସର ବାହାରେ ଥିବା କଳ୍ପତରୁ ଦାସ ଷ୍ଟାଡିୟମରେ କାହିଁ କରିବାକୁ ଜିଦି ଧରିଥାନ୍ତେ । ତେବେ ଏଭଳି ଡ୍ରାମ ଦେଖିବା ପରେ ଏଥର ଗ୍ରାମ ପଂଚାୟତ ବୈଠକ ବି କାଳେ ପଂଚାୟତ କାର୍ଯ୍ୟଳୟରେ ନହୋଇ କାହା କ୍ଲବ ଘରେ କି ସ୍କୁଲ ଘରେ କିମ୍ଭା କେଉଁ କୁଜିନେତାଙ୍କ ବାରଣ୍ଡାରେ କରିବାକୁ ଲୋକେ କହିଲେଣି । ସୂଚନା ଦେବାକୁ ଚାହୁଛୁ କି ଧର୍ମଶାଳା ପଂଚାୟତ ସମିତି ବୈଠକ ଏହାର ପରିସର ବାହାରେ ମାନେ କଳ୍ପତରୁ ଦାସ ଷ୍ଟାଡିୟମରେ କରାଯିବା ପରେ ଏହାକୁ ନେଇ ହାଇକୋର୍ଟରେ ଏକ ମାମଲା ହୋଇଥିଲା ।ଯାହାର ରାୟ ସ୍ୱରୁପ ଜିଲ୍ଲାପାଳ ମଧ୍ୟ ଉଚ୍ଚନ୍ୟାୟଳ ଏବଂ ନିୟମ ଅନୁଯାୟୀ ଏହା ପଂଚାୟତସମିତି ପରିସର ମଧ୍ୟରେ ହେବାକୁ ରାୟ ଦେଇ ନିଦେ୍ଧଶନାମା ଜାରି କରିଥିଲେ । ଆଉ ଏବେ ଯେଉଁ ଡ୍ରାମା ଦେଖିବାକୁ ମିଳିଲା ତାହା କାଳେ ଏଥିପାଇଁ । ବେଳୁଥାଉ ଥାଉ ସୁଧିରି ଯାଅରେ ନିଲର୍ଜା ମାନେ ବୋଲି ଆଜି ଏହା ବେଶ୍ ଚର୍ଚ୍ଚାର ସହିତ ଆଲୋଚନା ହେଉଛି ।

Related Posts

About The Author

Add Comment