ନୟାଗଡ଼ରେ ପ୍ରଥମ କରୋନା ସନ୍ଦିଗ୍ଧ ଚିହ୍ନଟ

Spread the love
ନୟାଗଡ଼ ୧୨/୦୩ (ସନ୍ଧାନ ନ୍ୟୁଜ‌୍ /ଶିବପ୍ରସାଦ ସାହୁ):  କରୋନାକୁ ନେଇ ଦେଶ ସାରା ଭୟଙ୍କର ସ୍ଥିତି ଉପୁଜିଥିବା ବେଳେ ଏବେ ନୟାଗଡ଼ରୁ ଏକ ଖବର ସାମନାକୁ ଆସିଛି । ଜଣେ କରୋନା ସନ୍ଦିଗ୍ଧକୁ ଚିହ୍ନଟ କରାଯାଇଛି।  ।
ସୂଚନା ମୁତାବକ , ନୟାଗଡ ଜିଲ୍ଲାରୁ ପ୍ରଥମ କରୋନା ସନ୍ଦିଗ୍ଧ ଚିହ୍ନଟ କରାଯାଇଛି । ସନ୍ଦିଗ୍ଧ ହେଲେ ଫତେଗଡ ଥାନା ଅଂଚଳର । ଗତ ଦୁଇଦିନ ତଳେ ସେ ତାମିଲନାଡୁ ରୁ ଗାଁକୁ ଫେରିଥିଲେ । ଅଧିକ ପରୀକ୍ଷା ପାଇଁ ତାଙ୍କୁ ଭୁବନେଶ୍ୱର ସ୍ଥାନାନ୍ତର କରାଯାଇଛି।
ଉଲ୍ଲେଖନୀୟଯେ ,ଭାରତରେ କରୋନା ଭାଇରସ ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଇ ୭୩ ହୋଇସାରିଛି । ସ୍ୱାସ୍ଥ୍ୟ ମନ୍ତ୍ରାଳୟ ଏନେଇ ସୂଚନା ଦେଇଛି । କେରଳ, ମହାରାଷ୍ଟ୍ର ଓ ଉତ୍ତର ପ୍ରଦେଶରେ ସବୁଠାରୁ ଅଧକ ମାମଲା ସାମ୍ନାକୁ ଆସିଛି । ସମୁଦାୟ ୭୩ ମାମଲାରେ ୫୬ ଭାରତୀୟ ନାଗରିକ ଯଦିଓ ୧୭ ବିଦେଶୀ ଅଛନ୍ତି । ଏହା ମଧ୍ୟରେ ଦିଲ୍ଲୀ ସରକାର କରୋନା ଭାଇରସକୁ ମହାମାରୀ ଘୋଷଣା କରିଛି।

Related Posts

About The Author

Add Comment