ସମ୍ବଲପୁର ତା: ୧୨.୧୦.୨୦୨୧(ସନ୍ଧାନ ନିଉଜ/ହେମନ୍ତ ଭଇଁଷା) ଆଜି ସକାଳ ୧୦ଘ ସମୟରେ ଓବିଶି ମଞ୍ଚ ତରଫରୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି। ଆଗକୁ ଆସୁଥିବା ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପାଇଁ ଅନ୍ୟାନ୍ୟ ପଛୁଆବର୍ଗ ପାଇଁ ଆସନ ସଂରକ୍ଷଣ ନ ଥିବାରୁ ମଞ୍ଚ ତରଫରୁ ପ୍ରତିବାଦରାଲି କରିବା ସହିତ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉଦେଶ୍ୟରେ ଜିଲ୍ଲାପାଳଙ୍କ ଜରିଆରେ ପ୍ରଧାନମନ୍ତ୍ରୀଙ୍କୁ ଏକ ଦାବିପତ୍ର ପ୍ରଦାନ କରିଛନ୍ତି।ଏହି ମଞ୍ଚଦ୍ଵାରା ପ୍ରତିବାଦ ରାଲି ସହିତ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ସଭା ମଧ୍ୟ କରିଥିଲେ ଯେଉଁଥିରେ ଅନେକ ମାନ୍ୟଗନ୍ୟ ବ୍ୟକ୍ତି ଉପସ୍ଥିତ ରହି ସଭାକୁ ପରିଚାଳନା ଓ ଆଲୋଚନା କରିଥିଲେ। ପଛୁଆ ବର୍ଗକୁ ସବୁବେଳେ ଅବହେଲା ମନୋଭାବ ସରକାରଙ୍କ ଗଲା ନାହିଁ ବୋଲି ମଞ୍ଚ ତରଫରୁ ଘୋର ନିନ୍ଦା କରାଯାଇଛି।
ନିର୍ବାଚନରେ ପଛୁଆ ବର୍ଗ ପାଇଁ ସ୍ଥାନ ସଂରକ୍ଷଣ ସକାଶେ ଜିଲ୍ଲାପାଳଙ୍କୁ ଦାବିପତ୍ର ଦେଲା ଓବିଶି ମଞ୍ଚ, ସମ୍ବଲପୁର
|
October 12, 2021 |


