ନିଡାମ୍ବରରେ ଉଦଯାପିତ ହେଲା ମାଳହାଟ ୧୧ ତମ ବିଶ୍ୱଶାନ୍ତି ମହାଯଜ୍ଞ ଓ ବହୁ ପୁରାତନ ମେଲଣ

Spread the love

ଜେନାପୁର, ୨୯/୦୩(ସନ୍ଧାନ ନିଉଜ୍/ ପ୍ରଶାନ୍ତ ସାମଲ ) ଧର୍ମଶାଳା ବ୍ଲକ ଏଣ୍ଡଳବା ଗ୍ରାମପଞ୍ଚାୟତ ମାଳ ହାଟସ୍ଥ ସାତମୌଜା  ସାଂସ୍କୃତିକ ପରିଷଦ ଆନୁକୂଲ୍ୟରେ ତିନି ଗୋଟି ପଞ୍ଚାୟତକୁ ନେଇ ଗଢ଼ି ଉଠିଥିବା ୧୧ ତମ ବିଶ୍ୱଶାନ୍ତି ମହାଯଜ୍ଞ ସୋମବାର ରାତ୍ରିରେ ଉଦଯାପିତ ହୋଇ ଯାଇଛି । ଏହି ସାତମୌଜା ସାଂସ୍କୃତି ମହାଯଜ୍ଞଟି ତିନି ଗୋଟି ପଞ୍ଚାୟତର ଗ୍ରାମବାସୀମାନଙ୍କୁ ନେଇ ଅନୁଷ୍ଠାନଟି ଗଢି ଉଠିଥିଲା ଏଥିରେ ଢେଙ୍କାନାଳ ଜିଲ୍ଲାର ଦଶମାଣ ପଞ୍ଚାୟତ, ରେଖିଦେଇପୁର ପଞ୍ଚାୟତ ଓ ଏଣ୍ଡଳବା ପଞ୍ଚାୟତର ଗ୍ରାମ ମାନଙ୍କୁ ନେଇ ଦୀର୍ଘ ପାଞ୍ଚ ଦିନଧରି ବହୁ ଧୁମ ଧାମରେ ପାଳିତ ହୁଏ, ପ୍ରତ୍ୟେକ ଦିନ ଶ୍ରଦ୍ଧାକୁ ମାନଙ୍କ ମନରଞ୍ଜନ ଲାଗି କମିଟି ତରଫରୁ ବିଭିନ୍ନ ମନୋରଞ୍ଜନ ଧର୍ମୀ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥାଏ ,ଯେପରି ଭଜନ, କୀର୍ତ୍ତନ, ଘୋଡ଼ା ନାଚ, ଗୋଟିପୁଅ ନାଚ, ପାଲା, ଦାସ କାଠିଆ ଇତ୍ୟାଦି । ହେଲେ ଚଳିତ ବର୍ଷ ଏପରି କିଛି ଦେଖିବାକୁ ମିଳିନଥିଲା ମହାମାରୀ କରୋନାର ଦ୍ୱିତୀୟ ଲହରୀ ଦେଖାଦେଇଥିବାରୁ ସରକାରଙ୍କ କୋଭିଡି ଗାଇଡ଼ ଲାଇନ ଅନୁଯାଇ ଠାକୁରଙ୍କ କଳସ ବୁଡାଇ ରୀତି ନୀତି ଅନୁଯାୟୀ ପୂଜାର୍ଚ୍ଚନା ୫ ଦିନ ଧରି କରାଯାଇଥିଲା ।ସାତମୌଜା ସାଂସ୍କୃତିକ ପରିଷଦ ତରଫରୁ ଡ଼ାକବାଜି ଯନ୍ତ୍ର ସାହାଯ୍ୟରେ  ସାମାଜିକ ଦୁରତା ରକ୍ଷା କରିବା ,ମାକ୍ସ ଓ ରୁମାଲ ମୁହଁରେ ବାନ୍ଧିବା ସହ ଜନଗହଳି ନ କରିବାକୁ ଅନୁରୋଧ କରିଥିଲେ ।ପ୍ରତ୍ୟେକ ଦିନ ଯଜ୍ଞମଣ୍ଡପରେ ଠାକୁରଙ୍କର ସନ୍ଧ୍ୟା ଆଳତି ସହ ସରକାରଙ୍କ କୋଭିଡି ଗାଇଡ଼ ଲାଇନ ଅନୁଯାଇ ଭଜନ କୀର୍ତ୍ତନ କରାଯାଇଥିଲା।ବହୁ ପୁରାତନ ୭୩ ତମ ମାଳହାଟ ତୃତୀୟ ଦୋଳ ମେଲଣ ପଡୁଥିବାରୁ ଏ ବର୍ଷ ସରକାରଙ୍କ ଦୋଳ ଗାଇଡ଼ ଲାଇନକୁ ମାନି ମେଲଣ କରିବ ନାହିଁ ବୋଲି କମିଟିରେ ନିଷ୍ପତ୍ତି ନିଆଯାଇଛି । ଗୋଟେ ବର୍ଷ ଠାକୁର ମେଲଣକୁ ନ ଆସି ପାରିଲେ ୧୨ ବର୍ଷ ଆଉ ଆସିବେନି ବୋଲି ପୂର୍ବରୁ କଥା ରହିଛି ।କେବଳ ପରମ୍ପରାକୁ ବଞ୍ଚାଇ ରଖିବା ପାଇଁ ସ୍ଥାନୀୟ ବିଛାଖଣ୍ଡି, କଲାଣ୍ଡ, ପାଟପୁର ର ବିମାନ ମେଲଣ କୁ ଆସି ହୋରୀ ଖେଳିବା ସହ ପୂଜାର୍ଚ୍ଚନାକରାଯାଇ ବିଦାୟ ଦିଆଯିବ । ମେଲଣ କୁ ବହୁ ଦୂର ଦୁରନ୍ତା ରୁ ବ୍ୟବସାୟ ବନ୍ଧୁ ମାନେ ଆସୁଥିବାରୁ ଚଳିତ ବର୍ଷ ମେଲଣ ହେବନାହିଁ ବୋଲି କମିଟି ପକ୍ଷରୁ ଫୋନ ଯୋଗେ ମନା କରି ଦିଆଯାଇଛି ।

Related Posts

About The Author

Add Comment