ନାରାୟଣ ଶୋଭନୀୟ ଶିକ୍ଷାଶ୍ରମର ବାର୍ଷିକୋସôବ: ଛାତ୍ରଛାତୀମାନଙ୍କର ପ୍ରତିଭା ପ୍ରଦର୍ଶନ ହିଁ ସମାଜର ପ୍ରଜ୍ଜ୍ୱଳିତ ଅଗ୍ନିଶିକ୍ଷା

Spread the love

ଯାଜପୁର ୦୮/୦୨ (ସନ୍ଧାନ ନିୟୁଜ) କୋମଳମତି ଛାତ୍ରଛାତୀମାନେ ହିଁ ପ୍ରଚଣ୍ଡ ପ୍ରତିଭାର ଅଧିକାରୀ । ସେମାନଙ୍କର ଲୁକ୍କାୟିତ ବିବିଧ ପ୍ରତିଭାକୁ ବିକଶିତ କରାଇବା ଦିଗରେ ଅଭିଭାବକମାନେ ଆଗେଇଆସିଲେ ତାହା ହିଁ ହେବ ସମାଜର ପ୍ରଜ୍ଜ୍ୱଳିତ ଅଗ୍ନିଶିକ୍ଷା ସଦୃଶ । ବର୍ତ୍ତମାନ ପିତାମାତାମାନଙ୍କର ସ୍ୱପ୍ନକୁ ପୂରଣ କରିବା ନିମିତ୍ତ ପିଲାମାନଙ୍କୁ ପାଠପଢାରେ ଯେପରି ଚାପଗ୍ରସ୍ତ କରାଯାଉଛି , ତାହା ସେପରି ନ କରି ପିଲାମାନଙ୍କର ଆଗ୍ରହମୁତାବକ ପାଠ୍ୟକ୍ରମରେ ଶତପ୍ରତିଶତ ସାହାଯ୍ୟ କରିବାକୁ ପିତାମାତାମାନେ ସର୍ବଦା ସଂକଳ୍ପବଦ୍ଧ ହେବା ଉଚିତ୍ ବୋଲି ଗତ ଶୁକ୍ରବାର ଅପରାହ୍ଣରେ ଯାଜପୁର ଜିଲ୍ଲାର ଧର୍ମଶାଳା ବକ୍ ଅନ୍ତର୍ଗତ ବୃନ୍ଦାଦେଈପୁରସ୍ଥ ନାରାୟଣ ଶୋଭନୀୟ ଶିକ୍ଷାଶ୍ରମର ବାର୍ଷିକୋସôବ ପାଳନ ଅବସରରେ ବିଶିଷ୍ଟ ଅତିଥିମାନେ ମତବ୍ୟକ୍ତ କରିଛନ୍ତି । ଶୋଭନୀୟ ଆନେ୍ଦାଳନର ଆଜୀବନ ସଭ୍ୟା ତଥା ଶିକ୍ଷାବିତ୍ ବନଲତା ଦେବୀଙ୍କ ପୌରୋହିତ୍ୟରେ ଆୟୋଜିତ ଏକ ସଭାରେ ଯୁବନାଟ୍ୟକାର ଓ ଯନ୍ତ୍ରୀ ମନୋଜ କୁମାର ପ୍ରଧାନ ମୁଖ୍ୟଅତିଥି ଓ ଭାରତୀୟ ବାୟୁସେନାର କମାଣ୍ଡର ଦାଶରଥୀ ନନ୍ଦ କିଶୋର ମୁଖ୍ୟବକ୍ତା ଭାବେ ଯୋଗ ଦେଇ କେବଳ ବହି ପଢିଲେ ବିଦ୍ୟା ଅର୍ଜନ ହୁଏ ନାହିଁ , ବରଂ ତା ସାଙ୍ଗକୁ ଯୋଗାସନ , ନୀତିଶିକ୍ଷା, ସଙ୍ଗୀତ, ନୃତ୍ୟ ଓ କ୍ରୀଡା ଭଳି ଅନେକ ସହ ପାଠ୍ୟକ୍ରମ ବିଦ୍ୟାରେ ଛାତ୍ରଛାତ୍ରୀମାନଙ୍କୁ ଉସôାହିତ କରାଇବା ସହିତ ବିଦ୍ୟାଳୟ ଶିକ୍ଷାକୁ ସର୍ବଦା ତଦାରଖ କରିବାରେ ପିତାମାତାମାନେ ମୁଖ୍ୟଭୂମିକା ଗ୍ରହଣ କରିପାରିଲେ ଜୀବନ ମଧୁମୟ ହୋଇପାରିବ ବୋଲି ଉପସ୍ଥିତ ଅଭିଭାବକମାନଙ୍କୁ ଆର୍ଶୀବାଣୀ ପ୍ରଦାନ କରିଥିଲେ । ଏପରି ହେଲେ ଆଜିର ଛାତ୍ରଛାତ୍ରୀ ଭବିଷ୍ୟତରେ ନିଜ ଇଚ୍ଛାଅନୁସାରେ ବୃତ୍ତି ବାଛିପାରିବେ । ସମ୍ମାନନୀୟ ଅତିଥିଭାବେ ସ୍ଥାନୀୟ ୧୨ ନମ୍ବର ଜୋନ୍ର ଜିଲ୍ଲାପରିଷଦ ସଭ୍ୟା ପ୍ରଣତି ଲେଙ୍କା , ସମାଜ ବିଜ୍ଞାନର ପ୍ରାକ୍ତନ ଅଧାପକ ପୂର୍ଣ୍ଣଚନ୍ଦ୍ର ଶରଣ ଓ ବୃନ୍ଦାଦେଈପୁର ବିଜେଡି ସଭାପତି ରାଜକିଶୋର ମହାନ୍ତି ଯୋଗ ଦେଇ ଛାତ୍ରଛାତ୍ରୀମାନଙ୍କୁ ପ୍ରଥମେ ଭଲ ମଣିଷ ହେବାକୁ ମୂଲ୍ୟବାନ୍ ପରାମର୍ଶମାନ ଦେଇଥିଲେ । ପ୍ରାରମ୍ଭରେ ସର୍ବେ ଭବନ୍ତୁ ସୁଖୀନର ପବିତ୍ର ମନ୍ତ୍ରୋଚ୍ଚାରଣ ଏବଂ ଘଣ୍ଟଘଣ୍ଟା, ହରିବୋଲ ଓ ହୁଳହୁଳି ଧ୍ୱନିରେ ଶିକ୍ଷାଶ୍ରମ ପରିସରରେ ଥିବା ସ୍ୱର୍ଗତ ନାରାୟଣ ଶତପଥୀଙ୍କ ଆବକ୍ଷ ପ୍ରତିମୂର୍ତ୍ତି ଓ ପ୍ରତିଷ୍ଠାତା ପୂଜ୍ୟ ଶ୍ରୀ କୁମାର ଭାଇଙ୍କ ଫଟୋ ଚିତ୍ରରେ ଅତିଥିମାନେ ପ୍ରଦୀପ ପ୍ରଜ୍ଜଳନ କରିବା ସହିତ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ । ପରେ ଶିକ୍ଷାଶ୍ରମର ଛାତ୍ରଛାତ୍ରୀମାନଙ୍କ ଦ୍ୱାରା ସ୍ୱାଗତ ସଂଗୀତ ପରିବେଷଣ ଏବଂ ଓଡିଆ, ଇଂରାଜୀ, ହିନ୍ଦୀ ଓ ସଂସ୍କୃତ ଭାଷାରେ ଭାଷଣ ପ୍ରଦାନ ଓ ଚେତନାପ୍ରଦ ବିବିଧ ସାସ୍କୃତିକ କାର୍ଯ୍ୟକ୍ରମ ମାଧ୍ୟମରେ ନୂତନ ଶିକ୍ଷା ପଦ୍ଧତି ପ୍ରଦର୍ଶନ ଖୁବ୍ ହୃଦୟସ୍ପର୍ଶୀ ଓ ଉଚ୍ଚକୋଟୀର ହେବା ସଂଗେ ସଂଗେ ଦର୍ଶକମାନଙ୍କୁ ବିମୋହିତ କରିଥିଲା । ବିଶେଷ କରି ସ୍ୱଚ୍ଛଭାରତ ନୃତ୍ୟ ଓ ସାମାଜିକ ନାଟକ ପ୍ରେରଣାଦାୟୀ ହୋଇଥିଲା । ଏଥିରେ ଶିକ୍ଷାଶ୍ରମର ସଂପାଦକ ଡା. ବିଷ୍ଣୁ ପ୍ରସାଦ ଶତପଥୀ ସ୍ୱାଗତ ଭାଷଣ ଓ ଅତିଥି ପରିଚୟ ପ୍ରଦାନ କରିଥିବାବେଳେ ପ୍ରଧାନଶିକ୍ଷୟିତ୍ରୀ ସୁଧାଂଶୁବାଳା ଶତପଥୀ ଧନ୍ୟବାଦ ଅର୍ପଣ କରିଥିଲେ । ଏହାଛଡା ଉକ୍ତ ଉସôବରେ ଅଭିଭାବକ ଓ ଅଞ୍ଚଳବାସୀମାନଙ୍କ ପାଇଁ ଏକ ପୁସ୍ତକ ପ୍ରଦର୍ଶନୀ, ଜଳଛତ୍ର, ମେଧାବୀ ଛାତ୍ରଛାତ୍ରୀମାନଙ୍କର ଫଟୋ ଥାଇ ଏକ ପ୍ରାଚୀର ପତ୍ର ପ୍ରଦର୍ଶନୀ ଓ ଆନନ୍ଦବଜାରର ମଧ୍ୟ ସୁବ୍ୟବସ୍ଥା କରାଯାଇଥିଲା । ଶେଷରେ ମଞ୍ଚାସୀନ ଅତିଥିମାନଙ୍କ ଦ୍ୱାରା କୃତି ପ୍ରତିଯୋଗୀମାନଙ୍କୁ ବିଭିନ୍ନ କ୍ଷେତ୍ରରେ ସଫଳତା ପାଇଁ ମାନପତ୍ର, ଟ୍ରଫି ଓ ଆକର୍ଷଣୀୟ ପୁରସ୍କାର ସବୁ ବିତରଣ କରାଯାଇଥିଲା । ଏହାକୁ ଶିକ୍ଷାଶ୍ରମର ସମସ୍ତ ଗୁରୁମା, ଗୁରୁଜୀ ଓ ଶୋଭନୀୟ ଆନେ୍ଦାଳନର କର୍ମୀମାନେ ପରିଚାଳନା କରିବାରେ ପୂର୍ଣ୍ଣ ସହଯୋଗ କରିଥିଲେ ।

Related Posts

About The Author

Add Comment