ଠାକୁରମୁଣ୍ଡା, ୧୧/୦୯ (ସନ୍ଧାନ ନିଉଜ): ଛେଳି ଚୋରାଇବାକୁ ଯାଇ ନିଖୋଜ ଥିବା ୯ ବର୍ଷର ନାବାଳିକାର ଶବ ଜଙ୍ଗଲରୁ ଉଦ୍ଧାର ହେବା ଘଟଣାର ପର୍ଦାଫାସ୍ କରିଛି ମହୁଲଡିହା ପୁଲିସ ନାବାଳିକାଙ୍କ ତଣ୍ଟି ଚିପି ମାରିଥିବା ସ୍ବୀକାର କରିଛି ଅଭିଯୁକ୍ତ। ପୁଲିସ ଅଭିଯୁକ୍ତକୁ ଗିରଫ କରି କୋର୍ଟ ଚାଲାଣ କରିଛି ସୂଚନାଯୋଗ୍ୟ, ଠାକୁରମୁଣ୍ଡା ବ୍ଲକ୍ ଚମ୍ପାଝର ପଞ୍ଚାୟତ ଦିଲଗଞ୍ଜ ଗ୍ରାମର ସୁନେଇ ଖୁଣ୍ଟିଆଙ୍କୁ ଚତୁର୍ଥ ଶ୍ରେଣୀରେ ପଢୁଥିବା ଝିଅ ଶିଳ୍ପା(୯) ଗତ ଶୁକ୍ରବାର ସକାଳେ ଘରେ ଥିବା ଛେଳିଗୁଡକୁ ଚରାଇବାକୁ ନିକଟସ୍ଥ ଜଙ୍ଗଲକୁ ଯାଇଥିଲା । ସେହି ଗ୍ରାମର ସୁଭାଷ ମହାନ୍ତ(୨୮) ମଧ୍ୟ ଶିଳ୍ପୀ ସହ ଧରାପଡ଼ିଲା ଅଭିଯୁକ୍ତ ଛେଳି ଚରାଇବାକୁ ଯାଇଥିଲା । ବିଳମ୍ବିତ ସନ୍ଧ୍ୟା ଯାଏ ଶିଳ୍ପ ଘରକୁ ନ ଫେରିବାରୁ ଖୋଜା ଖୋଜି କରିଥିଲେ ଘରଲୋକେ। ହେଲେ କୌଣସି ସନ୍ଧାନ ପାଇନଥିଲେ। ପରଦିନ ସକାଳେ ଜଙ୍ଗଲ ଭିତରେ ଏକ ପଥର ଉପରେ ଝିଅର ମୃତଦେହ ପଡ଼ିଥିବା ଦେଖିବାକୁ ମିଳିଥିଲା। ଏ ନେଇ ଶିଳ୍ପିର ମା’ ମହୁଲଡିହା ଥାନାରେ ଅଭିଯୋଗ କରିଥିଲେ। ଘଟଣାରକୁ ଗୁରୁତର ସହ ନେଇ ମହୁଲଡ଼ିହା ଥାନା ପୁଲିସ ସମେତ ଏସ୍ଡିପିଓ ସତ୍ୟବିକାଶ ଭୂୟାଁ, ଠାକୁରମୁଣ୍ଡା ଥାନା ଅଧିକାରୀ ନିରଜ କୁମାର ସାମଲ ଘଟଣାସ୍ଥଳରେ ପହଞ୍ଚି ଛାନ୍ଭିନ୍ ଆରମ୍ଭ କରିଥିଲେ । ଏଥିସହ ସୁଭାଷଙ୍କୁ ସନ୍ଦେହରେ ଅଟକ ରଖି ପଚରାଉଚରା ଚାଲିଥିଲା। ଶେଷରେ ପୁଲିସ ଆଗରେ ନିଜ ଦୋଷ ମାନିଛି ସୁଭାଷ କ୍ରୋଧାନ୍ବିତ ହୋଇ ଶିଳ୍ପୀର ତଣ୍ଟିକୁ ଚିପି ହତ୍ୟା କରିଥିବା କହିଛି । ତେବେ କେଉଁ ପରିସ୍ଥିତିରେ ସେ ଏହି କାଣ୍ଡ କଲା ତାହା ଜଣାପଡ଼ିଛି ।
ନାବାଳିକାଙ୍କୁ ତଣ୍ଟିଚିପି ହତ୍ୟା
|
September 11, 2020 |



