ନାବାଳିକାଙ୍କୁ ଅପହରଣ ଓ ଦୁଷ୍କର୍ମ

Spread the love

ବାରିପଦା, ୨୨/୦୮/୨୦ (ସନ୍ଧାନ ନିଉଜ/ଲିଙ୍ଗରାଜ ପଣ୍ଡା) :- ଅପହରଣ ଏବଂ ପରେ ଶାରୀରିକ ନିର୍ଯାତନା ମାସାଧିକକାଳ ନାନା ଯନ୍ତ୍ରଣା ସହିବା ପରେ ଶେଷରେ ଅପହର୍ତ୍ତାଙ୍କ କବଳରୁ ମୁକୁଳିଛନ୍ତି ଜଣେ ନାବାଳିକା ପୀଡ଼ିତା ଗତମାସ ୧୭ ତାରିଖରେ ବଡ଼ସାହି ଥାନା ଅଞ୍ଚଳରେ ହୋଇଥିବା ଏହି ଘଟଣାରେ ଜଣେ ୧୫ ବର୍ଷୀୟା ନାବାଳିକା ଅପହର୍ତ୍ତା ଏବଂ ତାଙ୍କ ପରିବାର ପକ୍ଷରୁ ମାନସିକ ଏବଂ ଶାରୀରିକ ନିର୍ଯାତନାର ଶିକାର ହୋଇ ନ୍ୟାୟ ପାଇଁ ଏସ୍ପିଙ୍କ ଦ୍ବାରସ୍ଥ ହୋଇଛନ୍ତି । ଅପହରଣର ଦୁଇଦିନ ପରେ ବଡ଼ସାହି ଥାନାରେ ଅପହର୍ଷା ରମାକାନ୍ତ ସିଂ(୨୦) ଓରଫ୍ ପାଣ୍ଡେଙ୍କ ବିରୋଧରେ ଏକ ମାମଲା ମଧ୍ୟ ରୁଜୁ ହୋଇଛି। ଏହି ଥାନା ଅଞ୍ଚଳର ଅର୍ଜୁନବାରିଆ (ବାଉଁଶବଣି ସାହି)ର ଅପହର୍ତ୍ତା ଜଣକ ଘରେ କେହି ନଥିବାର ସୁଯୋଗ ନେଇ ନାବାଳିକାଙ୍କୁ । ଅପହରଣ କରିନେଇଥିବା ଅଭିଯୋଗ ହୋଇଛି। ତେବେ ଅପହରଣ ପରେ କିନ୍ତୁ ନାବାଳିକାଙ୍କ ଉପରେ ଆରମ୍ଭ ହୋଇଥିଲା ନିର୍ଯାତନା ମାଙ୍କ ଦେହ ଖରାପ ଥିବା ମିଛ କହି ତାଙ୍କୁ ଘରୁ ଅପହରଣ କରିନେଇଥିବା ନାବାଳିକା ପ୍ରକାଶ କରିଛନ୍ତି। ଏହାପରେ ଅପହର୍ତ୍ତା ପାଣ୍ଡେ ତାଙ୍କୁ ନୂଆନୂଆ ଜାଗାକୁ ନେଇ ଦୁଷ୍କର୍ମ କରିଥିବା ପୀଡ଼ିତା ପ୍ରକାଶ କରିଛନ୍ତି । ମଦ ପିଇ ଗୋଟିଏ ଘରେ ବନ୍ଦ କରି ତାଙ୍କ ସହିତ ଦୁଷ୍କର୍ମ ସହିତ ନାନା କଦର୍ଯ୍ୟ କାମ କରିଥିବା ପୀଡ଼ିତା ପ୍ରକାଶ କରିଛନ୍ତି । ଏହି ଘଟଣାରେ ଅପହର୍ତ୍ତାଙ୍କ ପରିବାର ବର୍ଗ ମଧ୍ୟ ସାମିଲ ଥିବା ସେ କହିଛନ୍ତି। ସେହିପରି ଏହି ଘଟଣାକୁ ରଫାଦଫା କରିବା ସହିତ ଥାନାରୁ ମାମଲା ପ୍ରତ୍ୟାହାର କରିବା ପାଇଁ । ପୀଡ଼ିତାଙ୍କ ପରିବାରକୁ ଅଭିଯୁକ୍ତ ଏବଂ ତାଙ୍କର ସମ୍ପର୍କୀୟମାନେ ଧମକ ଦେଉଥିବା ପୀଡ଼ିତାଙ୍କ ମା କହିଛନ୍ତି । ତେବେ ଗତକାଲି ନାବାଳିକାଙ୍କୁ ଅଅପହର୍ତ୍ତା ପାଣ୍ଡେ ଏକ ଜଙ୍ଗଲ ନିକଟରେ ଛାଡ଼ି ଦେଇଯାଇଥିବା ନାବାଳିକାଜଣକ କହିଛନ୍ତି। ଏ ନେଇ ପୁଲିରେ ଅଭିଯୋଗ କରାଯାଇଥିଲା ମାତ୍ର ଏ ଯାବତ ଅପହର୍ତ୍ତା ଗିରଫ ମୁଁ ହୋଇନଥିବାରୁ ନ୍ୟାୟ ପାଇଁ ଆଜି ଏସ୍ପିଙ୍କ ଦ୍ବାରସ୍ଥ ହୋଇଛନ୍ତି । ପୀଡ଼ିତାଙ୍କ ପରିବାର ଏସ୍ପିଙ୍କ । କାର୍ଯ୍ୟାଳୟରୁ ପୀଡ଼ିତା ଏବଂ ତାଙ୍କ ପରିବାର ବେତନଟୀ ଏସ୍ଡିପିଓଙ୍କ । ନିକଟକୁ ଯାଇଛନ୍ତି। ସେଠାରେ ପୀଡ଼ିତାଙ୍କୁ ପଚରାଉଚୁରା କରାଯିବା ସହିତ ଡାକ୍ତରୀମାଇନା କରାଯିବ ଏବଂ କୋର୍ଟରେ ୧୬୪ରେ ବୟାନ ରେକର୍ଡ କରାଯିବା ନେଇ ସୂଚନା ମିଳିଛି । ଆଜି ରାତିରେ ପୀଡ଼ିତାଙ୍କୁ ସ୍ଵାଧାର ଗୃହରେ ରଖାଯିବା ଏହି ଘଟଣାରେ । ଅଭିଯୁକ୍ତକୁ ଧରିବାକୁ ପୁଲିସ ସବୁପ୍ରକାର ଚେଷ୍ଟା କରିଥିବା ବଡ଼ସାହି ଥାନା ଭାରପ୍ରାପ୍ତ ଅଧିକାରୀ ଅଶୋକ କୁମାର ନାୟକ ସୂଚନା ଦେଇଛନ୍ତି ।

Related Posts

About The Author

Add Comment