ଯାଜପୁର ସଦର,୦୨ା୧୨: ଯାଜପୁର ଜିଲ୍ଲା ଏପରି ଘଟଣା ଦେଖିବାକୁ ମିଳିଚି । ଜଣେ ନାବାଳିକାକୁ ବଳାତ୍କାର କରିବା ଅଭିଯୋଗରେ ଆସାମୀକୁ ମିଳିଚି ୨୦ବର୍ଷ କାରାଦଣ୍ଡ ସହିତ ଏହିରାୟ କୋର୍ଟ ଶୁନାଇଥିବା ଜଣାଯାଇଚି । ଏଠାରେ ସୂଚନା ଯୋଗ୍ୟ ଯେ, ଜଣେ କାମୁକ ଯୁବକ ଜଣେ ୧୭ବର୍ଷର ନାବାଳିକାକୁ ବଳାତ୍କାର କରିବାରୁ ଏନେଇ ଅତିରିକ୍ତ ଜିଲ୍ଲା ଦୌରାଜଜ ସ୍ୱତନ୍ତ୍ର ପୋସ୍କୋ କୋର୍ଟ ଅଭିଯୁକ୍ତକୁ ୨୦ବର୍ଷ କାରାଦଣ୍ଡରେ ଦଣ୍ଡିତ କରିବା ସହିତ ୧ଲକ୍ଷ ଟଙ୍କା ଜୋରିମାନା ଆଦେଶ ଦେଇଛନ୍ତି । ଏଠାରେ ସୂଚନା ଯୋଗ୍ୟ ଯେ, ପାଣିକୋଇଲି ଥାନା ନିକଟସ୍ଥ ବଡ଼ବିରୁଆ ଗ୍ରାମର ରବିନ୍ଦ୍ର ମାଝୀଙ୍କ ପୁଅ ଚନ୍ଦନ କୁମାର ମାଝୀ(୨୨) ଏହି ଥାନା ଅଞ୍ଚଳର ଜଣେ ୧୭ବର୍ଷର ନାବାଳିକାକୁ ବିଭାହେବାର ପ୍ରଲୋଭନ ଦେଖାଇ ତା ସହିତ ଶାରିରିକ ସମ୍ପର୍କ ରଖିଥିଲା । ଏବଂ ପରିବାର ଲୋକମାନଙ୍କୁ ନଜଣାଇବା ପାଇଁ ଧମକ ଦେବା ସହିତ ଏକଥା କାହାକୁ ଜନାଇଲେ ଜୀବନରୁ ମାରିଦେବ ବୋଲି କହିଥିଲା । ଏହି ଘଟଣା ନାବାଳିକା ଜଣକ ପରିବାରରେ ଜଣାଇବା ପରେ ଚନ୍ଦନର ବାପାକୁ ଝିଅ ପରିାବର କହିବା ସହିତ ଏଥିରେ ଉତେକ୍ତ ହୋଇ ଚନ୍ଦନ ନାବାଳିକାକୁ ବଳାତ୍କାର କରିଥିଲା । ଏନେଇ ପରିବାର ଲୋକ ଜାଣିବାପରେ ଆଇନିର ଆଶ୍ରୟ ନେଇଥିଲେ । ଏଠାରେ ସୂଚନା ଯୋଗ୍ୟ ଯେ, ୨୦୨୨ ମସହିହା ଅପ୍ରେଲ ୨୫ ତାରିଖ ଦିନ ଚନ୍ଦନକୁ ଏସମ୍ପର୍କରେ ଡକାଇଥିଲେ । ନାବାଳିକାକୁ ବିବାହ କରିବା ପାଇଁ କହିଥିଲେ । ଝିଅର ଠିକ ବୟସ ହେଲେ ଚନ୍ଦନ ବିବାହ କରିବାପାଇଁ ଯୋଜନା କରୁଥିବା ଜାଣିପାରି ଝିଅର ମା ପାଣିକୋଇଲି ଥାନାରେ ଅଭିଯୋଗ କରିଥିଲେ । ଅଭିଯୋଗକୁ ଭିତ୍ତିକରି ପାଣିକୋଇଲି ଥାନା ଏକ ବଳାତ୍କାର ମାମଲା ରୁଜୁ କରି ଥାନା ଆଇଆଇସି ଚନ୍ଦନକୁ ଗିରଫ କରି କୋର୍ଟ ଚାଲାଣ କରିଥିଲେ । ୧୯ଜଣ ସାଖିଙ୍କ ବୟାନ ଏବଂ ପୋଲିସର ଦସ୍ତାବିଜକୁ ଆଧାର କରି ଜିଲ୍ଲା ଦୌରାଜଜ ସ୍ୱତନ୍ତ୍ର ପୋସ୍କୋ କୋର୍ଟର ଜଜ ଅଭିଜିତ ପଲେଇ ଅଭିଯୁକ୍ତ ଚନ୍ଦନକୁ ୨୦ବର୍ଷ ଜେଲ ଦଣ୍ଡ ଏବଂ ଏକ ଲକ୍ଷ ଟଙ୍କା ଜୋରିମାନା ଦେବାକୁ ରାୟ ଶୁଣାଇଥିଲେ । ଜୋରିମାନା ନଦେଲେ ଅଧିକ ୧ବର୍ଷ କାରାଦଣ୍ଡ ଭୋଗିବ ବୋଲି ରାୟରେ ପ୍ରକାଶ କରିଛନ୍ତି । ଆଇନ ସେବା ପ୍ରାଧିକାରଣ ପକ୍ଷରୁ ଆଇନି ଜିବି ରାଜିବ କୁମାର ମହାନ୍ତି ପରିଚାଳନା କରୁଥିବା ବେଳେ, ୨୦ବର୍ଷ କାରାଦଣ୍ଡରେ ଦଣ୍ଡିତ କରିବା ପାଇଁ ରାୟ ପ୍ରକାଶ କରିଥିବା ବେଳେ, ୨୦ବର୍ଷ କାରାଦଣ୍ଡରେ ଦଣ୍ଡିତ କରିବା ପାଇଁ ରାୟ ପ୍ରକାଶ କରାଯାଇଚି ।
ନାବାଳିକା ବଳାତ୍କାରିକୁ ୨୦ବର୍ଷ କାରାଦଣ୍ଡ କୋର୍ଟ ଶୁଣାଇଲେ
|
December 3, 2025 |


